ହେଡଲାଇନସ୍:

ଆନ୍ତଃ ଏକାଡେମୀ ହକି ପ୍ରତିଯୋଗିତାର ଅଷ୍ଟମ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା : ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋ ଟର୍ଫ୍‌ ହକି ପଡ଼ିଆରେ ଆନ୍ତଃ ଏକାଡେମୀ ହକି ଲିଗ୍‌ ପ୍ରତିଯୋଗିତାର ଅଷ୍ଟମ ଦିନରେ ଦୁଇଟି ଖେଳ ଅନୁଷ୍ଠିତ ହୋଇଯାଇଛି। ଅଷ୍ଟମ ଦିବସର ପ୍ରଥମ ଖେଳ ସେଲ୍‌ ହକି ଏକାଡେମୀ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ହୋଇଥିଲା। ସଂଘର୍ଷପୂର୍ଣ୍ଣ ଏହି ଖେଳ ଶେଷରେ ୨-୨ ଗୋଲ୍‌ରେ ଅମିମାଂସିତ ରହିଥିଲା। ସେହିଭଳି ଅଷ୍ଟମ ଦିନର ଦ୍ୱିତୀୟ ଖେଳ ସୁନ୍ଦରଗଡ଼ ସାଇ (Sports Authority of India) କ୍ରୀଡ଼ା ଛାତ୍ରାବାସ ଓ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ମଧ୍ୟରେ ହୋଇଥିଲା। ଏଥିରେ ନୁଆଦିଲ୍ଲୀ ଦଳ ପ୍ରଥମରୁ ହିଁ ପ୍ରଭାବ ବିସ୍ତାର କରି ୪-୧ ଗୋଲ୍‌ରେ ବିଜୟୀ ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ସହଯୋଗରେ ପାନପୋଷ କ୍ରୀଡ଼ା ସଙ୍ଗଠନ ପକ୍ଷରୁ ଆୟୋଜିତ ଏହି ଖେଳର ଅଷ୍ଟମ  ଦିନରେ ଜାତୀୟ ହକି ପ୍ରଶିକ୍ଷକ ରାଜୁକାନ୍ତ ସାଇନି ଓ ଶିବସୁନ୍ଦର ନାୟକ ଏବଂ ପୂର୍ବତନ ଜାତୀୟ ହକି ଖେଳାଳି ଫାବିଆନ୍‌ ସମାଦ ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଦୁଇଟିଯାକ ଖେଳକୁ ସୁମନ ଚୌଧୁରୀ, ପିଟର ସୋରେନ୍‌, ଆକାଶ ଏକ୍କା, ବିରାଜ ଟପ୍ନୋ, ଆକାଶ କୁଜୁର ଓ ରମନଦୀପ ଲାକ୍ରା ପରିଚାଳନା କରିଥିଲେ। ୨୯ ତାରିଖ ଦିନ ଭୋପାଳ ହକି ଏକାଡେମୀ ଓ ପାନପୋଷ କ୍ରୀଡ଼ା ଛାତ୍ରାବାସ ଏବଂ  ସୁନ୍ଦରଗଡ଼ ସାଇ(Sports Authority of India) କ୍ରୀଡ଼ା ଛାତ୍ରାବାସ ଓ ସେଲ୍‌ ହକି ଏକାଡେମୀ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ରାଉଣ୍ଡ୍‌ ରବିନ୍‌ ଲିଗ୍‌ ଭିତ୍ତିରେ ଖେଳାଯାଉଥିବା ଏହି  ହକି ଲିଗ୍‌ର ଅଷ୍ଟମ ଦିନର ଖେଳ ଶେଷ ସୁଦ୍ଧା ପୟଣ୍ଟ ଆଧାରରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ନୁଆଦିଲ୍ଲୀର ଜାତୀୟ ହକି ଏକାଡେମୀ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ଖେଳ ପରିଚାଳନାରେ ପାନପୋଷ କ୍ରୀଡ଼ା ଛାତ୍ରାବାସର କେଶବ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ। ଏହା ସହିତ ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ ମିଲ୍‌ଟନ୍‌ ବିଲୁଙ୍ଗ ଓ ସଙ୍ଗଠନ ସମ୍ପାଦକ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। 

0
0
0
s2sdefault