ହେଡଲାଇନସ୍:

ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା : ପଦକ ବିଜେତାଙ୍କୁ ମୟୂରଭଞ୍ଜ ଶକ୍ତି ଉତ୍ତୋଳନକାରୀ ସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଲକ୍ଷେ୍ନାରେ ଜାତୀୟ କ୍ଲାସିକ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟରୁ ପ୍ରତିନିଧିତ୍ୱ କରି ମୟୂରଭଞ୍ଜ ଜିମ୍ନାସିୟମର ସଦସ୍ୟା ଲକ୍ଷ୍ମୀମଣି ସିଂ ଉଭୟ ଜୁନିୟର ଓ ସିନିୟର ୪୭ କିଗ୍ରା ବର୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଥି ସହିତ ଲକ୍ଷ୍ମୀମଣି ଜୁନିୟରରେ ଷ୍ଟ୍ରଙ୍ଗ ଗାର୍ଲସ ଅଫ୍ ଇଣ୍ଡିଆ ଓ ସିନିୟରରେ ଷ୍ଟ୍ରଙ୍ଗ ୱିମେନ ଅଫ୍ ଇଣ୍ଡିଆ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ସେହିପରି ସୀମାରାଣୀ ସିଂ ୪୩ କିଗ୍ରା ଜୁନିୟର ବାଳିକା ବର୍ଗରେ ସ୍ୱର୍ଣ୍ଣ ପଦକ ସହିତ ଷ୍ଟ୍ରଙ୍ଗ ୱିମେନ ଅଫ୍ ଇଣ୍ଡିଆ ଓ ଦ୍ୱିତୀୟ ରନର୍ସଅପ୍ ଆଖ୍ୟା ଅର୍ଜନ କରିଥିବା ବେଳେ   ଦେବୀ ସିଂ ୫୨ କିଗ୍ରା ସିନିୟର ମହିଳା ବର୍ଗରେ ରୌପ୍ୟ ପଦକ, ଧାନିମଣି ଟୁଡ଼ୁ ୫୭ କିଗ୍ରା ବର୍ଗରେ  ସ୍ୱର୍ଣ୍ଣ, ପଦ୍ମାବତୀ ସିଂ  ୭୨ କିଗ୍ରା ଜୁନିୟର ବାଳିକା ବିଭାଗରେ ବ୍ରୋଞ୍ଜ, ରୂପାଲି ପଲେଇ ୪୭ କେଜି ଜୁନିୟର  ଓ ସିନିୟର ବିଭାଗରେ ଦୁଇଟି ରୌପ୍ୟ, ଭାରତୀ ପାତ୍ର ୪୩ କେଜି ବାଳିକା ବର୍ଗରେ ରୌପ୍ୟ ଓ ରାଜେନ୍ଦ୍ର ପରିଡ଼ା ମାଷ୍ଟର୍ସ(୨) ୧୦୫ କେଜି ପୁରୁଷ ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଓଡ଼ିଶା ଦଳରେ ପ୍ରତିନିଧିତ୍ୱ କରି ରାଜ୍ୟ ଓ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ୱିତ କରାଇଛନ୍ତି । ମୟୂରଭଞ୍ଜ ଜିମ୍ନାସିୟମର ଏହି ପଦକ ବିଜେତା ପ୍ରତିଯୋଗିମାନେ ସେମାନଙ୍କ କୋଚ ସତ୍ୟବ୍ରତ ପ୍ରଧାନଙ୍କ ସହିତ ଭୂବନେଶ୍ୱରରୁ ଆସି ବାରିପଦାରେ ପହଁଞ୍ଚିବା ପରେ ସମସ୍ତଙ୍କୁ ମୟୂରଭଞ୍ଜ ଜିମ୍ନାସିୟମ ପରିସରରେ  ମୟୂରଭଞ୍ଜ ଶକ୍ତି ଉତ୍ତୋଳନକାରୀ ସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସମୟରେ ମୟୂରଭଞ୍ଜ ଶକ୍ତି ଉତ୍ତୋଳନକାରୀ ସଂଘର ଉପସଭାପତି ପରେଶ ଚନ୍ଦ୍ର ମହାନ୍ତ, ମୟୂରଭଞ୍ଜ ଶକ୍ତି ଉତ୍ତୋଳନକାରୀ ସଂଘର ସମ୍ପାଦକ ଓ ମୟୂରଭଞ୍ଜ ଜିମ୍ନାସିୟମର ସମ୍ପାଦକ ନବ କୁମାର ସାହୁ, ମୟୂରଭଞ୍ଜ ଜିମ୍ନାସିୟମର ସଭାପତି ଗିରିଶ ଚନ୍ଦ୍ର ଦାସ,  ଉତ୍ତୋଳନକାରୀ ସଂଘର ଉପସଭାପତି ତଥା ମୟୂରଭଞ୍ଜ ଜିମ୍ନାସିୟମର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର କୁମାର ମହାନ୍ତି,  ମୟୂରଭଞ୍ଜ ଜିମ୍ନାସିୟମର ସଦସ୍ୟ ଅନୀଲ ମହାନ୍ତ, ପ୍ରବୀର କୁମାର ପୃଷ୍ଟି, ଅମରଜିତ୍ ମହାପାତ୍ର, ଅସୀମ ଦାସ ଓ ଦିପ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ସଫଳ ପ୍ରତିଯୋଗିମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ପୂର୍ବକ ସେମାନଙ୍କୁ ଶୁଭ ଆଶୀର୍ବାଦ କାମନା କରିଥିଲେ । 

0
0
0
s2sdefault