ପ୍ରମୁଖ ପ୍ରାୟୋଜକ ଭାବରେ, ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ୍ ଜର୍ସିର ସମ୍ମୁଖ ଭାଗରେ ଟିଭିଏସ୍ ୟୁରୋଗ୍ରିପର ବ୍ରାଣ୍ଡିଂ ରହିଛି
ଚେନ୍ନାଇ/ ଭୁବନେଶ୍ୱର: ଚାରି ଥରର ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ ଆଇପିଏଲ୍ ୨୦୨୨ ପାଇଁ ଏହାର ନୂତନ ଜର୍ସିର ଉନ୍ମୋଚନ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ର କ୍ୟାପଟେନ୍ ଏମଏସ୍ ଧୋନି, ଏକ ଭିଡିଓରେ ଏହି ନୂତନ ଜର୍ସିର ଉନ୍ମୋଚନ କରିଛନ୍ତି ଯେଉଁଥିରେ ବାହୁରେ କାମୋଫ୍ଲେଜର ଡିଜାଇନ୍ ରହିଛି, ଫ୍ରାଂଚାଇଜିର ଲୋଗୋର ଉପରି ଭାଗରେ ଚାରିଟି ଷ୍ଟାର ଓ ସମ୍ମୁଖ ଭାଗରେ ଟିଭିଏସ୍ ୟୁରୋଗ୍ରିପର ବ୍ରାଣ୍ଡିଂ ରହିଛି।
୨୦୨୧ ରେ, ଭାରତୀୟ ସେନା ବାହିନୀକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସ୍ୱରୂପ ଚେନ୍ନାଇ ସୁପର କିଙ୍ଗ୍ସ ଜର୍ସିରେ କାମୋଫ୍ଲେଜର ଯୋଗ କରିଥିଲେ। ଚାରିଟି ଷ୍ଟାର ଚାରିଟି ଟାଇଟେଲକୁ ଦର୍ଶାଇଥାଏ ଯାହାକି ସେମାନେ ଏପର୍ଯ୍ୟନ୍ତ ଆଇପିଏଲ୍ରେ ଜିତିଛନ୍ତି – ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ ରେ। ଏହାର ଟ୍ରେଡମାର୍କ ଗର୍ଜନ କରୁଥିବା ସିଂହର ଲୋଗୋ ସାର୍ଟର ବାମ ପାଶ୍ୱର୍ରେ ରଖାଯାଇଛି। ଏହି ନୂତନ ଜର୍ସିରେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସର ଲୋଗୋ ରହିଛି। ଏହା ସହିତ ପ୍ରମୁଖ ପ୍ରାୟୋଜକ ଟିଭିଏସ୍ ୟୁରୋଗ୍ରିପ, ଭାରତର ଅଗ୍ରଣୀ ଦୁଇ ଓ ତିନି ଚକିଆ ଟାୟାର ବ୍ରାଣ୍ଡର ଲୋଗୋ ମଧ୍ୟ ରହିଛି।
ଏହି ନୂତନ ଜର୍ସିର ଉନ୍ମୋଚନ ଅବସରରେ, ଶ୍ରୀଯୁକ୍ତ ପି ମାଧବନ୍, ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଂଟ (ସେଲ୍ସ ଓ ମାର୍କେଟିଂ), ଟିଭିଏସ୍ ଶ୍ରୀଚକ୍ର ଲିମିଟେଡ୍ କହିଛନ୍ତି ଯେ, “ଏହା ହେଉଛି ଏକ ଉଚ୍ଚ ପ୍ରଭାବଶାଳୀ ସହଭାଗୀତା ଓ ଏହା ସହିତ ଏହା ଆଇପିଏଲ୍ ରେ ଏକ ସୁଯୋଗ ଲାଭ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଟିଭିଏସ୍ ୟୁରୋଗ୍ରିପ୍ ଉଚ୍ଚ କାର୍ଯ୍ୟଦକ୍ଷତା ପ୍ରଦାନ କରେ, ଏହାର ଉନ୍ନତମାନର ଟାୟାର ଓ ଚେନ୍ନାଇ ସୁପର କିଙ୍ଗ୍ସ ସର୍ବଦା ଉଚ୍ଚ କାର୍ଯ୍ୟଦକ୍ଷତା ପ୍ରଦାନ କରିଆସିଛନ୍ତି। ଆମେ ମୂଲ୍ୟବୋଧରେ ଏହା ସମନ୍ୱୟ ଉପରେ ବିଶ୍ୱାସ କରୁ ଓ ନିଶ୍ଚିତ ଭାବରେ ଆମର ବିଜୟର ଯାତ୍ରାକୁ ଜାରି ରଖିବୁ। ଆମେ ବିକାଶ ପର୍ଯ୍ୟାୟରେ ରହିଛୁ ଓ ଆମ ନିକଟରେ ଚାମ୍ପିୟନମାନେ ରହିଥିବରୁ, ଆମେ ଆମର ବ୍ରାଣ୍ଡକୁ ଆହୁରି ଉଚ୍ଚ ସ୍ତରକୁ ନେଇ ପାରିବୁ ଓ ଏହା ସହିତ ବ୍ୟବସାୟରେ ମଧ୍ୟ ଉନ୍ନତି କରିବୁ।”କେଏସ୍ ବିଶ୍ୱନାଥନ୍, ସିଇଓ, ଚେନ୍ନାଇ ସୁପରକିଙ୍ଗ୍ସ, କହିଛନ୍ତି ଯେ, “ଚେନ୍ନାଇ ସୁପରକିଙ୍ଗ୍ସ ଟିମ୍ ଏହାର ଜର୍ସିରେ ଏକ ବିଶ୍ୱସନୀୟ, ସଫଳ ବ୍ରାଣ୍ଡ ଟିଭିଏସ୍ ୟୁରୋଗ୍ରିପକୁ ଗ୍ରହଣ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ଆମର ସୈନିକମାନଙ୍କୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଓ ଆମର କ୍ୟାପଟେନଙ୍କର ଆର୍ମି ସହିତ ଥିବା ସମ୍ପର୍କକୁ ସମ୍ମାନ ଜଣାଇ ଆମେ ଗତ ବର୍ଷ ବାହୁରେ କାମୋଫ୍ଲେଜକୁ ଉପସ୍ଥାପନ କରିଛୁ। ଏହା ମଧ୍ୟ ହଳଦିଆ ରଙ୍ଗ ସହିତ ବହୁତ ସୁନ୍ଦର ଦେଖାଯାଏ। ଆମେ ବର୍ତମାନ ଜର୍ସିର ପଛ ଭାଗରେ କଲାରରେ କାମୋଫ୍ଲେଜକୁ ଯୋଗ କରିଛୁ।