ହେଡଲାଇନସ୍:

ବିଜୁ ଯୁବ-ଛାତ୍ର ଜନତା ଦଳର ‘ହକ୍ ମାଗୁଛି ଓଡ଼ିଶା' କାର୍ଯ୍ୟକ୍ରମର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗାମୀ ଦିନରେ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅଭିଯାନକୁ ତୀବ୍ରତର କରାଯିବ

ଭୁବନେଶ୍ୱର: ସେପଟେ ବିଜେପି ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରୁଥିବା ବେଳେ ବିଜୁ ଜନତା ଦଳର ଯୁବଛାତ୍ର ସଂଗଠନ ଓଡିଶା ପ୍ରତି କେନ୍ଦ୍ରର ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ଆଜି ରାସ୍ତାକୁ ଓହ୍ଲାଇଛି ହକ ମାଗିବା ପାଇଁ | ଆଜିଠାରୁ ଆରମ୍ଭ କରିଛି ହକ ମାଗିଛି ଓଡିଶା |  ଆଉ ୧୧ଟି ପଏଣ୍ଟ ଉପରେ ପ୍ରଶ୍ନ ପଚାରିଛି କେନ୍ଦ୍ର ସରକାରଙ୍କୁ ଓ ଓଡିଶାକୁ ତା ହକ ନମିଳିଲେ ଆଗକୁ ବ୍ଲକ, ପଂଚାୟତ ଓ ଗାଁ ସ୍ତରରେ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ଶାସକ ପ୍ରଶାସକଙ୍କୁ ପ୍ରତିକ୍ରିୟାରେ କହିଛନ୍ତି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ | 

ଓଡିଶାର ସ୍ୱାର୍ଥ ସମ୍ବଳିତ ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ ନେଇ ବିଜୁ ଯୁବ-ଛାତ୍ର ଜନତା ଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ପ୍ରତି ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ, ହେୟ, ଅବଜ୍ଞା ବିରୋଧରେ ଆଜି ବିଜୁ ଯୁବ-ଛାତ୍ରଜନତା ଦଳ ପକ୍ଷରୁ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ‘ହକ୍ ମାଗୁଛି ଓଡ଼ିଶା' ନାମକ କାର୍ଯ୍ୟକ୍ରମର ଶୁଭାରମ୍ଭ ଲୋୟର ପିଏମ୍ଜିଠାରେ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ପ୍ରତିଟି ଜିଲ୍ଲାର ପଞ୍ଚାୟତ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପଥପ୍ରାନ୍ତ ସଭାକରି କେନ୍ଦ୍ର ବିଜେପି ସରକାରର ଅସଲ ମୁଖା ଖୋଲିଯିବ । ଏହି କାର୍ଯ୍ୟକ୍ରମରେ ପ୍ରତିଟି ସ୍ୱାଭିମାନୀ ଓଡିଆ ଯୁବକ, ଛାତ୍ରଙ୍କୁ ଏଥିରେ ସାମିଲ ହୋଇ ଓଡିଶାର ହକ୍ ମାଗିବା ପାଇଁ ଆହ୍ୱାନ ଦିଆଯିବ । ଆଗାମୀ ଦିନରେ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସାଧାରଣ ଜନତାଙ୍କୁ ଅବଗତି କରାଇ ଆନ୍ଦୋଳନକୁ ତୀବ୍ରତର କରାଯିବ ।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜେଡି ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ମୁଖପାତ୍ର ତଥା ଆଇଟି ସେଲ୍‍ ମୁଖ୍ୟ ଡ. ଅମର ପଟ୍ଟନାୟକ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମୁଖପାତ୍ର ଡ. ସସ୍ମିତ ପାତ୍ର, ଯୁବ ଜନତା ଦଳ ଉପଦେଷ୍ଟା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟକ ଅନୁଭବ ପଟ୍ଟନାୟକ, କୁନବିହାରୀ ଦାସ, ରଞ୍ଜିତ ମହାପାତ୍ର, ସୁନୀଲ ପ୍ରଧାନ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ସନ୍ତୋଷ ବେଜ, ମନ୍ଦାକିନୀ କର, ରାଜକମଲ ଜେନା, ସାଧାରଣ ସଂପାଦକ ଜ୍ୟୋତିରଞ୍ଜନ ଜେନା, ଦେବାଶିଷ ସିଟ୍‍, ଧୃତୀରଞ୍ଜନ ମାର୍ଥା, ସୁନୀଲ ପଣ୍ଡା, ନରେଶ ପାତ୍ର, ପ୍ରମୋଦ କୁମାର ମହାପାତ୍ର, ତନ୍ମୟ ସ୍ୱାଇଁ, ସଂପାଦକ ମଳୟ ରଞ୍ଜନ ପତି, ଆଶିଷ ମିଶ୍ର, ସ୍ୱରାଜ ଲକ୍ଷ୍ମୀ ସାମଲ, ଆଲୋକ ଭଟ୍ଟ, ଚିତ୍ତରଞ୍ଜନ ବରାଳ, ତାରିଣୀ ପ୍ରସାଦ ନାୟକ, ସାଂଗଠନିକ ସଂପାଦକ ରଶ୍ମୀରଞ୍ଜନ ଦାସ, ଅଫତାବ ଆଲମ୍‍ ଖାଁ, ମୋହିତ ନାୟକ, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ଭୁବନେଶ୍ୱର ଜିଲ୍ଲା ସଭାପତି ଅମରଜିତ ସେନାପତି, କାର୍ଯ୍ୟକାରୀ ସଭାପତି ସୁଜିତ ସ୍ୱାଇଁ, ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ମହାସଚିବ ହରିଶଙ୍କର ରାଉତ, ଉପ-ସଭାପତି ରାଜେଶ ସ୍ୱାଇଁ, ସାଧାରଣ ସଂପାଦକ ମିକୁ ପ୍ରଧାନ, ସୁଜିତ ପାଲ୍‍ଟାସିଂହ, ମନୋଜ ସେନାପତି, ଅପୂର୍ବା ଅପରୂପା, ଭଗବାନ ସାହୁ, ଅସିତ ସାମଲ, ସନ୍ତୋଷ ମହାପାତ୍ର, ଚିନ୍ମୟ ଦାସ, ବିଜୟ ବସ୍ତିଆ, ରାଜଲକ୍ଷ୍ମୀ ବେହେରା, ସ୍ୱାଗତିକା ମହାନ୍ତି, ଦେବାଶିଷ ସ୍ୱାଇଁ, ସଂପାଦକ ପ୍ରମୋଦ ପାତ୍ର, ମିଲନ ହୋତା, ସାଂଗଠନିକ ସଂପାଦକ ସଂସଦ ନାୟକ, ସ୍ନେହାଶିଷ ଜେନା, ବଲାଙ୍ଗୀର ଜୋନ୍‍ ସଭାପତି ଚିରାଗ ସିଂହଦେଓ, ଭୁବନେଶ୍ୱର ଜୋନ୍‍ ସଭାପତି ଅଜିତ ବେହେରା, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝାଙ୍କ ସହ ୫ ହଜାରରୁ ଊଦ୍ଧ୍ୱର୍ ଯୁବ ଓ ଛାତ୍ର ସାମିଲ ହୋଇଥିଲେ ।

