ମିଛ ପ୍ରତିଶୃତି ଦେବାରେ ନବୀନ ଏବଂ ମୋଦି ସରକାର ମଧ୍ୟରେ ଚାଲିଛି ପ୍ରତିଯୋଗୀତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିଫଳତାକୁ ଢାଙ୍କିବାକୁ ବିଜେଡି ପାଳୁଛି ପ୍ରତିଷ୍ଠା ଆଡ଼ମ୍ବରପୂର୍ଣ୍ଣ ଦିବସ,

ରୋମ୍ ଜଳୁଥିବା ବେଳେ ସମ୍ରାଟ ନିରୋଙ୍କ ବଂଶୀବାଦନ

ବିଜେଡି ଓ ବିଜେପି ଅଲିଖିତ ଚୁକ୍ତିରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ରାଜ୍ୟର ପ୍ରଗତି

ମୋଦି ସରକାରର ବର୍ଷକୁ ଦୁଇକୋଟି ନିଯୁକ୍ତି ଦେବାର ବାହାସ୍ପୋଟ

ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର କୁମ୍ଭୀର କାନ୍ଦଣାକୁ  ସହଯୋଗୀ ବିଜେପି ଖାଉଛି  ଅଜଣା ଚାଉଳ ଭାତ 

ସରକାରୀ ତଥ୍ୟ ଅନୁଯାୟୀ ଓଡିଶା ଦେଶର ୨୩ଟି ବଡ ରାଜ୍ୟ ମଧ୍ୟରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ 

ଭୁବନେଶ୍ୱର/chakradhar majhi   - ଓଡିଶାରେ ମରୁଡି, ଅଦିନିଆ ବର୍ଷା ଏବଂ ରୋଗପୋକ ଲାଗି ଲକ୍ଷ ଲକ୍ଷ ଚାଷୀ ସର୍ବସ୍ୱାନ୍ତ ହେବା ଏବଂ ଫସଲହାନି ଓ ଋଣବୋଝରେ ଚାଷୀମାନେ ଆତ୍ମହତ୍ୟା କରୁଥିବା ପରିପ୍ରେକ୍ଷୀରେ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରି ମହାସମାରୋହରେ ନିଜର ପ୍ରତିଷ୍ଠା  ଦିବସ ପାଳନ କରିବା ଅତିବ ନିନ୍ଦନୀୟ । ଏହା ରୋମ୍ ଜଳୁଥିବା ବେଳେ ସମ୍ରାଟ ନିରୋଙ୍କ ବଂଶୀବାଦନ ସହ ତୁଳନୀୟ । ରାଜ୍ୟରେ ବିଜେଡି ଦୀର୍ଘ ୧୭ ବର୍ଷ ଧରି ଶାସନ କରୁଥିବା ବେଳେ ୯ ବର୍ଷ ବିଜେପି ମଧ୍ୟ ଭାଗୁଆଳୀ ସରକାରରେ ସାମିଲ ଥିଲା । ଜନସାଧାରଣଙ୍କୁ ଆଉ ଅଜଣା ଅଛପା ନାହିଁ ଯେ ମିଛ ପ୍ରତିଶୃତି ଦେବାରେ ନବୀନ ସରକାର ଏବଂ ମୋଦି ସରକାର ମଧ୍ୟରେ ପ୍ରତିଯୋଗୀତା ଚାଲିଛି । ମାତ୍ର ଅନେକ ସମୟରେ ବିଜେଡି ଓ ବିଜେପି ଅଲିଖିତ ଚୁକ୍ତିରେ ରାଜ୍ୟର ପ୍ରଗତିକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି |

ଓଡିଶାରେ ଇତିଶ୍ରୀ, ବେବିନା, ମାଧବୀଲତା ଭଳି ନଗଡା ଓ ଦାନମାଝୀର ଦୁଃଖ ରାଜ୍ୟର ବାସ୍ତବ ଚିତ୍ରର ପ୍ରତିଫଳନ । ବର୍ଷକୁ ଏକ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ୧୫ ବର୍ଷ ତଳେ ନବୀନ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସରକାରୀ ତଥ୍ୟ ଅନୁଯାୟୀ ଏଯାବତ୍ ମାତ୍ର ୪୫ ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇପାରିଛନ୍ତି । ଏହା ମୋଦି ସରକାରର ବର୍ଷକୁ ଦୁଇକୋଟି ନିଯୁକ୍ତି ଦେବାର ବାହାସ୍ପୋଟ ସହ ତୁଳନୀୟ । ଗତ ସାଢେ ତିନିବର୍ଷ ମଧ୍ୟରେ ନିର୍ବାଚନୀ ଇସ୍ତାହାର ଅନୁଯାୟୀ ୬ କୋଟି କର୍ମନିଯୁକ୍ତି ଦେବା ପରିବର୍ତେ ବିଜେପି ସରକାର ମାତ୍ର ୬ ଲକ୍ଷ ନିଯୁକ୍ତି ଦେବାରେ ସକ୍ଷମ ହୋଇଛନ୍ତି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନଗୁଡିକରେ ତାଲା ପଡୁଥିବା ସ୍ଥଳେ ଯେଉଁ କେତୋଟି ରହିଛି ସେଥିରେ ବେକାର ଓଡିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ନାମକୁ ମାତ୍ର । ବିଜେଡି ସରକାର ଅମଳରେ ରାଜ୍ୟରେ ହୋଇଥିବା ଚିଟ୍ ଫଣ୍ଡ ମହାଦୁର୍ନୀତି ସିବିଆଇ ତଦନ୍ତ କେନ୍ଦ୍ର ବିଜେପି ସରକାର ଇଙ୍ଗିତରେ ଶୀଥିଳ ହୋଇଯାଇଛି । କେନ୍ଦ୍ର ବିଜେପିର ପରୋକ୍ଷ ପ୍ରଭାବରେ ରାଜ୍ୟ ସରକାର ଖଣି ମାଲିକମାନଙ୍କ ପାଖରୁ ପାଇବାକୁ ଥିବା ଜରିମାନା ବାବଦ ହଜାର ହଜାର କୋଟି ଟଙ୍କା ଏ ପର୍ଯ୍ୟନ୍ତ ରାଜ୍ୟ ରାଜକୋଷକୁ ଆସିପାରି ନାହିଁ । ମହାନଦୀ ପ୍ରସଙ୍ଗରେ ବିଜେଡି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ରାଜ୍ୟରେ ତାହାର ପୂର୍ବ ସହଯୋଗୀ ବିଜେପି ଦଳ ଅଜଣା ଚାଉଳ ଭାତ ଖାଉଛି । ମହାନଦୀ ଉପର ମୁଣ୍ଡରେ ଛତିଶଗଡ କରୁଥିବା ବେଆଇନ୍ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କାର୍ଯ୍ୟ ସଂପର୍କରେ ୨୦୦୬ ମସିହାରୁ ରାଜ୍ୟ ସରକାରଙ୍କ ପାଖରେ ଠୋସ୍ ତଥ୍ୟ ଏବଂ ପ୍ରମାଣ ରହିଥିବା ବେଳେ ବିଜେପି ଦଳ ସରକାରରେ ବିଜେଡିର ସହଯୋଗୀ ଥିଲା । ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି ଯାହା ଓଡିଶାବାସୀଙ୍କ ସ୍ୱାର୍ଥକୁ ପଦାଘାତ କରିଛି । ସେପଟେ ଆର୍ଥିକ ଓ ସାମାଜିକ ମାନଦଣ୍ଡରେ ଓଡିଶା ଭାରତର ଦୁର୍ବଳ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ଥିବାବେଳେ କେନ୍ଦ୍ର ସରକାରଙ୍କର ତଥ୍ୟ ଅନୁଯାୟୀ ମାନବ ବିକାଶ ର୍ୟାଙ୍କିରେ ଓଡିଶା ଦେଶର ୨୩ଟି ବଡ ରାଜ୍ୟ ମଧ୍ୟରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ରହିଛି । ମୁଣ୍ଡପିଛା ବାର୍ଷିକ ଆୟ ବିକାଶମୁଖୀ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସର୍ବନିମ୍ନ ସ୍ଥାନରେ ଅଛି । ସେହିପରି ସ୍କୁଲ ଡ୍ରପ୍ ଆଉଟ୍, ମହିଳା, ଆଦିବାସୀ ଏବଂ ଦଳିତମାନଙ୍କ ଉପରେ ଅତ୍ୟାଚାର ଘଟଣାରେ ଓଡିଶା ଦେଶ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାର ସମୟରେ ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରୀୟ ଅବହେଳା ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦୋହରାଇ ଚିକ୍ରାର କରୁଥିବା ବିଜେଡି ସରକାର ଆଜି ମୁକ ସାଜିଛି କାହା ଇସାରାରେ? ନିଜ ବିଫଳତାକୁ ଘୋଡାଇବା ପାଇଁ ବିଜେଡି ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ମିଛ ସଫଳତା ବଖାଣିବା ଏବଂ ମିଛ ସ୍ୱପ୍ନ ଦେଖାଇବାର ଯୋଜନାକୁ କଂଗ୍ରେସ ଦଳ ଦୃଢ ନିନ୍ଦା କରୁଛି ।

 

0
0
0
s2sdefault