ହେଡଲାଇନସ୍:

ଓଡିଶାବାସୀଙ୍କ ଭଲ ପାଇବା ଅମୂଲ, ଆସ ତାର ପ୍ରତିଦାନ ଦେବା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କର୍ମୀ ଓ ନେତାଙ୍କୁ ନବୀନଙ୍କ ଭାବପ୍ରବଣତାପୂର୍ଣ ପରାମର୍ଶ  

"ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା ଧ୍ୟେୟ ହେଉ ' 

ପୁରୀରୁ କୁମାର ଅଭିଶେଖ/ସରୋଜ/ଫୋଟୋ: ଚନ୍ଦ୍ରଶେଖର  : ଓଡ଼ିଶାବାସୀ ଆମକୁ ବହୁତ କିଛି ଦେଇଛନ୍ତି । ଆଜି ଆମେ ଯେଉଁଠାରେ ପହଞ୍ଚିଛୁ, ତାହା କେବଳ ଓଡ଼ିଶାବାସୀଙ୍କ ଆଦର ଓ ଭଲ ପାଇବା ଯୋଗୁ ହୋଇପାରିଛି । ଏ ଭଲ ପାଇବା ଅମୂଲ । ତା'ର ପ୍ରତିଦାନ ଦେବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ । ଆମେ ଏଭଳି କାମ କରିବା, ଯାହାଦ୍ୱାରା ଆମର ପିଲାମାନେ ଆମକୁ ନେଇ ଗର୍ବ କରିବେ । ସାଧାରଣ ଜୀବନରେ ସରଳତା ସବୁଠାରୁ ବଡ଼ କଥା । ଏହା ସେବା ପାଇଁ ପ୍ରେରଣା ଦେଇଥାଏ । ତେଣୁ ମୁଁ ·ହେଁ, "ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା' ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ । ସରଳତାର ନିଜସ୍ୱ ଶକ୍ତି ରହିଛି, ଯାହା ଜଣକୁ ଗଣ ସହିତ ଯୋଡ଼ିଥାଏ । ଡ. କାଲାମ କହିଛନ୍ତି, ସତ ଓ ସରଳତାକୁ ନିଜ ହୃଦୟରେ ବାରମ୍ବାର ଗ୍ରହଣ କରିବା ପାଇଁ ଅର୍ଥ ଖର୍ଚ୍ଚ କରିବା ଆବଶକତା ନଥାଏ । ତେଣୁ ମୁଁ ·ହେଁ ଆପଣମାନେ ସରଳ ରୁହନ୍ତୁ । ଲୋକଙ୍କ ସୁଖଦୁଃଖରେ ସହାନୁଭୂତିପୂର୍ଣ୍ଣ ଦୃଷ୍ଟିକୋଣ ନେଇ ସାହାଯ୍ୟ କରନ୍ତୁ । ଲୋକଙ୍କ ଭରସାକୁ ସମ୍ମାନ ଦିଅନ୍ତୁ । ଜନତା ହେଉଛନ୍ତି, ଆମର ବିଚାରକ । ସେମାନଙ୍କୁ ମାନବିକତାର ସହିତ ସେବା କରନ୍ତୁ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରନ୍ତୁ । ସତ୍ୟବାଦୀର ଇତିହାସ କହେ- ଭୌଗୋଳିକ ସୁଖ ତ୍ୟାଗ କର । ସମୃଦ୍ଧି ପଥରେ ଜାତିକୁ ଆଗେଇ ନିଅ । ସେବା ଓ କ୍ଷମତା, ଏହି ଦୁଇଟି ମଧ୍ୟରୁ ସେବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହା ଏକ ମହାନ ଗୁଣ । ସେବା ଜରିଆରେ ହିଁ ଲୋକଙ୍କ ହୃଦୟ ଜିତି ହୁଏ । ତେଣୁ ଲୋକଙ୍କ ସେବା କରନ୍ତୁ ଓ ହୃଦୟ ଜିତନ୍ତୁ ବୋଲି ବିଜୁ ଜନତା ଦଳର ପ୍ରତିଷ୍ଠାରେ  ଦିବସ ଅବସରରେ ଦଳର ନେତା ଓ କର୍ମୀମାନଙ୍କୁ ଊଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି  ।

