29 ଅକ୍ଟୋବର ଠାରୁ 31 ଅକ୍ଟୋବର ପର୍ଯ୍ୟନ୍ତ ରାଉରକେଲା ସହରର ୪ ଟି ସ୍ଥାନରେ ପାସ୍ ବଣ୍ଟନ କେନ୍ଦ୍ର
ରାଉରକେଲା/ସୁଶାନ୍ତ ବେହେରା : ବିଶ୍ୱକପ ହକି ନଭେମ୍ବର ୨୭ ରେ ଉଦଘାଟନି ଉତ୍ସବ ଆସିବେ ସାହାରୁଖ ଖାନ ସଜେଇ ହଉଛି ଭୁବନେଶ୍ୱର।୨୮ ରୁ ୧୬ ଟି ଦେଶ କୁ ନେଇ ଆରମ୍ଭ ହେବ କଡା ପ୍ରତିଯୋଗିତା।ଏହି ବିଶ୍ୱକପ କୁ ଆଖି ଆଗରେ ରଖି ରାଜ୍ୟ ଯୁବକ୍ରୀଡ଼ା ବିଭାଗ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଶୈଳୀ ରେ ଆରମ୍ଭ କରିଛି ପ୍ରଚାର ପ୍ରସାର।ଏଭଳି ସ୍ତିତି ରେ ହକି ଜିଲ୍ଲା ସୁନ୍ଦରଗଡ ବାଦ ପଡ଼ନ୍ତା ବା କିପରି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଭାରତୀୟ ମାନଚିତ୍ର ରେ ହକି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏହି ଜିଲ୍ଲା ରୁ ଅନେକ ଖେଳାଳୀ ଆନ୍ତର୍ଜାତିକ ସ୍ତରରେ ଦେଶ ଓ ରାଜ୍ୟ ପାଇଁ ସୁଖ୍ୟାତି ଆଣିଛନ୍ତି।ଏ ପର୍ଯ୍ୟନ୍ତ ଏହି ଜିଲ୍ଲା ରୁ ପ୍ରାୟ ୭୩ ଜଣ ଖେଳାଳୀ ବିଭିନ୍ନ ବିଭାଗରେ ଆନ୍ତର୍ଜାତିୟ ସ୍ତରରେ ସୁନାମ ଆଣିଥିବା ବେଳେ ଏଥି ମଧ୍ୟରୁ ୧୧ ଜଣ ଖେଳାଳୀ ଅଲମ୍ପିୟାନ ହେବାର ଗୌରବ ଅର୍ଜ୍ଜନ କରିଛନ୍ତି। ଓଡ଼ିଶା କୁ ହକି ରେ ଭାରତ ମାନ ଚିତ୍ରରେ ଆନ୍ତର୍ଜାତିୟ ଛାପ ଲଗାଇ ଥିବା ଦୁଇ ଖେଳାଳୀ ହେଲେ ପିଟର ତିର୍କୀ ଓ ଗ୍ଲୋରିଆ ଡୁଙ୍ଗ ଡୁଙ୍ଗ ଏହା ପରେ ଏହି ସୁନ୍ଦରଗଡ ଜିଲ୍ଲା ର ଖେଳାଳୀ ପଛକୁ ଚାହିଁ ଦେଖିନାହାନ୍ତି।ଦେଶରେ ପଞ୍ଜାବ ଓ ହରିୟାଣା କୁ ଛାଡିଦେଲେ ହକି ରେ ଅଗ୍ରଣୀ ରହିଛି ଓଡ଼ିଶା। ଏହି ହକି କୁ ଆହୁରି ଅଗ୍ରଣୀ କରିବା ଓ ଖେଳାଳୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ ରେ ରାଜ୍ୟ ଯୁବକ୍ରୀଡ଼ା ବିଭାଗ ନଭେମ୍ବର ୪ ତାରିଖରେ ଏକ ଆନ୍ତର୍ଜାତିକ ପ୍ରଦର୍ଶନୀ ମ୍ୟାଚ ର ଆୟୋଜନ କରୁଛନ୍ତି।ଏହି ମ୍ୟାଚ ନିଉସାଉଥ ୱଲେସ(ଅଷ୍ଟ୍ରେଲିଆ) ଓ ଓଡ଼ିଶା ଏକ ଦଶ ମଧ୍ୟରେ ଖେଳାଯିବ।ରାଉରକେଲା ର ବିଜୁ ପଟନାୟକ ହକି ଷ୍ଟାଡିୟମରେ ଏହି ଖେଳ ଆୟୋଜନ କରାଯାଉଛି। ଜିଲ୍ଲା ପ୍ରଶାସନ ଓ ରାଉରକେଲା ସ୍ମାର୍ଟ ସିଟି ଏହି ଖେଳ ଆୟୋଜନ ର ଦାୟିତ୍ୱ ତୁଲାଉଛନ୍ତି। ଉଭୟ ଦଳ ର ଖେଳାଳୀ ୩ ତାରିଖରେ ରାଉରକେଲା ରେ ପହଁଚି ବେ।ଖେଳାଳୀ ମାନଙ୍କ ରହିବା , ଖାଇବା ,ଓ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆ ଯାଇଛି।