ଦଳ ପକ୍ଷରୁ କୁହ ଯାଇଛି ଯେ,  ବିକାଶର ଡିଣ୍ଡିମ ପିଟି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରି ଆସୁଥିବା ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ପ୍ରତି କେତେ ଦରଦ, ତାହା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ପ୍ରାକୃତିକ ଖଣିଜ ସଂପଦରେ ପରିପୂର୍ଣ୍ଣ ଓଡିଶା ଦେଶର ଅଗ୍ରଗତିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ଆସୁଥିଲେ ହେଁ ରାଜନୈତିକ ଉଦେ୍ଧଶ୍ୟ ରଖି କେନ୍ଦ୍ର ସଦାସର୍ବଦା ଅବହେଳା କରିଆସିଛି । ପ୍ରତିବର୍ଷ କେନ୍ଦ୍ର ଓଡ଼ିଶାରୁ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ କରୁଥିବା ବେଳେ ପ୍ରତି ବଦଳରେ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ମିଳୁଛି ଖାଲି ପ୍ରତାରଣା । କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ତଥା ପରିଚାଳିତ ବିଭିନ୍ନ ସଂସ୍ଥା ଓଡିଶାର ବିକାଶ ପାଇଁ କେତେ ତତ୍ପର , ନିମ୍ନଲିଖିତ ବିଷୟଗୁଡିକ ଉପରେ ନଜର ପକାଇଲେ ତାହା ପୂରା ସ୍ପଷ୍ଟ ହୋଇଯିବ । କିନ୍ତୁ ଏହାଠାରୁ ବଡ ଦୁଃଖର କଥା ହେଲା, କ୍ଷମତା ଲୋଭି ରାଜ୍ୟ ବିଜେଡିର କିଛି ନେତା ସବୁ ଜାଣିଶୁଣି ମଧ୍ୟ ନିରବତା ଅବଲମ୍ବନ କରି ଆସୁଛନ୍ତି ।

ଯୁବଛାତ୍ର ବିଜେଡି ଉତ୍ଥାପିତ କରାଯାଇଥିବା ୧୧ ସୂତ୍ରୀ ପ୍ରଶ୍ନ ଗୁଡିକ ହେଲା   

୧. ସ୍ୱତନ୍ତ୍ର ପାହ୍ୟ ମାନ୍ୟତା 

ଓଡିଶାକୁ ସ୍ୱତନ୍ତ୍ର ପାହ୍ୟ ମାନ୍ୟତା ପ୍ରଦାନ କରିବା ବିଜେପିର ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ପ୍ରଥମ ଏଜେଣ୍ଡା ଥିଲା । କିନ୍ତୁ ଚୌକି ପାଇ ବିଜେପି ତା'ର ପ୍ରତିଶ୍ରୁତି ଭୁଲିଗଲା । ଫଳରେ ଗତ ୧୯୭୯ ମସିହାରୁଓଡିଶା ତଥା ଓଡିଶାବାସୀଙ୍କସ୍ୱାର୍ଥରକ୍ଷା ପାଇଁ ହୋଇଆସୁଥିବା ଏହି ଦାବି ଏବେବି ଅପୂରଣୀୟ ହୋଇରହିଛି । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦ୍ୱାରା ଓଡିଶାର ଯୁବକମାନେ ସବୁଠାରୁ ଅଧିକ ସୁଯୋଗ ପାଇପାରିବେ । ଓଡିଶାକୁ ଟ୍ୟାକ୍ସ ରିହାତି ମଧ୍ୟ ମିଳିବ । ଅନେକଶିଳ୍ପ ଆସିବ, ନିଯୁକ୍ତିର ସୁଯୋଗ ମଧ୍ୟ ବଢିବ । ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ଯଥାକ୍ରମେ ଦଶ ଓ ନବେ ପ୍ରତିଶତ ରହିବ, ଯାହାକି ଏବେ ପଚାଶ-ପଚାଶ ରହୁଛି । ଏହାଦ୍ୱାରା ବଳକା ଅର୍ଥକୁ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶକାମରେ ଖର୍ଚ୍ଚ କରାଯାଇପାରନ୍ତା ।

୨. ନିଯୁକ୍ତି

ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କ୍ଷମତାକୁ ଆସିବା ପୂର୍ବରୁ ବାର୍ଷିକ ୨କୋଟି ନିଯୁକ୍ତି ଦେବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏହି ଅନୁଯାୟୀ ଦେଶରେ ୫ବର୍ଷରେ ୧୦କୋଟି ଏବଂ ଓଡିଶାର ଜନସଂଖ୍ୟା ଆଧାରରେ ୪୦ଲକ୍ଷ ନିଯୁକ୍ତି ସୃଷ୍ଟିହେବା କଥା । କିନ୍ତୁ ପକୁଡି ବିକିବା କଥା କହି କେନ୍ଦ୍ର ସରକାର ଯୁବପିଢିଙ୍କୁ ପରିହାସ କରିଛନ୍ତି ।

୩. ମହାନଦୀ

ଓଡିଶାର ଜୀବନରେଖା ମହାନଦୀକୁ ନେଇ ବି ବିଜେପି ଘୃଣ୍ୟ ରାଜନୀତି କରୁଛି । ଛଡିଶଗଡରେ ବିଜେପି ସରକାର ଥିବାବେଳେ ରାଜନୈତିକ  ଉଦ୍ଦେଶ୍ୟ ରଖି ଓଡିଶାକୁ ପାଣି ବନ୍ଦ କରିଛି । କେନ୍ଦ୍ର ସରକାର ଚାହିଁଥିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କଥାବାର୍ତ୍ତାରେ ଏହି ବିବାଦର ସମାଧାନ ହୋଇପାରିଥାଆନ୍ତା ।

