ହେଡଲାଇନସ୍:

"ନୀରଭ ମୋଦିଙ୍କ ଶିଳ୍ପ ପାଇଁ ଜାଗା ମିଳୁଛି ମାତ୍ର ପାଇକ ବିଦ୍ରୋହ ସ୍ମାରକୀ ପାଇଁ ନାହିଁ !!"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟରେ ଓବିସି ବର୍ଗକୁ ସଂରକ୍ଷଣର ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇଛି - ଧର୍ମେନ୍ଦ୍ର ପ୍ରଧାନ

 କାଳିଆ ଯୋଜନାରେ ଛାତ୍ରବୃତ୍ତି ଭେଳିକି, ଓବିସି ସଂରକ୍ଷଣର ବ୍ୟବସ୍ଥା ଲାଗୁ ନହେବା ଅନ୍ୟାୟ

 ରାଜ୍ୟ ସରକାରର ଅନ୍ୟାୟ ବିରୋଧରେ ରାଜ୍ୟର ବୁଦ୍ଧିଜୀବୀ ମୁହଁ ଖୋଲିବାକୁ ଆହ୍ୱାନ

କଟକ - ସମ୍ବିଧାନ ସଂଶୋଧନ କରି ଦୀର୍ଘ ବର୍ଷ ପୂର୍ବରୁ ଅନ୍ୟାନ ପଛୁଆ ଜାତି ବର୍ଗକୁ ପାଠପଢା ଓ ଚାକିରିରେ ଦେଶ ଓ ସବୁ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି । ମାତ୍ର ଓଡିଶାରେ ସମାଜର ଏହି ବହୁ ସଂଖ୍ୟକ ସମାଜକୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇଛି ବୋଲି ଖଣ୍ଡାୟତ ଓ କ୍ଷେତ୍ରୀୟ ସମାଜ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ସମରକଳା ପ୍ରତିଯୋଗୀତାର ଉଦ୍ୟାପନୀ ଦିବସରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଖଣ୍ଡାୟତ, କ୍ଷେତ୍ରୀୟ ସମାଜର ମୂଳ ବ୍ୟବସାୟ ଚାଷ । ରାଜ୍ୟ ସରକାର ୫ ଏକରରୁ କମ ଭୂମି ଥିବା ଚାଷୀ ଘରର ପିଲାକୁ ପାଠପଢା ପାଇଁ କାଳିଆ ଛାତ୍ରବୃତି ଦେବା କଥା କହୁଛନ୍ତି । ମାତ୍ର ଓବିସି ବର୍ଗର ଏହି ପିଲାମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ସଂରକ୍ଷଣ ବ୍ୟବସ୍ଥା କାହିଁକି ଦିଆଯାଇପାରି ନାହିଁ ଏ ପ୍ରଶ୍ନ ଏହି ସମାଜକୁ ଉଠାଇ ସମାଜରେ ବିତର୍କ ତିଆରି କରିବାର ଆବଶ୍ୟକ ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

କାଳିଆ ଛାତ୍ର ବୃତି କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ସୀମିତ ରହିଛି । କାହିଁକି ପିଲାମାନେ ସୀମିତ ସରକାରୀ ଶିକ୍ଷାନୁଷ୍ଠାନରେ ଛାତ୍ର ବୃତି ପାଇଁ ବାଧ୍ୟ କରାଯିବ । ବେସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ପିଲାକୁ ଆର୍ଥିକ ସହାୟତା ଦିଆଯାଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଖୁସି ଥିବାବେଳେ ଭାରତ ସରକାର ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଅର୍ଥ ବ୍ୟୟବରାଦ କରୁଥିବା ବେଳେ ରାଜ୍ୟ ସରକାର ଜମି ଦେବା କହି ଏପର୍ଯ୍ୟନ୍ତ ଜମି ଯୋଗାଇ ନାହାଁନ୍ତି । ବିଦେଶରେ ଥିବା ନୀରଭ ମୋଦିର ଶିଳ୍ପ ପାଇଁ ବାରଙ୍ଗ ପାଖରେ ଜମି ଯୋଗାଇ ଦେଇଥିବା ବେଳେ ବରୁଣେଇ ପାହାଡ ତଳେ ମାଗଣାରେ ଜମି ଦେବାକୁ କହି ମୁଖ୍ୟମନ୍ତ୍ରୀ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି କାହିଁକି? କୁରୁସଭା ତଳେ ଦୌପ୍ରଦିଙ୍କ ଅସମ୍ମାନ ବେଳେ ସମାଜର ପ୍ରବୃଦ୍ଧ ବର୍ଗ ନୀରବ ରହିବା ମଧ୍ୟ ଅପରାଧ ଥିଲା ବୋଲି କହିବା ସହ ରାଜ୍ୟ ସରକାରର ଅନ୍ୟାୟ ବିରୋଧରେ ରାଜ୍ୟର ବୁଦ୍ଧିଜୀବୀ ମୁହଁ ଖୋଲିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

0
0
0
s2sdefault