ଦଳର ୨୦ତମ ପୂର୍ତ୍ତି  ଉପଲକ୍ଷେ ପୁରୀର ତାଳବଣିଆ ଠାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କ୍ରମରେ ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟବାସୀଙ୍କ ସେବାରେ ମୁଁ ସବୁବେଳେ ସମର୍ପିତ । ଓଡ଼ିଶାବାସୀ ମୋର ପରିବାର । ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ଆସନ୍ତୁ ସଂକଳ୍ପ କରି ଆମର ପ୍ରିୟ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ଓ ବିଶ୍ୱ ଇତିହାସରେ ଓଡ଼ିଶା ପାଇଁ ସ୍ଥାନ ଗଢ଼ିବା  ।   ବିଜୁ ପରିବାର ଆଜି ଏଠାରେ ଏକାଠି ହୋଇଛି । ଆଜି ରାଜନୀତି ନୁହେଁ, ମୋର ପରିବାରକୁ ମୋ ହୃଦୟର କଥା କହିବି । ବିଜୁ ଜନତା ଦଳ ଗତ ୨୦ବର୍ଷ ଭିତରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ, ଓଡ଼ିଶାବାସୀଙ୍କ ସହଯୋଗ ଓ ଆଦର ଏବଂ ଦଳର ଲକ୍ଷ ଲକ୍ଷ କର୍ମୀମାନଙ୍କର ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଓଡ଼ିଶା ମା'ର ସେବା କରି·ଲିଛି । ଏହି ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କ ନିକଟରେ ମୁଁ ଋଣୀ । ଓଡ଼ିଶା ତ୍ୟାଗର ଭୂମି । ସେବାର ଭୂମି । କର୍ମ ଭୂମି । ଉକ୍ରଳମଣି ଗୋପବନ୍ଧୁ ଓ ଉକ୍ରଳ ଗୌରବ ମଧୁସୂଦନଙ୍କର ଆଦର୍ଶ ଥିଲା ତ୍ୟାଗ, ସେବା ଓ ସ୍ୱାଭିମାନ । ସେମାନେ ଆମ ପାଇଁ ସବୁବେଳେ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ସେହିପରି ବିଜୁ ବାବୁଙ୍କ ଦରଦୀ ମନୋଭାବ ମୋତେ ସବୁଠାରୁ ବେଶୀ ଭଲ ଲାଗେ । ବିଜୁବାବୁ ଥିଲେ ଗରିବ ଲୋକଙ୍କର ବନ୍ଧୁ । ତାଙ୍କ ପାଖରୁ କେହି କେବେ ଖାଲି ହାତରେ ଫେରୁନଥିଲେ । ବିଜୁ ପରିବାରର ସଭ୍ୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ତେଣୁ ମହାପ୍ରଭୁଙ୍କ ପବିତ୍ର ଧାମରେ ସଂକଳ୍ପ ନେବା । ସରଳ ଜୀବନ ଯାପନ କରିବା । ଲୋକଙ୍କ ସେବା କରିବା ଓ ଲୋକଙ୍କ ଭଲ ପାଇବା ହାସଲ କରିବା । ୧୯୯୭ରେ ଆସ୍କା ସାଂସଦ ଭାବରେ ମୋର ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା । ସେବେଠାରୁ ମୋର ପ୍ରତିଟି ମୁହୂର୍ତ୍ତ  ଓଡ଼ିଶାର ବିକାଶ ଓ କଲ୍ୟାଣ ପାଇଁ ଦେଇଛି । ଓଡ଼ିଶାର ଭାଇଭଉଣୀମାନଙ୍କର ଭଲ ପାଇବା ମୋତେ ଶକ୍ତି ଦେଇଛି । ଆତ୍ମ ବିଶ୍ୱାସ ବଢ଼ାଇଛି । ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ଓଡ଼ିଶାବାସୀ ମୋର ପରିବାର ଏବଂ ଓଡ଼ିଶାବାସୀଙ୍କ ସେବାରେ ମୁଁ ସବୁବେଳେ ସମର୍ପିତ ।

