ଟିଟିଲାଗଡ଼,(ସୁନୀଲ ବେହେରା) ଜିଲ୍ଲା ସ୍କୁଲ ସ୍ପୋର୍ଟସ ଆସୋସିଏସନ ଓ ଶ୍ରୀ ଦାଦୀଜୀ ମନ୍ଦିର ପ୍ରଭାବତୀ ପବ୍ଲିକ ସ୍କୁଲ ଟିଟିଲାଗଡର ଆନୁକୁଳ୍ୟରେ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳପଡ଼ିଆ ଠାରେ ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ୬୪ତମ ରାଜ୍ୟସ୍ତରୀୟ ସ୍କୁଲ ଖୋ ଖୋ ଚାମ୍ପିଅନସିପ ସମାରୋହରେ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ୧୭ ବର୍ଷ ବାଳକ ବିଭାଗରେ ଭୁବନେଶ୍ୱର ଦଳ ସୁନ୍ଦରଗଡ଼ ଦଳକୁ ପରାସ୍ତ କରି ଚମ୍ପିଅନ ହୋଇଥିବା ବେଳେ ୧୭ ବର୍ଷ ବାଳିକା ବିଭାଗରେ ଭୁବନେଶ୍ୱର ଦଳ ସୁନ୍ଦରଗଡ଼ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ସେହିପରି ୧୪ ବର୍ଷ ବାଳକ ବିଭାଗରେ ଭୁବନେଶ୍ୱର ଦଳ ସୁନ୍ଦରଗଡ଼ ଦଳକୁ ପରାସ୍ତ କରି ଚମ୍ପିଅନ ହୋଇଥିବା ବେଳେ ୧୪ ବର୍ଷ ବାଳିକା ବିଭାଗରେ କେନ୍ଦୁଝର ଦଳକୁ ପରାସ୍ତ କରି ଭୁବନେଶବର ଦଳ ଚାମ୍ପିଅନ ହୋଇଛି ।
ଜିଲ୍ଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ୍ ମୁଖ୍ୟ ଅତିଥି, ଟିଟିଲାଗଡ଼ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଟିଟିଲାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ଆୟୋଜକ ମଣ୍ଡଳୀର ସମ୍ପାଦକ ଜୟପ୍ରକାଶ ଛାପଡ଼ିଆ, ପୁର୍ବତନ ଜିଲ୍ଲା ବିତ୍ତ ଅଧିକାରୀ ସନାତନ ଠାକୁର, ବିଜ୍ଞାନ ସୁପରଭାଇଜର ନୀଳମଣି ପଟେଲ, ପ୍ରଭାବତୀ ସ୍କୁଲର ଉପସଭାପତି ରାଧାକାନ୍ତ ପାଢୀ, ସଭ୍ୟ ପ୍ରେମଚନ୍ଦ ଜୈନ,ପ୍ରଭାବତୀ ସ୍କୁଲର ସମ୍ପାଦକ ଶ୍ୟାମାଦେବୀ ଅଗ୍ରୱାଲ ଓ ମୋହନ ଜୈନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓମ ଭେଲୀ ଅଧ୍ୟକ୍ଷ ବଦ୍ରିନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଜାତୀୟ ଖୋଖୋ ପ୍ରତିଯୋଗିତାରେ ଚମ୍ପିଅନ ହୋଇଥିବା ବଲାଙ୍ଗିର ଜିଲ୍ଲାର ମନ୍ଦାକିନୀ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚାମ୍ପିଅନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ସଭା