ହେଡଲାଇନସ୍:

 ‘ସାଉଁଟିଲା କାଣ୍ଡ ଯୁଦ୍ଧକୁ ପାଏନାହିଁ’ : ବିଜୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ କଣ କିରାଣୀ ଚଳାଉଛନ୍ତି ?

ଅଲୋଡ଼ା ନେତାଙ୍କ ହତାଶ ବିବୃତିକୁ ଲୋକ ଜାଣିଛନ୍ତି

ତୃତୀୟ ମହଲାକୁ ସମାଲୋଚନା ଶୈଳୀରୁ ଜଣ| ପଡି ଯାଉଛି ନେତାଙ୍କ ଷ୍ଟାଣ୍ଡାର୍ଡ

 

ଅନ୍ୟକୁ ସମ୍ମାନ ଦେଇ ଜାଣିନଥିବା ଲୋକର ସମ୍ମାନବୋଧ କଣ ସମସ୍ତଙ୍କୁ ଜଣା

ଭୁବନେଶ୍ୱର : ୨୦୦୦ ମସିହା ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଛନ୍ତି । ଜଣେ ଶ୍ରେଷ୍ଠ  ପ୍ରଶାସକ ଭାବରେ ସମଗ୍ର ଭାରତ ବର୍ଷରେ ତାଙ୍କର ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା  ରହିଛି । ତାଙ୍କର ଅନେକ କାର୍ଯ୍ୟଧାରାକୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସରକାର ଅନୁସରଣ କରିବା ଦେଖାଯାଇଛି । ଓଡ଼ିଶାର ଲୋକମାନେ ମଧ୍ୟ ତାଙ୍କ କାର୍ଯ୍ୟ ଧାରାରେ ସନ୍ତୋଷ ପ୍ରକାଶ କରୁଛନ୍ତି, ଯାହାଫଳରେ ପ୍ରତିଟି ନିର୍ବାଚନରେ ତାଙ୍କ ନେତୃତ୍ୱ ପ୍ରତି ଅଧିକରୁ ଅଧିକ ସମର୍ଥନ ପ୍ରକାଶ ପାଉଛି । ତେଣୁ ତାଙ୍କର କାର୍ଯ୍ୟଶୈଳୀ ଓ କାର୍ଯ୍ୟଧାରା ଯେ ଓଡ଼ିଶାର ଲୋକମାନଙ୍କ ଦ୍ୱାରା କେବଳ ଗ୍ରହଣୀୟ ନୁହେଁ, ପ୍ରଶଂସିତ ମଧ୍ୟ ହେଉଛି ଏହା କହିବା ଅନାବଶ୍ୟକ । ସଂପ୍ରତି ତାଙ୍କର କାର୍ଯ୍ୟଶୈଳୀକୁ ନେଇ କିଛି ଅଲୋଡ଼ା ନେତା ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ  କରୁଛନ୍ତି, ତା’ପଛରେ କିଛି ଅଭିସନ୍ଧି ଥିବା ଜଣାପଡୁଛି । ମୁଖ୍ୟମନ୍ତ୍ରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାରେ ହତାଶ ହୋଇ ସେମାନେ ଅନ୍ଧାରରେ ବାଡ଼ି ବୁଲାଇବା ଆରମ୍ଭ କଲେଣି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିବାଦ ଘେରକୁ ଟାଣିବା ଏହା ଅନ୍ୟ ଏକ ପ୍ରମାଣ । ଶାସନ ମୁଖ୍ୟ କିଭଳି କାର୍ଯ୍ୟ କରନ୍ତି, ତାହା ତାଙ୍କ ଉପରେ ନିର୍ଭର କରେ । ଅତୀତରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ନିଜ କାର୍ଯ୍ୟକ୍ରମର ଓ ଚିନ୍ତାଧାରାର ରୂପାୟନ ପାଇଁ ନିଜର କାର୍ଯ୍ୟାଳୟ ଓ ସଂପୃକ୍ତ ଅଧିକାରୀମାନଙ୍କୁ ଉପଯୋଗ କରିଥାନ୍ତି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସବୁବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କ୍ଷମତାର ଶକ୍ତିକେନ୍ଦ୍ର ହୋଇ ରହିଛି । ଏଥିରେ କୌଣସି ନୂତନତା କିମ୍ବା ବିଶେଷତା ନାହିଁ । ସେହିପରି ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶାସନର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି । ସଂପ୍ରତି ଏବେ ଯେଉଁଭଳି ଭାବେ ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନେଇ ମନଗଢ଼ା କାହାଣୀ କହି ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଅପଚେଷ୍ଟା କରୁଛନ୍ତି, ସେଥିରେ ସେମାନେ କେବେବି ସଫଳ ହେବେ ନାହିଁ । ଓଡ଼ିଶାବାସୀଙ୍କ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଭରସା ଅତୁଟ ରହିଛି । ଯେଉଁ ପର୍ଯ୍ୟଟକ ନେତା ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଅଫିସରମାନଙ୍କୁ କିରାଣୀ ବୋଲି କହି ତାତ୍ସଲ୍ୟ କରନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯେଉଁ ଅଫିସରମାନେ କାମ କରୁଛନ୍ତି, ସେମାନେ କ’ଣ କିରାଣୀ ବୋଲି ସେ ସ୍ୱୀକାର କରନ୍ତି କି? ଜଣେ ଦାୟିତ୍ୱ ସଂପନ୍ନ ମନ୍ତ୍ରୀ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ଏଭଳି ରୁଚିହୀନ ମନ୍ତବ୍ୟ ଦେବା ତାଙ୍କର ହତାଶାବୋଧର ପରିଚୟ ଦିଏ । ଅନ୍ୟପକ୍ଷରେ ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବା ଚକ୍କରରେ ପୋକା ବାଇଗଣ ସଂଗ୍ରହ କରୁଛି । ବିଜେପି ବିଭିନ୍ନ ଦଳର ଗୌଣ ଓ ପ୍ରତ୍ୟାଖ୍ୟାତ ନେତାମାନଙ୍କୁ ଦଳରେ ଗ୍ରହଣ କରିବାରେ ଲାଗିଛି । ‘ସାଉଁଟିଲା କାଣ୍ଡ ଯୁଦ୍ଧକୁ ପାଏନାହିଁ’ ବୋଲି ଯାହା କଥାରେ ଅଛି, ତାହା ବିଜେପିର ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଯୁଜ୍ୟ । ଅନ୍ୟ ଦଳ ଓ ଦଳ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟଧାରା ସଂପର୍କରେ ମନ୍ତବ୍ୟ ନଦେଇ ନିଜ ଘର ଓ ସରକାରକୁ ସଜାଡନ୍ତୁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ  କହିଛନ୍ତି ।

0
0
0
s2sdefault