ବିଭିନ୍ନ କ୍ରୀଡା ସଙ୍ଘଠନ ମାନଙ୍କ ମାଧ୍ୟମରେ ଏହି ପ୍ରଦର୍ଶନୀ ମ୍ୟାଚ କୁ ସଫଳ କରାଇବା ପାଇଁ ଯୋଜନା ମାନ କରାଯାଇଛି। ଏହି ଖେଳ କୁ ଉଦଘାଟନ କରିବା ଓ ବିଶ୍ୱକପ କୁ ପ୍ରମୋଟ କରିବା ପାଇଁ ମାନ୍ୟ ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କ୍ରୀଡା ମନ୍ତ୍ରୀ, କ୍ରୀଡ଼ ସଚିବ, କ୍ରୀଡ଼ା ନିର୍ଦେଶକ ଓ ହକିଇଣ୍ଡିଆ ର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଆସିବାର ସ୍ଥିର ହୋଇଛି।ପ୍ରାୟ ୧୫ ହଜାର ଦର୍ଶକ ବସି ଖେଳ ଦେଖିବା ପାଇଁ ପାସ ର ବ୍ୟବସ୍ଥା କରାଯାଇଛି।
ସ୍ଥାନୀୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ସ୍ତରର ହକି ପ୍ରଦର୍ଶନୀ ମ୍ୟାଚ ଲାଗି ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ଅର୍ଥାତ 29 ଅକ୍ଟୋବର ଠାରୁ 31 ଅକ୍ଟୋବର ପର୍ଯ୍ୟନ୍ତ ରାଉରକେଲା ସହରର ୪ ଟି ସ୍ଥାନରେ ପାସ୍ ବଣ୍ଟନ କେନ୍ଦ୍ର ଖୋଲାଯାଇ ପାସ୍ ବଣ୍ଟନ କରାଯିବ ବୋଲି ଜଣାପଡିଛି। ଏହି ପାସ୍ ବଣ୍ଟନ କେନ୍ଦ୍ର ଦିନ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଉଦିତ ନଗର ସିଟି ଅଡିଟୋରିୟମ, କୋଏଲ ନଗରରେ ଥିବା ଆରଏମସି କଲ୍ୟାଣ ମଣ୍ଡପ, ସେକ୍ଟର ୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଓ ଛେଣ୍ଡ – ଭିଏସ୍ଏସ୍ ମାର୍କେଟରେ ଏହି ପାସ୍ ବଣ୍ଟନ ନିମନ୍ତେ କେନ୍ଦ୍ର ସବୁ ଖୋଲାଯିବ ବୋଲି ସୁଚନା ମିଳିଛି।
ଏଠାରେ ସୁଚନାଯୋଗ୍ୟଯେ, ଏହି ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀ ହକି ମ୍ୟାଚ ନିମନ୍ତେ ଉଭୟ ଟିମ୍ ନଭେମ୍ବର ୩ ତାରିଖ ସକାଳ ପ୍ରାୟ ୭ଟା ବେଳେ ଟ୍ରେନ ଯୋଗେ ଆସି ରାଉରକେଲାରେ ପହଞ୍ଚିବେ। ସେଠାରେ ସେମାନଙ୍କୁ ପ୍ରଶାସନ ତଥା ବିଭିନ୍ନ କ୍ରୀଡ଼ା ସଂଗଠନ ମାନଙ୍କ ପକ୍ଷରୁ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ପରେ ସେମାନେ ହୋଟେଲକୁ ଯାଇ ବିଶ୍ରାମ କରିବେ ଏବଂ ଅପରାହ୍ନ ପ୍ରାୟ ୨ଟା ବେଳେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ଯାଇ ସେଠାରେ ଅଭ୍ୟାସ କରିବେ। ଏଥିସହିତ ସେମାନେ ସେଲ୍ ହକି ଏକାଡେମି ଏବଂ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲର ଅନ୍ତେବାସୀ ମାନଙ୍କୁ ହକି ସମ୍ବନ୍ଧୀୟ ବିଭିନ୍ନ ଟିପ୍ସ ଦେବେ। ପରେ ୪ ତାରିଖ ଦିନ ଅପରାହ୍ନ ପ୍ରାୟ ୩ଟା ବେଳେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ଦେଖିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ହକି ପ୍ରେମୀ ତଥା ଗ୍ରାମାଞ୍ଚଳ ହକି କ୍ଲବର ସଦସ୍ୟ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।