ହେଡଲାଇନସ୍:

ଅପରିପକ୍ୱ ଓ ଉଦ୍ଦେଶ୍ୟପ୍ରଣୋଦିତ ରାଜନୀତି କରୁଛି ବିଜେପି :  ଜମିର 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 

18-02-18-Dr-SC-jamir-.jpg - 24.75 kB

ଭୁବନେଶ୍ୱର:  ମୋ ବିରୋଧରେ ବିଜେପି ଆଣିଥିବା ଅଭିଯୋଗ ର କୌଣସି ଆଧାର ନାହିଁ | କ୍ୱିଜେପି କେବଳ କପୋଳକଳ୍ପିତ ଅଭିଯୋଗ କରି ରାଜନୈତିକ ଅପରିପକ୍ଵତାରେ ପ୍ରମାଣ ଦେଉଛି ବୋଲି କହିଛନ୍ତି ଧୂରୀଣ ରାଜନୀତିଜ୍ଞ ତଥା ଓଡ଼ିଶାର  ରାଜ୍ୟପାଳ ଡ଼. ଏସ୍‌. ସି ଜମିର | ନାଗାଲାଣ୍ଡରେ କଂଗ୍ରେସ ଓ ନାଗା ପିପୁଲସ୍‌ ଫ୍ରଣ୍ଟ ପାଇଁ ନିର୍ବାଚନ ପ୍ରଚାର କରିଥିବା ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗ ଉତ୍ତରରେ ଡ଼. ଜମିର ଏହି ଅଭିଯୋଗର କୌଣସି ସତ୍ୟତା  ନାହିଁ ବୋଲି କହିଛନ୍ତି । କେବଳ ଅନୁମାନ କରି ଭାଜପା ଏପରି ଅଭିଯୋଗ କରିଥିବା ଡ଼. ଜମିର କହିଛନ୍ତି ।

ନାଗାଲାଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଡ଼. ଜମିର କିଛି ପ୍ରାର୍ଥୀଙ୍କ  ପାଇଁ ନିର୍ବାଚନ ପ୍ରଚାର କରିଥିଲେ ବୋଲି ଅଭିଯୋଗ କରିଥିଲା ବିଜେପି  । ରାଜ୍ୟପାଳ ଭଳି ଗୁରୁତ୍ୱ ପୂର୍ଣ୍ଣ ସାମ୍ବିଧାନିକ ପଦରେ ରହି ନିର୍ବାଚନରେ ପ୍ରଚାର କଲାଭଳି ସମ୍ବିଧାନ ବିରୋଧ କାମ କରିଥିବା ଅଭିଯୋଗ ନାଗାଲାଣ୍ଡ ବିଜେପି ଆଣିଥିଲା । ରାଜ୍ୟପାଳ ଡ଼ ଜମିର  ଜାରି କରିଥିବା ପ୍ରତିକ୍ରିୟାରେ  କହିଛନ୍ତି ଯେ   ଏପରି କିଛି କରି ନ ଥିବା କହିଛନ୍ତି । ନାଗାଲାଣ୍ଡ ବିଜେପି ଶାଖା ପକ୍ଷରୁ ଦିଆଯାଇଥିବା ବୟାନ ଅପରିପକ୍ୱ ଓ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ନିର୍ବାଚନ ଆୟୋଗ ସତ୍ୟତା ବିଷୟରେ ଅବଗତ ହେବେ । ଏବେ ନିର୍ବାଚନ ଥିଲେ ବି ସେ ନିଜର ସହର ମୋକେରଚୁଙ୍ଗରେ ଥିଲେ । ନିର୍ବାଚନ ସମୟରେ ମୋକେରଚୁଙ୍ଗରେ ରହିବ ସଂଯୋଗ ବା କାକତାଳୀୟ ହୋଇପାରେ  ବୋଲି ସେ କହିଛନ୍ତି । ଏସ୍‌ସି ଜମିର ପୂର୍ବରୁ ବହୁବାରର ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ରାଜ୍ୟପାଳଙ୍କ ପୁଅ ଏବେ ମୋକେରଚୁଙ୍ଗର ପ୍ରାର୍ଥୀ ।

0
0
0
s2sdefault