ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ
ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ,ନୂଆପଡ଼ା ଗ୍ରାମ ମାଁ ବିନ୍ଧ୍ୟବାସିନୀ ସ୍ପୋର୍ଟିଂ କ୍ଲବ ନୂଆପଡ଼ା ୨୦୧୮-୧୯ ଆନୁକୂଲ୍ୟରେ ୪ର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ପୁଟୁକା ଗ୍ରାମର ଗଉତିଆ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କ କରକମଲରେ ଶୁଭ ଉଦଘାଟିତ ହୋଇ ଯାଇଛି । ନୂଆପଡ଼ା(ବି) ଓ ଗୌଡ଼ମାଲ ଦଳର ଖେଲାଳିମାନେ ଏବଂ ମାଁ ବିନ୍ଧ୍ୟବାସିନୀ କ୍ଳବର ସମସ୍ତେ ମୁଖ୍ୟ ଅତିଥିଙ୍କୁ ବିଧିବିଧାନ ସହ ଏବଂ କରତାଲି ଦେଇ ସ୍ୱାଗତ ଜଣାଇଛନ୍ତି । ତତପଶ୍ଚାତ ମାଁ ବିନ୍ଧ୍ୟବାସିନୀ ସ୍ପୋରଟିଙ୍ଗ କ୍ଳବ ର ପତାକା ଉତ୍ତୋଳନ କରି ମୁଖ୍ୟଅତିଥି ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁ ନିଜର ଅମୁଲ୍ୟ ବକ୍ତବ୍ୟ ଦ୍ଵାରା ଖେଳାଳିମାଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ଗୌଡ଼ମାଲ ଏବଂ ନୂଆପଡା(ବି) ଖେଳାଳି ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ କରିଥିଲେ।ଖେଳପରିଚାଳ(ଶ୍ରୀଯୁକ୍ତ ଦୀପକ ରାଜହନସ,ସୁଜିତ ରାଜହନସ,ଭବାନୀ ମାଝୀ, ଝୁଲୁ ବହିଦାର ) ଖେଳକୁ ପରିଚାଳନା କରିଥିଲେ। ପ୍ରଥମ ମ୍ୟାଚ ଗୌଡ଼ମାଲ ଭର୍ସସେ ନୂଆପଡା(ବି) ମଧ୍ୟରେ ହୋଇଥିଲା ,ଗୌଡ଼ମାଲ ୩-୨ ରେ ବିଜୟଲାଭ କରି କ୍ୱାର୍ଟର ଫାଇନାଲ ଡ଼ଭା ଦଳକୁ ଭେଟିଥିଲା,ଏବଂ ୧-୦ ରେ ବିଜୟ ଲାଭ କରିଥିଲା ଗୌଡ଼ମାଲ ଦଳ,ଏବଂ ସେମିଫାଇନାଲ ଗୌଡ଼ମାଲ ଭର୍ସେସ ବରଭଟା ମଧ୍ୟରେ ହୋଇଥିଲା,ପେନାଲଟି କିକ ଜରିଆରେ ୫-୪ ରେ ବରଭଟା ବିଜୟ ଲାଭ କରି ଫାଇନାଲରେ ପ୍ରଵେଶ କରିଛି।
ମାଁ ବିନ୍ଦ୍ୟାବସିନୀ କ୍ଳବର ସଭାପତି-ଅମୃତ ପଟେଲ,ସାମ୍ପାଦକ-ଜିତେନ୍ଦ୍ର ଧର୍ମବିନାୟ, କୋଷଧକ୍ଷ-ପ୍ରମୋଦ କୁମାର ଭୋଇ,ଲେଖକ-ସଂଜୟ କୁମାର ପଟେଲ, କୋଚ -ଗଦାଧର ସେଠ,ଟିମ ମେନେଜେର ଏବଂ ମେନଜମେଣ୍ଟ-ନିଧି ସେଠ,ପଞ୍ଚାନନ କାଳୁ,ସହାୟକ-ଗୋପୀନାଥ, ଆନନ୍ଦ, ଲଲବହାଦୁର,ଗିରୀଶ, ସୁରେନ୍ଦ୍ର, ଲଳିତ,ଉପେନ୍ଦ୍ର,ପରମେଶ୍ୱର, ପୁର୍ଣ,ସୁଦାମା,ପ୍ରକାଶ,ରାଜୁ,ମନଠୁ,ସନ୍ତୋଷ,ଅଶୋକ,ଗଣେଶ,ବବଲୁ,ବିରେନ, ବିନୋଦ,ଭବାନୀ,ଧର୍ମାନନ୍ଦ, ରାଜକୁମାର, ପିପସ୍ୱର, ଅମୃତ,ରାହୁଲ,ନରେଶ,ଅନନ୍ତ,କୈଳାଶ,ଉତ୍ତର,ଗୁଣ,ସଙ୍କର,ତାରାଚାନ୍ଦ, ଗୁଣ,ଭୁବନେଶ୍ୱର, ସେବରାମ,ନେପାଳ,ଗୋପାଳ, କୀର୍ତିଚନ୍ଦ୍ର,ଅଶୋକ,ନରେନ ଏବଂ ଛବି।