ପ୍ରାରମ୍ଭରେ ପ୍ରଭାବତୀ ପବ୍ଲିକ ସ୍କୁଲର ଛାତ୍ରୀମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ବ୍ୟାଚ ପ୍ରଦାନ କରି ସ୍ୱାଗତ ଜଣାଇଥିବା ବେଳେ ଜିଲ୍ଲା ସାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ଶାରିରୀକ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଲକ୍ଷ୍ମୀପ୍ରିୟା ଦେଇ ଖେଳ ରିପୋର୍ଟ ଉପସ୍ଥାପନ କରିଥିଲେ । ଅତିଥି ବୃନ୍ଦ ପ୍ରଭୁ ଜଗନ୍ନାଥ ଓ ନଗର ଦେବୀ ଘଣ୍ଟାସୁନୀଙ୍କ ଫଟୋଚିତ୍ର ସମ୍ମୁଖରେ ପୂଜାର୍ଚ୍ଚନା କରିବା ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ବୃନ୍ଦ ଆବାହନୀ ସଂଗୀତଗାନ କରିଥିଲେ । ମୂଖ୍ୟ ଅତିଥି ଶ୍ରୀମତୀ ସାହୁ କ୍ରୀଡ଼ା ପତାକା ଅବତରଣ କରିଥିଲେ । ପରେ ପୁଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ୱାରା ଉଦଯାପନୀ ସଂଗୀତପାନ ପରେ ପ୍ରତିଯୋଗିତା ଉଦ୍ୟାପନ ଘୋଷଣା କରାଯାଇ ରାଜ୍ୟ କ୍ରୀଡ଼ା ପତାକାକୁ ରାଜ୍ୟ ଶାରିରୀକ ଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଲକ୍ଷ୍ମୀପ୍ରିୟା ଦେଇଙ୍କୁ ପ୍ରଭାବତୀ ସ୍କୁଲର ଅଧ୍ୟକ୍ଷା ସୁନନ୍ଦା ଜତି ହସ୍ତାନ୍ତର କରିଥିଲେ । ସଭାର ସଂଯୋଜନା କସ୍ତୁରୀ ରଥ କରିଥିବା ବେଳେ ପ୍ରଭାବତୀ ସ୍କୁଲର ଉପାଧ୍ୟକ୍ଷ ପିତାମ୍ବର ଶର୍ମା ଧନ୍ୟବାଦ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ସତ୍ୟନାରାୟଣ ରାୟଗୁରୁ, ବିଦ୍ୟାଧର ପ୍ରଧାନ, ଦୁର୍ଯୋଧନ ରାଉତ, ପଠାଣି ଆଗ୍ରାସିନ, ପ୍ରଶାନ୍ତ ସିହ୍ନା, ତ୍ରିନାଥ ସାହୁ, ଭାଗିରଥି ସ୍ୱାଇଁ ପ୍ରମୁଖ କନଭେନର ଦାୟିତ୍ୱ ତୁଲାଇଥିଲେ । ଖେଳ ଶିକ୍ଷକ ସନ୍ତୋଷ ମେହେର, ମୁକେଶ ସ୍ୱାଇଁ, ସୁଶାନ୍ତ ନାଗ, କନକଲତା ଦାସ, ସଞ୍ଜିବ ସାହୁ, ବିନୋଦ ମହାପାତ୍ର, ହେମନ୍ତ ପ୍ରଧାନ, କ୍ଷିତେଶ୍ୱର ବିଶ୍ୱାଲ, କୁବେର ଲାଲ ବେହେରା, ପ୍ରଦୀପ ସ୍ୱାଇଁ, ଦୁର୍ବାଦଳ ବାଗ, ଦେବୀ ପ୍ରସାଦ ରାଉତ, ବୁଦ୍ଧିରାଜ ବିଶ୍ୱାଳ, ବିକାଶ ଦାଶ, ସଦାନନ୍ଦ ରାଉତ, ରାଧା ଗୋବିନ୍ଦ ନାୟକ, ସୁଦ୍ରଶନ ସେଠ୍, ଦନାର୍ଦ୍ଧନ ସାହୁ, ଦନାର୍ଦ୍ଧନ ପାଣ୍ଡେ, ସେଲେଷ୍ଟିନୀ ଲାକରା୍, ଯଶୋବନ୍ତି ବେହେରା, ଦେବେନ୍ଦ୍ର ସୁନା, ରାଜେନ୍ଦ୍ର ସେଠ୍, ସୁଖିରାଜ ବିଶ୍ୱାଲ, ଭୁବନ ମୋହନ ଦାଶ, ଦେବରାଜ ଦାଶ, ପ୍ରମୋଦ କୁମାର ନନ୍ଦ, ତପନ କୁମାର ଦାସ, ଜୟଧର୍ମା ସେନାପତି, ସୌଭାଗ୍ୟ ପଟେଲ, ବିପ୍ର ମହାପାତ୍ର, ରମାକାନ୍ତ ବେହେରା, ପ୍ରସନ୍ନ କୁମାର ଗୌଡ଼, କୃଷ୍ଣ କୁମାର ରାୟ, ଅନୀଳ ପ୍ରସାଦ ନନ୍ଦ, ଶ୍ରେୟାଶ୍ରୀ ମିଶ୍ର, ଚନ୍ଦ୍ରଶେଖର ମେହେର, ଶ୍ରଦ୍ଧାମୟୀ ରାଉତ, ସଞ୍ଜୁକ୍ତା ଦାଶ, ଅଭିରାମ ପ୍ରଧାନ, ବୀରବର ଭଟ୍ଟ, ଅବଦୁଲ ହମିଦ ଧବଲେଶ୍ୱର ଦଳବେହେରା, ରାଜେଶ ସ୍ୱାଇଁ, ଦିଳୀପ ତ୍ରିପାଠୀ, କୂଳମଣି ମିଶ୍ର, ପଦ୍ମଜା ନନ୍ଦିନୀ ବହିଦାର, ବନାମ୍ବର ମହାପାତ୍ର, ଜୟନ୍ତୀ ବେହେରା, ବିଜୟ ନନ୍ଦ ମହାପାତ୍ର, ସର୍ବେଶ୍ୱର ବାରିକ, ସୁରଜରାମ ଜେନା ପ୍ରମୁଖ ଅଫିସିଆଲ ଦାୟିତରେ ରହି ଖେଳ ପରିଚାଳନା କରିଥିବା ବେଳେ ଆୟୋଜକ ମଣ୍ଡଳୀର ସେନାପତି ପ୍ରମୋଦ କୁମାର ପାଲ, ସେଣ୍ଟ ଆନୀ ସ୍କୁଲର ପ୍ରଶାନ୍ତ ବେହେରା, ସିଟି ସ୍କୁଲର ଚିନ୍ତାମଣି ମହାପାତ୍ର,ଙ୍କ ସହ ପ୍ରଭାବତୀ ସ୍କୁଲର ଭାଇସ୍ ପ୍ରୀନ୍ସିପାଲ ଶ୍ରୀ ପୀତାମ୍ବର ଶର୍ମା,ଉଦୟ ଚନ୍ଦ୍ର ମହାପାତ୍ର,ଚିତ୍ତ ରଞ୍ଜନ ·ନ୍ଦ,ବବିଲ କୁମାର ନାଗଙ୍କ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ । ଏହି ଚାମ୍ପିଅନସିପ ପ୍ରତିଯୋଗିତାରେ ଅନଗୁଲ, ବାଲେଶ୍ୱର, ବଲାଙ୍ଗିର, ବୌଦ୍ଧ, ଭୁବନେଶ୍ୱର, ବରଗଡ଼, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଜଗତସିଂହପୁର, ଜୟପୁର, ଝାରସୁଗୁଡ଼ା, କଲାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ମୟୁରଭୁଞ୍ଜ, ନୟାଗଡ଼, ନବରଙ୍ଗପୁର, ନୁଆଁପଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ପ୍ରଭୁତି ୨୬ଟି ଜିଲ୍ଲାର ୧୧୨୬ ଜଣ ପ୍ରତିଯୋଗୀ ଉତ୍ସାହ ସହ ଅଂଶଗ୍ରହଣ କରିଥିବା ବେଳେ ୯୨ ଜଣ ଟିମ ମ୍ୟାନେଜର ପ୍ରତିଯୋଗୀଙ୍କ ସହ ଉପସ୍ଥିତ ରହିଥିଲେ ।