ହେଡଲାଇନସ୍:

ବିରୋଧୀ ଦଳ ରାଜ୍ୟର ବିକାଶ ପାଇଁ ଗଠନମୂଳକ ପରାମର୍ଶ ଦିଅନ୍ତୁ,  ବିକାଶରେ ପ୍ରତିବନ୍ଧକ ସୃଷ୍ଟି ନକରନ୍ତୁ : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ଓ କଂଗ୍ରେସର ପ୍ରଶ୍ନ ରାଜନୈତିକ ଭାଷଣବାଜି : ବିଜେଡି 

ଭୁୁବନେଶ୍ୱର – ଆସନ୍ତାକାଲି ପୁରୀ ଠାରେ ବିଜେଡିର ୨୦ତମ ପ୍ରତିଷ୍ଠା  ଦିବସ ସମାରୋହ ପୂର୍ବରୁ  ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଠାରୁ ରାଜ୍ୟର ସ୍ୱାର୍ଥ ଜନିତ କିଛି ପ୍ରଶ୍ନ ଉପରେ ନିର୍ଦ୍ଧିଷ୍ଟ ଉତର ଚାହିଁଛନ୍ତି । ଚିଟଫଣ୍ଡ, ଖଣି ଦୁର୍ନୀତି, ଚାଷୀ ସମସ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା, ସଡକ, ବିଜୁଳି, ଜଳସେଚନ, ମହିଳା, ଯୁବକ ଓ ଆଦିବାସୀଙ୍କ ସମସ୍ୟା ଇଦ୍ୟାଦି ପ୍ରଶ୍ନର ଉତର ଦେବାକୁ ବିଜେପି ଆହ୍ୱାନ କରିଥିଲା ବେଳେ କଂଗ୍ରେସ ମଧ୍ୟ ଅନୁରୂପ ଭାବେ ପ୍ରଶ୍ନ କରି ଏହାର ଉତର ଜାଣିବାକୁ ଚାହିଁଛି  ।   

ଏହାର ଉତରରେ  ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ ବିଜେପି ଓ କଂଗ୍ରେସ ଯାହା ସବୁ ପ୍ରଶ୍ନ କରିଛନ୍ତି ସେସବୁ ରାଜନୈତିକ ଭାଷଣବାଜି । ଏହି ସବୁ ପ୍ରଶ୍ନର ଉତର ବିଜେଡି ପକ୍ଷରୁ ଆଗରୁ ଦିଆଯାଇସାରିଛି । ଓଡିଶାବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ଆସନରେ ବସାଇସାରିଛନ୍ତି  । ପଂଚମ ଥର ପାଇଁ ପୁଣି ନବୀନଙ୍କୁ ଶାସନ କ୍ଷମତାକୁ ଆଣିବାକୁ ମନ ସ୍ଥିର କରିସାରିଛନ୍ତି  । ଏଥିରେ ଉଭୟ ବିରୋଧୀ ଦଳ ଭୟରେ ଆତଙ୍କିତ ହୋଇପଡିଛନ୍ତି । ମୁଖ୍ୟମନ୍ତ୍ରୀ ପଗତିର ରଥକୁ ଯେଉଁଭଳି ଭାବେ ଆଗେଇ ନେଇ ଚାଲିଛନ୍ତି ତାକୁ ବାଧା ଦେବାକୁ ଚାହିଁ ଲେ ମଧ୍ୟ ରୋକି ପାରିବେ ନାହିଁ  । ବରଂ ସେମାନେ ବଳି ପଡିଯିବେ  ବୋଲି ଶ୍ରୀ ନନ୍ଦ କହିଛନ୍ତି । ସେ ଆହୁରି କହିଥିଲେ ଯେ ବିରୋଧୀ ଦଳ ରାଜ୍ୟର ବିକାଶ ପାଇଁ ଗଠନମୂଳକ ପରାମର୍ଶ ଦିଅନ୍ତୁ  । ବିକାଶରେ ପ୍ରତିବନ୍ଧକ ସୃଷ୍ଟି ନକରନ୍ତୁ  ।  ରାଜ୍ୟର ସ୍ୱାର୍ଥହାନି ହେଲାଭଳି କୌଣସି କାର୍ଯ୍ୟ ନକରନ୍ତୁ  । 

ମୁଖପାତ୍ର ସଂଜୟ ଦାସବର୍ମା କହିଛନ୍ତି ଯେ ଓଡିଶାର ଆଗାମୀ ଭବିଷ୍ୟତ ଓ ସୁରକ୍ଷା ନେଇ ଦଳର ପ୍ରତିଷ୍ଠା  ଦିବସରେ ସଂକଳ୍ପ ନିଆଯିବ  । ବିଜେଡି ରାଜ୍ୟର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବ  । ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢିଛି । ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକମାନେ କେତେଦୂର ଲାଭବାନ ହୋଇଛନ୍ତି ତାହାର ସମୀକ୍ଷା କରାଯିିବ  । ପ୍ରଣବ ବଳବନ୍ତରାୟ କହିଛନ୍ତି ଯେ ଏହି ସମ୍ମିଳନୀରେ  ଓଡିଶାକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ  । 

 

0
0
0
s2sdefault