ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ପରଘର ତିଅଣରେ ଅତିଥି ସତ୍କାର କରୁଛନ୍ତି, ଓଡିଆ ଲୋକଙ୍କୁ ନଠକି ବିତର୍କକୁ ଆସନ୍ତୁ  - ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

   ଧର୍ମେନ୍ଦ୍ରଙ୍କ ପ୍ରଶ୍ନ 

   ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୁଆଡେ ଗଲା

 ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା  ପ୍ରତିଶ୍ରୁତି କେତେ ବାଟରେ ଅଛି ?

 ଭୂମିହୀନଙ୍କୁ ଜାଗା କିଣି ଆବାସ ସୁରକ୍ଷା ଯୋଗାଇଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା 

 କାଳିଆ ଯୋଜନାରେ ଆବେଦନକାରୀ ଓ ହିତାଧିକାରୀଙ୍କ ତାଲିକା ୱେବସାଇଟରୁ ଗାଏବ ହେଲା କାହିଁକି

 ପାଇପ ଯୋଗେ ପାନୀୟ ଜଳ ପ୍ରତିଶ୍ରୁତି ପାଣିର ଗାର – ମାର୍ଚ୍ଚ ମାସରୁ ୭୦ ପ୍ରତିଶତ ସ୍ଥାନରେ ପାନୀୟ ଜଳ ସଙ୍କଟ

 ପକ୍କା ଘର, ନିଯୁକ୍ତି, ସାମାଜିକ ସୁରକ୍ଷା, ଜଳସେଚନ, ଚାଷୀ -ଚାଷ ଏବଂ ପାନୀୟ ଜଳ ପ୍ରତିଶ୍ରୁତି କେବେ ପୂରଣ ହେବ 