 ଏହି ଦୁଇ ଦଶନ୍ଧି ପୂତ୍ତି ସମ୍ବତ୍ସରକୁ ପ୍ରଦୀପ ପ୍ରଜ୍ୱଳନ କରି ଦଳୀୟ ଉପ-ସଭାପତି ଅନଙ୍ଗ ଉଦୟ ସିଂହଦେଓ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ ଦଳୀୟ ଉପ-ସଭାପତି ଉପସ୍ଥିତ ଥିଲେ । ଶ୍ରୀ ସିଂହଦେଓ ତାଙ୍କ ଅଭିଭାଷଣରେ ୨୦ବର୍ଷ  ପୁର୍ତ୍ତୀ ଉତ୍ସବ ପାଳନ ବିଷୟ ଉଲ୍ଲେଖ କରି କହିଥିଲେ, ନବୀନବାବୁ ଦେଖାଇଦେଲେ ଯେ ତାଙ୍କ ନେତୃତ୍ୱରେ ବିଜେଡି ଲଗାତାର ଚତୁର୍ଥ ଥର ପାଇଁ ସରକାର ଗଢ଼ିଛି । ପ ମ ଥର ମଧ୍ୟ ଏହି ସରକାର ଆସିବ । ସଂସଦରେ ଆମେ ମହାନଦୀ ପ୍ରସଂଗ ସଂସଦରେ ବାରମ୍ବାର ଉଠାଇଛୁ ବୋଲି ଶ୍ରୀ ସିଂହଦେଓ କହିଥିଲେ ।   ଅଭିଭାଷଣ ପ୍ରଦାନ କରି ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଥିଲେ ଯେ ୧୭ବର୍ଷର ଉପଲବ୍ଧି ପ୍ରାପ୍ତ ପାଇଁ ଦଳ ସାମ୍ନା କରୁଥିବା କେନ୍ଦ୍ରୀୟ ଅବହେଳା, ପ୍ରତିପକ୍ଷ କିଭଳି ମିଛ ତଥ୍ୟ  ଦେଇ ଅପପ୍ରଚାର କରୁଛନ୍ତି ତା'ର ସାମ୍ନା କରିବା ପାଇଁ ଉପାୟ ଏବଂ ଦଳକୁ ସୁରକ୍ଷା ଓ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯକ୍ରମ ସଂପର୍କରେ ମତାମତ ପୋଷଣ କରିଥିଲେ । ବିଧାୟକ ଦେବାଶିଷ ନାୟକ କହିଲେ, ବିଜୁ ଜନତା ଦଳ ଏବେ ପାହାଚ ଉପରକୁ ଚଢ଼ୁଛି, ଚଢ଼ୁଛି, ଚଢ଼ୁଛି । ସାଂସଦ ପ୍ରସତ୍ତ ପାଟ୍ଟଶାଣୀ କହିଥିଲେ, ଶଙ୍ଖର ଜୟ ୨୦ବର୍ଷ ଧରି ହୋଇଆସିଛି ଓ ଆଗକୁ ହେବ । ସାଧାରଣ ସଂପାଦକ ଡ. ଅରୁଣ ସାହୁ କହିଥିଲେ, ବିଜୁବାବୁଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ ହୋଇ ମଧ୍ୟ ସର୍ବଭାରତୀୟ ସ୍ତରରେ  ପ୍ରତିଷ୍ଠା ଅର୍ଜନ କରିଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ନବୀନ ସରକାର ଓଡ଼ିଶାକୁ ନୂତନ ଦିଗଦର୍ଶନ ଦେବ । ବିଧାୟକ ମଙ୍ଗଳା କିଷାନ ତାଙ୍କ ଅଭିଭାଷଣରେ ବିଜେଡି ସରକାର ଶିକ୍ଷାର ବିକାଶ ଲାଗି କି କି ପଦକ୍ଷେପ ନେଇଛି, ତାହା କହିଥିଲେ । ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ ଆଜି ବିଜେଡିର ୨୦ତମ ପ୍ରତିଷ୍ଠା  ଦିବସ ପାଳନ ସମ୍ଭବ ହୋଇପାରିଛି, କେବଳ ଦଳୀୟ ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ସେ ଦୀର୍ଘ ୨୦ବର୍ଷ ଧରି ନିଃସ୍ୱାର୍ଥପର ଭାବେ ସେବା କରିଆସିଛନ୍ତି । ବିଧାୟକ ଅତନୁ ସବସାଚୀ ନାୟକ କହିଥିଲେ, ବିଜୁ ଜନତା ଦଳ ଓଡ଼ିଶାର ବଳ, ଏହାହିଁ ଠିକ । ୨୦ବର୍ଷ ତଳେ ନବୀନ ପଟ୍ଟନାୟକ ଯେପରି ପ୍ରଥମେ ଦଳ ଗଠନ ବେଳେ ଚକ ଚକ କରୁଥିଲେ ଆଜି ବି ସେହିପରି ଚକ ଚକ କରୁଛନ୍ତି । ସାଂସଦ ର୍ଭୃହରି ମହତାବ କହିଲେ, ୧୯୭୪ ମାର୍ଚ୍ଚ ୩ରେ ବିଜୁବାବୁ ପ୍ରଥମେ ଅଣ-କଂଗ୍ରେସ ରାଜନୀତି ଆରମ୍ଭ କରିଥିଲେ । ସେ ଏହାର ସଂଗଠନକୁ ବଳିଷ୍ଠ କରିଥିଲେ । ଶ୍ରୀ ଜଗନ୍ନାଥନଙ୍କ  କୃପା ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦକୁ ପାଥେୟ କରି ବିଜୁ ଜନତା ଦଳ ପ୍ରଥମେ ନବୀନବାବୁଙ୍କ ନେତୃତ୍ୱରେ ଗଠନ ହେବା ସହ କ୍ଷମତାକୁ ଆସିଥିଲା । ବିଜେଡି ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ହେଉଛନ୍ତି, ଜଣେ ନିଷ୍କଳଙ୍କ ଓ ନିର୍ବିବାଦୀୟ ନେତା । ସାଂସଦ ପିନାକୀ ମିଶ୍ର କହିଲେ, ନବୀନ ପଟ୍ଟନାୟକ ଶ୍ରୀଜଗତ୍ତାଥଙ୍କ କୃପାରୁ ପଞ୍ଚମଥର ମୁଖମନ୍ତ୍ରୀ ହେବାକୁ ଯାଉଛନ୍ତି । ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଲେ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁ ବର୍ଗର ଲୋକଙ୍କୁ ନେଇ ଗଠନ ହୋଇଥିବା ବିଜୁ ଜନତା ଦଳ ଏହି ନେତୃତ୍ୱ ବଳରେ ଉଲ୍ଲେଖନୀୟ ସଫଳତା ହାସଲ କଲା । ଏନଡିଏ ସରକାର ଓଡ଼ିଶା ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି । ବିଜୁ ଜନତା ଦଳ ଏହାର ବିରୋଧ କରୁଛି ଓ କରିବ । ଅନ୍ୟତମ  ଉପ-ସଭାପତି ପ୍ରସନ୍ନ  ଆଚାର୍ଯ କହିଲେ, ଓଡ଼ିଶାକୁ ତଳିତଳାନ୍ତ କରିବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛି । ପୋଲାଭରମ, ସ୍ୱତନ୍ତ୍ର ରାଜ ପାହା, ମହାନଦୀ ଜଳ ବିବାଦ ଆଦିରେ ପ୍ରତାରଣା କରୁଛି । ଆମେ ଆମର ସେନାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅବିଶ୍ରାନ୍ତ ସଂଘର୍ଷ କରିବା ।ବରିଷ୍ଠ  ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ କହିଲେ, ଓଡ଼ିଶାକୁ ଆଗେଇ ନେବାକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ରହିଛି । ମନ୍ତ୍ରୀ ବିକ୍ରମ ଆରୁଖ କହିଲେ, ୪ଟି ସାଧାରଣ ନିର୍ବାଚନରେ ଦଳ ସଫଳ ହୋଇଛି । ଗତ ୨୦ବର୍ଷ ମଧ୍ୟରେ ବିଜେଡି ଶିକ୍ଷା, ଗମନାଗମନ ଓ କୃଷି ଆଦିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ତାଙ୍କ ଭାଷଣରେ କହିଥିଲେ ଯେ ୧୯୯୯ ମହାବାତାରେ ଉଜୁଡ଼ିଯାଇଥିବା ଓଡ଼ିଶାର ଦାୟିତ୍ୱ ବିଜୁବାବୁଙ୍କ ଅର୍ବମାନରେ ନବୀନ ପଟ୍ଟନାୟକ ନେଇଥିଲେ । ସେହିଦିନ ଠାରୁ ଆଜି ପର୍ଯନ୍ତ ଦୀର୍ଘ ୨୦ବର୍ଷର ଯାତ୍ରା ଅତନ୍ତ ସଂଘର୍ଷପୂର୍ଣ୍ଣ । କିନ୍ତୁ ବହୁ ବିକାଶମୂଳକ ଯୋଜନା କାର୍ଯକାରୀ କରାଯାଇଛି । ଆହୁରି ଅନେକ ବିକାଶମୂଳକ କାର୍ଯକ୍ରମରେ ଏବେ ବାଧକ ସାଜିଛି କେନ୍ଦ୍ର ସରକାର । ସେ ୟୁପିଏ ସରକାର