୪. ଜାତୀୟ ରାଜପଥ

ସମ୍ବଲପୁର-କଟକ ଜାତୀୟ ରାଜପଥ ଓ ବାରିପଦା-ଦେବଗଡ ଜାତୀୟ ରାଜପଥ ଏବେ ଭଗବାନଙ୍କ ଭରସାରେ । ଉପକୂଳ ରାଜପଥ ପାଇଁ ଓଡିଶାବାସୀ ଅପେକ୍ଷା କରିଛନ୍ତି । କିନ୍ତୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରର କାର୍ଯ୍ୟକାଳ ପୂରିବାକୁ ବସିଲାଣି, ପ୍ରକଳ୍ପ ଇଞ୍ଚେ ବି ଆଗକୁ ଘୁଞ୍ଚôଲାନାହିଁ । ସୁନ୍ଦରଗଡ ଜିଲ୍ଲାକୁ ରାଉରକେଲା ସହ ଯୋଡୁଥିବା ବ୍ରାହ୍ମଣୀ ପୋଲ ଉପରେ ଦ୍ୱିତୀୟ ବ୍ରିଜ୍ କଥା ବରଂ ନ କହିବା ଭଲ । ଓଡିଶା ସରକାର ସବୁ ପ୍ରକାର ସାହାଯ୍ୟ, ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଥିଲେ ହେଁ କେନ୍ଦ୍ର ଅବହେଳା କରି ଆସୁଛି ।

୫. ଟେଲିକମ୍

ଭାରତୀୟ ଦୂରସଂଚାର ନିଗମସଂସ୍ଥା (ବିଏସ୍ଏନ୍ଏଲ) ଭାରତ ସରକାରଙ୍କ ସବୁଠୁ ବଡ ନେଟୱାର୍କ । କିନ୍ତୁ ଓଡିଶାର ଅଧା ଗାଁରେ ନେଟୱାର୍କ ମିଳୁନି । କେନ୍ଦ୍ର ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତି ଯୋଗୁଁ ଆଜି ଏହି ସଂସ୍ଥା ବୁଡିବାକୁ ବସିଲାଣି । ଖୋଦ୍ ବିଏସ୍ଏନ୍ଏଲର ବରିଷ୍ଠ ଅଧିକାରୀମାନେ ମଧ୍ୟ ସ୍ୱୀକାର କରିସାରିଛନ୍ତି । 

୬. ରେଳବାଇ

ପୂର୍ବତଟ ରେଳପଥରୁ କେନ୍ଦ୍ର ବାର୍ଷିକ ୨୦ ହଜାର କୋଟି ରାଜସ୍ୱ ପାଉଥିବା ବେଳେ ରେଳବାଇ କ୍ଷେତ୍ରରେ ଓଡିଶାକୁ ଅଣଦେଖା କରାଯାଉଛି । ଏବେ ପୂର୍ବତଟ ରେଳପଥକୁ ବିଭାଜନ କରି ଦକ୍ଷିଣବାଇ ରେଳପଥ ସୃଷ୍ଟି କରିବା କାହ ସ୍ୱାର୍ଥରେ? କେନ୍ଦ୍ରର ଏହି ହୀନ ଚକ୍ରାନ୍ତକୁ ଓଡିଶାବାସୀ ଭଲ ଭାବେ ଜାଣିସାରିଲେଣି । ଅପରପକ୍ଷେ ଓଡିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ ନିର୍ମାଣରେ ମଧ୍ୟ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅଧା ଖର୍ଚ୍ଚ ଦେବା ସହ ମାଗଣାରେ ଜମିବି ଦେଲେ । ତଥାପି କାମ ଆଗକୁ ବଢୁ ନାହିଁ । ସେହିପରି ରେଳବଜେଟ୍ରେ ମଧ୍ୟ ଓଡିଶାକୁ ଅବହେଳା କରାଯାଉଛି । ବିଭିନ୍ନ ପ୍ରକଳ୍ପ ପାଇଁ ଓଡିଶା ଦାବି କରୁଥିବା ଟଙ୍କା ମିଳୁନାହିଁ ।

୭. ବ୍ୟାଙ୍କସେବା

ପ୍ରଧାନମନ୍ତ୍ରୀ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା କଥା କହିଥିଲେ । କିନ୍ତୁ ଓଡିଶାର ବହୁ ପଞ୍ଚାୟତରେ ବ୍ୟାଙ୍କ ସେବା ଏପର୍ଯ୍ୟନ୍ତ ନାହିଁ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଗରିବଲୋକଙ୍କ ଆକାଉଣ୍ଟ ଖୋଲାଗଲା । କୁହାଗଲା, ବିଦେଶରେ ଗଚ୍ଛିତ କଳାଧନ ଆଣି ଏହିସବୁ ଆକାଉଣ୍ଟରେ ଜମା କରାଯିବ । ପ୍ରତି ଗରିବକୁ ୧୫ଲକ୍ଷ ଟଙ୍କା ମିଳିବ । ୧୫ଲକ୍ଷ ତ ମିଳିଲାନି, ବରଂ ବ୍ୟାଙ୍କିଙ୍ଗ ସେବାର ବିଭିନ୍ନ ଆଳ ଦେଖାଇ ଗରିବଙ୍କ ଆକାଉଣ୍ଟରୁ ପଇସାକାଟି ନିଆଗଲା । ବିଦେଶରୁ କଳାଧନ କେବେ ଫେରିବ ଓ ୧୫ଲକ୍ଷ ଟଙ୍କା କେବେ ଜମା ହେବ?