ଭୁବନେଶ୍ୱର – ଗତକାଲି ମନ୍ତ୍ରୀ ପରିଷଦ ବୈଠକରେ ରାଜ୍ୟବାସୀଙ୍କୁ ପାଂଚ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିବା କହିବା ମୁଖ୍ୟମନ୍ତ୍ରୀଙ୍କ କେବଳ ପ୍ରଚାର ସର୍ବସ୍ୱ ଘୋଷଣା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୪ରେ ବିଜେଡି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ନହେବା ନେଇ ତଥ୍ୟ ରଖିଛନ୍ତି ଶ୍ରୀ ପ୍ରଧାନ । ସଭିଙ୍କ ପାଇଁ ପକ୍କା ଘର, ଯୁବପୀଢିଙ୍କ ପାଇଁ ନିଯୁକ୍ତି, ସର୍ବଜନୀନ ସାମାଜିକ ସୁରକ୍ଷା, ଜଳ ସେଚନ, କୃଷି ଓ କୃଷକ କଲ୍ୟାଣ ଏବଂ ପାନୀୟ ଜଳ କ୍ଷେତ୍ରରେ ରାଜ୍ୟ ସରକାର ଗତ ୫ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ବିଫଳ ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଥ୍ରୀଟି ଯଥା ଟ୍ରାନ୍ସପରେନ୍ସି, ଟେକ୍ନଲୋଜି ଓ ଟିମଓାର୍କରେ ବିଶ୍ୱାସ କରୁଥିବା ବେଳେ କାଳିଆ ଯୋଜନାର ଲାଭାର୍ଥୀଙ୍କ ସୂଚି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା ମୁଖ୍ୟମନ୍ତ୍ରୀଙ୍କ ବଡ ମିଛ ପ୍ରତିଶ୍ରୁତି । ଗତ ୫ ବର୍ଷରେ ୨୦ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ୨୦ ଲକ୍ଷ ଘରରୁ କେତେ ଘର ରାଜ୍ୟ  ସରକାରଙ୍କ ନିଜସ୍ୱ ଯୋଜନାରୁ ହୋଇଛି ଏହା ଜଣାଇବାକୁ ରାଜ୍ୟ ସରକାର ଅମଙ୍ଗ ହେଉଛନ୍ତି । ୨୦୧୪ ଇସ୍ତହାରରେ ବିଜେଡି ସମସ୍ତଙ୍କୁ ପକ୍କା ଘର ପ୍ରତିଶ୍ରୁତିରେ ଯାହାର ଘରଡିହ ନାହିଁ ତାକୁ ସରକାରୀ ଜମି ଏପରିକି ସରକାରୀ ଜମି ନଥିଲେ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଯୋଗାଇଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ରାଜ୍ୟରେ ୩୦ ଲକ୍ଷ ଲୋକ ବିନା ପକ୍କା ଘରରେ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟ ସରକାର ୫ ବର୍ଷରେ ୨୦ ଲକ୍ଷ ପକ୍କା ଘର ଗରିବଙ୍କୁ ଦେଇଥିବା କହୁଥିବା ବେଳେ ୧୭ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ହୋଇଛି ଯାହା ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ଯୋଜନା । ମୁଖ୍ୟମନ୍ତ୍ରୀ ପରଘର ତିଅଣରେ ଅତିଥି ସତ୍କାର କରୁଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୃଥିବୀର ସବୁଠୁ ବଡ ଯୋଜନା ଜାଗା ବୋଲି କହିଲେ କିନ୍ତୁ ଆଜି ଓଡିଶାରେ ୨୦ ଲକ୍ଷ ଲୋକଙ୍କୁ ସ୍ଥାୟୀପଟ୍ଟା ମିଳିନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଘରର ପାଖାପାଖି ଅଂଚଳରେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଜାଗା ନଦେଇ ମିଛ କହୁଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୃଷ୍ଟି ଯୋଜନା ୨୦୧୪ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ତାହା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ରାଜ୍ୟର ଯୁବପୀଢିର ଏକତୃତୀୟାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଶିଳ୍ପାୟନ ଓ ମେକ୍ ଇନ୍ ଓଡିଶାର ଡିଣ୍ଡିମ ପିଟାଯାଉଥିବା ବେଳେ ଶିଳ୍ପାୟନ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛି । ରାଜ୍ୟ ସରକାର ସମସ୍ତଙ୍କୁ ସାମାଜିକ ସୁରକ୍ଷା ଅଧିକାର ଦେବା କହିଲେ କିନ୍ତୁ ଏକ ଲକ୍ଷ ଆଧାରିତ ପେନସନ୍ ବ୍ୟବସ୍ଥା ପରିବର୍ତେ ଏହାର ସାର୍ବଜନୀନକରଣ ଦ୍ୱାରା ଏହା କାର୍ଯ୍ୟକାରୀ କରାଯିବାର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ତିରିଶ ବର୍ଷ ବୟସରୁ ଅଧିକ ଅବିବାହିତା, ସ୍ୱାମୀ ପରିତ୍ୟକ୍ତା, ନିରାଶ୍ରୟ ମହିଳାମାନଙ୍କୁ ପେନସନ ଦିଆଯିବାର ବ୍ୟବସ୍ଥା କୂଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

୨୦୧୪ରେ ୧୦ ଲକ୍ଷ ଅତିରିକ୍ତ ଚାଷ ଜମିକୁ ଜଳ ସେଚନ ସୁବିଧା ଦେବା ପ୍ରତିଶ୍ରୁତି ବିଫଳ । ରାଜ୍ୟ ସରକାର ଅଧିକ ଜମିକୁ ଜଳ ସେଚନ ହୋଇଛି, ଡିଣ୍ଡିମ ପିଟିବା ପାଇଁ ଯେଉଁ ବ୍ୟକ୍ତିମାନେ ନିଜସ୍ୱ ଉଦ୍ୟମରେ ଗଭୀର ନଳକୂଅ ଓ କୂଅ କରିଛନ୍ତି ଏହାକୁ ଜଳସେଚନ ନାଁରେ ଗଣି ହିସାବ ତିଆରି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀର ଜିଲ୍ଲାରେ ଥିବାବେଳେ ଏହି ଜିଲ୍ଲାରେ ବନ୍ଦ ପଡିଥିବା ଲୋୟର ସୁକତେଲ, ଅପରଲାବ ଏବଂ ଇନ୍ଦ୍ର ଜଳସେଚନ ପ୍ରକଳ୍ପର କଣ ଅବସ୍ଥା ଅଛି, ମୁଖ୍ୟମନ୍ତ୍ରୀ ଏହାର ଜବାବ୍ ଦେଇଆସନ୍ତୁ ବୋଲି ସେ କହିଛନ୍ତି । କୃଷି ଓ କୃଷକ କଲ୍ୟାଣରେ ବିଜେଡିର ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୂଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରୁିଛନ୍ତି । ସମବାୟ ବିଭାଗର ୮ଟି ଶୀତଳ ଭଣ୍ଡାର ଥିବାବେଳେ ହାତଗଣତି ୨୦-୨୨ଟି ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ  ଶୀତଳ ଭଣ୍ଡାରର ମାଲିକମାନେ ସରକାରୀ ପ୍ରୋତ୍ସାହନ  ନମିଳିବାରୁ ବାରମ୍ବାର ଆନ୍ଦୋଳନ  କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟ ସରକାର ସବୁ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ଷର ମାର୍ଚ୍ଚ ମାସରେ ରାଜ୍ୟର ୭୦ ଭାଗ ଗାଁରେ ପିଇବା ପାଣି ପାଇଁ ମା ଭଉଣୀମାନେ ହନ୍ତସନ୍ତ ହେଉଛନ୍ତି । ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ଥିବାବେଳେ ଆଜି ଦିନରେ ଗ୍ରାମାଂଚଳର ମାତ୍ର ୩ ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ପହଁଚିପାରିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷକଙ୍କ ପାଇଁ ରାଜ୍ୟ ସରକାର ମହତ୍ୱକାଂକ୍ଷୀ କାଳିଆ ଯୋଜନା ଆରମ୍ଭ କରିଥିବା କହୁଥିବା ବେଳେ କାଳିଆ ଲାଭାର୍ଥୀଙ୍କ ସୂଚି କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କାଳିଆ ୱେବସାଇଟରେ କାଳିଆ ଲାଭାର୍ଥୀ ମାନଙ୍କ ଦରଖାସ୍ତର ସୂଚି ଏବଂ ରାଜ୍ୟ ସରକାରଙ୍କ ତଥାକଥିତ ୩୬ ଲକ୍ଷ ହିତାଧିକାରୀ ତାଲିକା କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତିା ପିଏମ କିଷାନ ଯୋଜନା ପାଇଁ ରାଜ୍ୟ ସରକାର କାହିଁକି ଚାଷୀଙ୍କ ତାଲିକା ପଠାଉନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଓଡିଶାର ୪୫ ଲକ୍ଷ ଚାଷୀଙ୍କ ନିର୍ଭୁଲ ତାଲିକା ଦିଲ୍ଲୀ ପଠାଇବାକୁ ସେ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ କାଳିଆ ଯୋଜନା ନର୍ବାଚନରେ ଭ୍ରମ କରିବା ପାଇଁ ଧୂଆଁବାଣ ବୋଲି କହିଛନ୍ତି । ଓଡିଶାରେ ଲକ୍ଷ କୋଟି ଟଙ୍କା ଋଣଭାର ହେଲାଣି । ମୁଖ୍ୟମନ୍ତ୍ରୀ ବନ୍ଦ କଠୋରୀରେ ମିଛ ପ୍ରଚାର କରୁଛନ୍ତି । କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରି ପ୍ରତିଶ୍ରୁତିକୁ ପାଳନ କରିଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ଓଡିଆ ଲୋକଙ୍କ ଉପରେ ଦାଉ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀ ଦାନ୍ତ ଲଗାଇ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ମାନଧନ ଯୋଜନାର ବିରୋଧ କରୁଛନ୍ତି । ସାଢେ ୪ କୋଟି ଓଡିଆଙ୍କୁ ପରିବାର ବୋଲି ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରୁଥିବାବେଳେ କୁନ୍ଦୁଲି, ବେବିନା, ଶହୀଦ ନଗର ଥାନାର ପୋଲିସ କର୍ମଚାରୀ ପରିବାରର ସଦସ୍ୟ ନୁହେ କି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କୁ ନଠକିବାକୁ କହିବା ସହ ବିତର୍କ କରିବାକୁ ଆହ୍ୱାନ କରିଛନ୍ତି । 

 

0
0
0
s2sdefault