ହେଉ, ବା ଏନଡିଏ ସରକାର ହେଉ, ସମସ୍ତେ ଓଡ଼ିଶା ପାଇଁ ପ୍ରତିବନ୍ଧକ ସାଜିଛନ୍ତି । ରେଳବାଇକୁ ସ୍ୱତନ୍ତ୍ର ଅନୁଦାନ ହେଉ କିମ୍ବା କୃଷି ହେଉ ବା ସ୍ୱତନ୍ତ୍ର ରାଜ ପାହା ମାନତା ହେଉ, ସବୁଥିରେ ବିରୋଧ କରାଯାଉଛି । ଆଜି ଆମେ ସଂକଳ୍ପ ନେବା ଯେ ୨୦ବର୍ଷର ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁିର ଆଗକୁ ନେବା । ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ, ମହାବାତା ପରେ ଓଡ଼ିଶା ଯେତେବେଳେ ଧ୍ୱସ୍ତବିଧ୍ୱସ୍ତ ସେତିକିବେଳେ ବିଜୁ ଜନତା ଦଳ କ୍ଷମତାକୁ ଆସିଥିଲା । ଏବେ ଆମ ଦଳ ବହୁ ପ୍ରଗତିମୂଳକ କାର୍ଯ କରିଛି । ଅନମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ବିଧାୟକ ସୁଦାମ ମାର୍ଣ୍ଣି, ପୁଷ୍ପେନ୍ଦ୍ର ସିଂହଦେଓ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଆଇନ ସାମ୍ମୁଖ ଆବାହକ ମିଲନ କାନୁନଗୋ ପ୍ରମୁଖ ନିଜ ନିଜର ଅଭିଭାଷଣ ଉପସ୍ଥାପନ କରିଥିଲେ । ଶେଷରେ ମନ୍ତ୍ରୀ ପ୍ରଦୀପ ମହାରଥି ଧନବାଦ ଅର୍ପଣ କରିବା ସହ ଦଳକୁ ଅଧିକ ବଳିଷ୍ଠ  କରିବା ପାଇଁ ସମସ୍ତ ଦଳୀୟ ପ୍ରତିନିଧିଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଦଳର ଏହି ଦୁଇ ଦଶନ୍ଧିର ପୂର୍ତ୍ତି ସମ୍ବତ୍ସରରେ ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ପ୍ରଣବ ପ୍ରକାଶ ଦାସ ମଞ୍ଚ ପରି·ଳନା କରିଥିବା ବେଳେ ବିଧାୟକ ଉମାକାନ୍ତ ସାମନ୍ତରାୟ, ସମୀର ରଞ୍ଜନ ଦାଶ, ସୁରେନ୍ଦ୍ର ସେଠୀ, ସଂପାଦକ ବିଜୟ ନାୟକ ସହଯୋଗ କରିଥିଲେ । ବିଜୁ ଜନତା ଦଳର ସମସ୍ତ ବିଧାୟକ, ସାଂସଦ, ବିଧାୟକ ପ୍ରାର୍ଥୀଙ୍କ ସମେତ ସାରା ରାଜରୁ ୪୦ ହଜାରରୁ ଦଳୀୟ କର୍ମର୍କା ଓ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିଲେ । ସେହିପରି ସକାଳ ୯ଟାରେ ବିଜୁ ଜନତା ଦଳ ରାଜ କାର୍ଯାଳୟରେ ଦଳର ମାନବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରତିଷ୍ଠା ଦିବସ ଅବସରରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲାର୍ପଣ କରିଥିଲେ । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଜିଲ୍ଲା ସଭାପତି ବାବୁଲି ମିଶ୍ର, କାର୍ଯକାରୀ ସଭାପତି ବାବୁ ସିଂହ, ଯୁବ ସଭାପତି ଅମରଜିତ ସେନାପତି, ମହିଳା ସଭାପତି ଭାରତୀ ସିଂହ, ଛାତ୍ର ସଭାପତି କଳ୍ପତରୁ ଓଝାଙ୍କ ସମେତ ବହୁ ଦଳୀୟ କର୍ମର୍କା ଉପସ୍ଥିତ ଥିଲେ ।

0
0
0
s2sdefault