ବଲାଙ୍ଗିର: ବସନ୍ତ ପାଲ (ଘନା) ମେମୋରିଏଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ମିଶନ ପଡିଆରେ ଦ୍ୱିତୀୟ ଦିବସ ମ୍ୟାଚରେ ବଲାଙ୍ଗିର ଏଫସି ୧-୦ ଗୋଲରେ ସମ୍ବଲପୁର ·ରବାଟି କୁହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲ କୁ ଉନ୍ନିତ ହୋଇଛି । ବିଜୟୀ ଦଳ ତରଫରୁ ମିଥୁନ ନାଏକ ଗୋଟିଏ ଗୋଳ ଦେଇଥିଲେ । ଖେଳକୁ ଦିଲିପ କୁମାର ରାଉତ, ଶେଷଦେବ ବେହେରା, ଅରୁଣ କୁମାର ନାଏକ ଓ ଚତୁର୍ଥ ରେଫରୀ ଭାବେ ଖଲିଉର ରେହେରମାନ ଖେଳ ପରିଚାଳନା କରିଥିଲେ । ଅତିଥିଭାବେ ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର, କାଉନସିଲର ସରିତା ଦାସ, ନୁତନ ସେନ୍ଦି୍ରଆ, ଉପେନ ଦୀପ ଓ ଉପଦେଷ୍ଟା ସୁବୋଧ ବାଗ ଯୋଗଦେଇ ଅଧ୍ୟକ୍ଷ ବିଶ୍ୱଜିତ ପାଳ ଓ ବିରେନ୍ଦ୍ର ସୁନାଙ୍କ ସହ ପଡିଆ ମଧ୍ୟକୁ ଯାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସିସିଏଫଏ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଖେଳରେ ସଭାପତି ଜ୍ୟୋତିରାଜ ନାଗ ଓ ସାଙ୍ଗଠନିକ ସମ୍ପାଦକ ହେମନ୍ତ କୁମାର ବେହେରା ସଂଯୋଜନାକରିଥିବା ବେଳେ କୋଷାଧ୍ୟକ୍ଷ ପ୍ରଭାତ କୁମାର ଦାସ, ପ୍ରଦିପ ରାଜ ହଂସ, ନିଥନିଏଲ ଛତ୍ରିଆ, ସୌମ୍ୟରଂଜନ ନାଗ, ଚିମ୍ନୟ ନନ୍ଦ, ଅନୁପ ହରପାଳ ପ୍ରମୁଖ ସହଯୋଗ କରିଥିଲେ ।
୧୪ ତାରିଖ ଶୁକ୍ରବାର ପତାକା କ୍ଳବ ଅନୁଗୁଲ ବନାମ ଝାରସୁଗୁଡା ୟଙ୍ଗ ଷ୍ଟାର ମଧ୍ୟରେ ଖେଳ ହେବ ବୋଲି ଆୟୋକଙ୍କ ସୁତ୍ରରୁ ପ୍ରକାଶ ।