ହେଡଲାଇନସ୍:

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦ୍ରର ପ୍ରତ୍ୟାଖ୍ୟାନ ବିରୁଦ୍ଧରେ ୫ ବ୍ଲକରେ ବିଜେଡିର ଗଣବିକ୍ଷୋଭ ଓ ଧାରଣା


ଭୁବନେଶ୍ୱର: ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ପ୍ରସଂଗ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ କେନ୍ଦ୍ର ସରକାରଙ୍କ କମିଶନ ଫର୍‍ ଏଗ୍ରିକଲ୍‍ଚାରାଲ କଷ୍ଟ୍‍ ଆଣ୍ଡ୍‍ ପ୍ରାଇସେସ୍‍ (ସିଏସିପି)ର ଆଧାରରେ ଯେଉଁ ବକ୍ତବ୍ୟ ରଖିଛନ୍ତି, ତାହା ଓଡ଼ିଶାର ଚାଷୀକୁଳ ପ୍ରତି ଉପହାସ । ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ପୁନଃବିଚାର କରିବେ ନାହିଁ ବୋଲି ଶ୍ରୀ ଶେଖାୱତ୍‍ଙ୍କ ବିବୃତି ଓ ଚାଷୀଙ୍କୁ ଧାନର ସର୍ବନିମ୍ନ ମୂଲ୍ୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବ ଘୋଷଣା ଅନୁଯାୟୀ ଆଜି ଦ୍ୱିତୀୟ ଦିନରେ କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ, ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ, ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ, ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ, ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକ ସମ୍ମୁଖରେ ଦୁଇଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣା ଦିଆଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିକୁ କୃଷକଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ରର ପ୍ରତ୍ୟାଖ୍ୟାନ କରିଥିବା କେନ୍ଦ୍ର ସରକାର ଏଭଳି କଠୋର ନିଷ୍ପତ୍ତିକୁ ପୁନର୍ବିଚାର କରି ଧାନ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରାଯାଇଛି ।
ଏହି ଦୁଇଘଣ୍ଟିଆ ଗଣବିକ୍ଷୋଭ ଓ ଧାରଣା ସ୍ଥଳରେ ଦଳର ପ୍ରତିନିଧିମାନେ କହିଥିଲେ ଯେ ଓଡ଼ିଶାର ଚାଷୀକୁଳକୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ବିଧାନସଭା ଗୃହ କମିଟିରେ ପାରିତ ସର୍ବସମ୍ମତ ୨୯୩୦ ଟଙ୍କା ପ୍ରଦାନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର ଗୃହ କମିଟିକୁ ସମୟ ନଦେବା ଏବଂ ଗୃହ କମିଟି ଓଡ଼ିଶା ଚାଷୀକୁଳର ଏହି ନ୍ୟାୟପୂର୍ଣ୍ଣ ଦାବିକୁ ହାସଲ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ନିଷ୍ପତ୍ତି କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ ରାଜ୍ୟସଭାରେ ଦେଇଥିବା ବିବୃତି ଓଡ଼ିଶାର ଚାଷୀକୁଳ ପ୍ରତି ଭାରତୀୟ ଜନତା ପାର୍ଟିର ଧୋକ୍କାବାଜି ପ୍ରମାଣିତ କରିଛି । କେନ୍ଦ୍ରର ମନ୍ତ୍ରୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ ପୂର୍ଣ୍ଣଚ୍ଛେଦ ପକାଇ ଓଡ଼ିଶାର ଚାଷୀକୁଳ ତଥା ବିଧାନସଭାକୁ ଉପହାସ କରିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ କେବଳ ବିଜେଡ଼ିର ଦାବି ନଥିଲା, ଏହା ଓଡ଼ିଶାବାସୀଙ୍କ ଦାବି । ଏହା ନ ହୋଇଥିଲେ ଏ ପ୍ରସଙ୍ଗ ବିଧାନସଭାରେ ପାରିତ ହୋଇ ନଥାନ୍ତା । ପ୍ରଧାନମନ୍ତ୍ରୀ ଏମଏସ୍‍ପି ବୃଦ୍ଧି ପ୍ରସଙ୍ଗରେ କହିଥିଲେ- ସ୍ୱାମୀନାଥନ ରିପୋର୍ଟ ଅନୁଯାୟୀ କାମ କରିବୁ, କୃଷକମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ । ଏବେ ତାଙ୍କ ମନ୍ତ୍ରୀମାନେ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ୪୩୩ ଟଙ୍କା ପ୍ରଫିଟ୍‍ କୃଷକଙ୍କୁ ଦେଉଛନ୍ତି ବୋଲି କହୁଛନ୍ତି । ଏହି ୪୩୩ ଟଙ୍କା ସେ କେଉଁଠୁ ଆଣିଲେ, କେଉଁ ଆଧାରରେ ଏ କଥା କହିଲେ? ବିଜେଡ଼ି କଦାପି ଏ ପ୍ରସଙ୍ଗରୁ ଓହରିନଯାଇ ଓଡ଼ିଶାର ଓ କୃଷକଙ୍କ ହକ୍‍ ପାଇଁ ଲଢେଇ ଜାରି ରଖିବ ବୋଲି ଗଣବିକ୍ଷୋଭ ଓ ଧାରଣା ସ୍ଥଳରେ ଉପସ୍ଥିତ ଜନପ୍ରତିନିଧି, ଦଳୀୟ କର୍ମକର୍ତ୍ତାମାନେ ମତ ଉପସ୍ଥାପନ କରିଥିଲେ ।
କୋରାପୁଟ ବ୍ଲକ ସମ୍ମୁଖରେ ବିଧାୟକ ଝିନ୍ନ ହିକ୍‍କାଙ୍କ ନେତୃତ୍ୱରେ ଅନୁଷ୍ଠିତ  ଗଣବିକ୍ଷୋଭ ଓ ଧାରଣାରେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ପ୍ରାର୍ଥୀ ରଘୁରାମ ମାଛ, ରାଜେନ୍ଦ୍ର ଆଚାର୍ଯ୍ୟ-ସଂଯୋଜକ, ପୂର୍ବତନ ବିଧାୟକ ଗୁପ୍ତପ୍ରସାଦ ଦାସ, ରଘୁରାମ ପାଡାଲ, ଯୁବ ବିଜେଡି ସଭାପତି ଅମିତ ଅଗ୍ରୱାଲ, ତ୍ରିପୁରା ଗରାଡ଼, ଜିଲ୍ଲା ବିଜେଡି ପୂର୍ବତନ ସଂପାଦକ ଦାମୋଦର ନାୟକ, ସମସ୍ତ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ୪୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ । ସେହିପରି ହରଭଙ୍ଗା ବ୍ଲକ ସମ୍ମୁଖରେ ବିଧାୟକ ତଥା ଜିଲ୍ଲା ସଭାପତି ମହିଧର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ  ଗଣବିକ୍ଷୋଭ ଓ ଧାରଣାରେ, କୃତିବାସ ପାତ୍ର, ଯୁବ ବିଜେଡି ସଭାପତି ମୃତୁ୍ୟଞ୍ଜୟ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଅକୃର ସେଠୀ, ବ୍ଲକ ଚେୟାରମ୍ୟାନ୍‍ ବିଶ୍ୱଜିତ ମିଶ୍ର, ଜୋନାଲ୍‍ ସଭାପତି ଅଶୋକ ସାହୁ, ଛାତ୍ର ଜିଲ୍ଲା ସଭାପତି ସଂଗ୍ରାମ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଅକ୍ଷୟ ସାହୁ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ । ବଲାଙ୍ଗୀର ବ୍ଲକ ଗୁଲାବ ବାଗ୍‍ଙ୍କ ନେତୃତ୍ୱରେ ଅନୁଷ୍ଠିତ  ଗଣବିକ୍ଷୋଭ ଓ ଧାରଣାରେ ସାଂସଦ ତଥା ଜିଲ୍ଳା ବିଜେଡି ସଭାପତି କଳିକେଶ ନାରାୟଣ ସିଂହଦେଓ, ଯୁବ ବିଜେଡି ଜିଲ୍ଲା ସଭାପତି ଲୋଟସ୍‍ ଷଡ଼ଙ୍ଗୀ, ଦେଓଗାଁ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭ୍ୟ ସତ୍ୟନାରାୟଣ ଭୋଇ, ବିଜୁ କୃଷକ ସାମ୍ମୁଖ୍ୟ ଜିଲ୍ଲା ସଭାପତି ଶ୍ରୀବତ୍ସ ସାହୁ, ସାଂସଦଙ୍କ ପ୍ରତିନିଧି ପ୍ରଦୁ୍ୟମ୍ନ ହୋତା, ସରପଞ୍ଚ ରାଜେନ୍ଦ୍ର ହୋତା, ଲକ୍ଷ୍ମଣ ମହାକୁଡ଼, ସମିତି ସଭ୍ୟ ଶଙ୍କର ମେହେର, ନିହାର ରଞ୍ଜନ ସ୍ୱାଇଁ, କାଉନସିଲର ଉପେନ୍‍ ଧୀର, ମୁନ୍ନା ଖାଁ, ଶିବ ବେହେରା, ବ୍ଲକ ଯୁବ ସଭାପତି ଆଶିର୍ବାଦ ସାହୁ, ପାଲେଶ୍ୱର ଭୋଇ, ଅଶୋକ ପ୍ରଧାନ, ଘୁନ୍ଦୁ ହୋତା, ବଟୁ ସିଂହ, ଟିକି ମିଶ୍ର, ତେଜ ସିଂହ, ବିନୁ ଶତପଥୀଙ୍କ ସମେତ ୩୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ । ସେହିପରି ମାଥିଲିରେ ବିଧାୟକ ମାନସ ମାଡ଼କାମୀଙ୍କ ନେତୃତ୍ୱରେ ବିଧାୟକ ଡମ୍ବରୁ ସିସାଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ, ଚାଷୀ ଗଣବିକ୍ଷୋଭ ଓ ଧାରଣାରେ ଯୋଗଦେଇଥିବା ବେଳେ ବିଷମ କଟକ ବ୍ଲକ ସମ୍ମୁଖରେ ବିଧାୟକ ଜଗନ୍ନାଥ ସାରକାଙ୍କ ନେତୃତ୍ୱରେ ୨୦୦ରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ, ଚାଷୀ ଗଣବିକ୍ଷୋଭ ଓ ଧାରଣାରେ ଯୋଗଦେଇଥିଲେ ।

0
0
0
s2sdefault