୮. କୋଇଲା

କୋଇଲା ନିଲାମରେ ଓଡିଶା ୭୦,୦୦୦ କୋଟି ଟଙ୍କା ପାଇବ ବୋଲି କୁହାଗଲା । ଏହାକୁ ନେଇ ଜୋରଦାର ପ୍ରଚାର କରାଗଲା । କିନ୍ତୁ ତିନିବର୍ଷରେ ମାତ୍ର ୩୭୦କୋଟି ଟଙ୍କା ମିଳିଛି । ୨୦୧୫ରୁ ଏ ପର୍ଯ୍ୟନ୍ତ କୋଇଲା ରୟାଲିଟି ସଂଶୋଧନ ହେଲା ନାହିଁ । ୫ମିନିଟ୍ରେ ନିଷ୍ପତ୍ତି ହୋଇପାରିବ, କିନ୍ତୁ ହେଉନାହିଁ । ଓଡିଶାବାସୀ ହଜାର ହଜାର କୋଟି ଟଙ୍କା ହରାଇଲେ । ମହାନଦୀ କୋଲ୍ ଫିଲ୍ଡ ପ୍ରତିବର୍ଷ ୨୦ହଜାର କୋଟି ଟଙ୍କା ପାଉଥିଲା ବେଳେ ଓଡିଶାବାସୀ ପାଉଛନ୍ତି କେବଳ ପ୍ରଦୂଷଣ ।

୯. ଏମ୍ଏସପି

ଧାନ ଓ ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବୃଦ୍ଧିକ୍ଷେତ୍ରରେ ବିଜେପି ଚାଷୀଙ୍କୁ ପ୍ରତାରିତ କରିଆସିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବାକୁ ବିଜେଡି ବାରମ୍ବାର ବିକ୍ଷୋଭ କରିଥିଲେ ହେଁ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ସ୍ୱାମୀନାଥନ୍ ରିପୋର୍ଟ କେବେ ଲାଗୁହେବ ଓ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା କେବେ ହେବ?

୧୦.ଅନୁସୂଚିତଜାତି/ଜନଜାତି

ବିଜେପି ସରକାର କର୍ପୋରେଟ  ସରକାର । ଧନୀକଙ୍କୁ ସୁହାଇବା ଭଳି ଯୋଜନା କରି କୋଟି କୋଟି ଟଙ୍କାର ଫାଇଦା ଦିଆଯାଉଛି । କିନ୍ତୁ ଦେଶର ଗରିବ, ଅନୁସୂଚିତ, ପଛୁଆବର୍ଗଙ୍କ ଉପରେ ବିଜେପି ସରକାରର ଦୃଷ୍ଟି ପଡୁନି । ଜନଜାତି ଅଞ୍ଚଳର ବିକାଶ ପାଇଁ ଟଙ୍କା ବନ୍ଦ କରିଦେଲେ । ଏବେ ଗରିବ ଅନୁସୂଚିତଜାତି/ଜନଜାତି ପିଲାଙ୍କ ଛାତ୍ରବୃତ୍ତି ଟଙ୍କାକୁ ମଧ୍ୟ ଦୁଇବର୍ଷ ହେଲା ବନ୍ଦ କରି ଦେଇଛନ୍ତି । ୨ବର୍ଷ ହେଲା ବାକିଥିବା ୮୫କୋଟି ଟଙ୍କା କେବେ ମିଳିବ?

୧୧.ଉଜ୍ଜ୍ୱଳା 

ଉଜ୍ଜ୍ୱଳା ଯୋଜନାର ବହୁତ ପ୍ରଚାର । ରାସ୍ତାଘାଟ କୋଠାବାଡି ସବୁଆଡେ ବଡ ବଡ ହୋର୍ଡିଂ । ମା'ମାନଙ୍କ ଦୁଃଖଗଲା । ଦାବିହେଲା ଯେ ୩୦ଲକ୍ଷ ମହିଳାଙ୍କୁ ଗ୍ୟାସ୍ ସଂଯୋଗ ଦିଆଗଲା । କିନ୍ତୁ ରିଫିଲ କଲେ କେତେ କଣ? ତାହା ସମସ୍ତଙ୍କୁ ଜଣା । ଗରିବ ମା'ମାନଙ୍କୁ ସୁଲଭ ଦରରେ ଗ୍ୟାସ୍ ମିଳିବ କେବେ?

0
0
0
s2sdefault