ହେଡଲାଇନସ୍:

ଜିତେନ୍ଦ୍ର ସିଂ  କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ : ଶ୍ରୀକାନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚୋର ଚୌକିଦାର ଭାଇ ଭାଇ ହୋଇଥିଲା ବେଳେ ଗାଁ ଲୋକେ ଯିବେ କୁଆଡେ଼ । 

ଭୁବନେଶ୍ୱର:  ଜିତେନ୍ଦ୍ର ସିଂ  କଂଗ୍ରେସ ରାଜନୀତିରେ ଜଣେ ନୂଆ ଶିକାରୀ। ସେ ସାମ୍ବାଦିକ ସମ୍ମିଳନୀରେ ମୋ ବିଷୟରେ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ଦୁଃଖ ଦାୟକ । ଛାତ୍ର ଜୀବନରୁ ମୁଁ ୧୯୬୯ ମସିହାରୁ କଂଗ୍ରେସରେ ଥିଲି | ସେତେବେଳେ ତାଙ୍କ ସ୍ଥିତି କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସରୁ ବହିସ୍କୃତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା | 

 ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ କିଛି ପ୍ରଶ୍ନ ପଚାରିଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଳଗାନ୍ଧୀ, ପ୍ରଭାରୀ ଜିତେନ୍ଦ୍ର ଏବଂ ପିସିସି ସଭାପତି ନିରଞ୍ଜନଙ୍କୁ | ଶୃଙ୍ଖଳା ଏବଂ ବିଶୃଙ୍ଖଳାର ପରିଭାଷା କଣ ? ଦଳର ଏବଂ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ପ୍ରଶ୍ନ ଉଠାଇଲା ବେଳେ ତାକୁ ଯଦି ବିଶୃଙ୍ଖଳା ବୋଲି ଧରାଯିବ ଏବଂ କାର୍ଯ୍ୟାନୁଷ୍ଠାନ  ନିଆଯିବ ତାଠାରୁ ଆଉ ଦୁର୍ଭାଗ୍ୟଜନକ କଣ ହୋଇପାରି ବୋଲି ସେ କହିଥିଲେ । ରାଜ୍ୟର ମଣ୍ଡଳ କମିଶନ ରିପୋର୍ଟ ଲାଗୁ ହେବ କି ନାହିଁ, ଦଳିତ ଆଦିବାସୀ ପଛୁଆ ବର୍ଗଙ୍କର ସଂରକ୍ଷଣ ସୁରକ୍ଷିତ ହେବ କି ନାହିଁ ?  ରାଜ୍ୟରେ ଖଣି ଲୁଟ୍ ୨ ଲକ୍ଷ କୋଟି ଟଙ୍କାର ହୋଇଛି, ଏଥିରେ ସମ୍ପୃକ୍ତ ଥିବା ଖଣି ମାଲିକ ମାନଙ୍କର ସମ୍ପତି ବାଜ୍ୟାପ୍ତି ସହ ସେମାନଙ୍କୁ ଗିରଫ କରାଯିବ କି ନାହିଁ ?  ପିସିସି ସଭାପତି ଲାଂଚଦାତା ନୁହଁନ୍ତି ବୋଲି ରାଜ୍ୟବାସୀଙ୍କୁ କହିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି |

ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥ ପାଇଁ ଚୋର ଓ ଚୌକିଦାର ମେଂଟକୁ ଖତମ କରିବାକୁ ପଡ଼ିବ ବୋଲି କହିବା ସହ ପିସିସି ସଭାପତିଙ୍କୁ ସିଧା ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ,   ପିସିସି ସଭାପତିଙ୍କର କାର୍ଯ୍ୟକଳାପ ପାଇଁ ରାହୁଳଗାନ୍ଧୀ ମୁହଁ ଦେଖାଇ ପାରିବେ ନାହିଁ । ସେ ଜଣେ ଅଭ୍ୟାସଗତ ଲାଂଚ ପ୍ରଦାନକାରୀ ବ୍ୟକ୍ତି ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟରେ ଉଲ୍ଲେଖ କରିଛନ୍ତି । ଏହି ଅପମାନ ସୂଚକ ଶବ୍ଦକୁ ଉଚ୍ଛେଦ କରିବା ପାଇଁ ସୁପ୍ରିମକୋର୍ଟକୁ ଯାଇଥିଲେ । ତେବେ ସେ କୋର୍ଟରେ ତାଙ୍କ ମ୍ୟାନେଜର ମାଧ୍ୟମରେ ଜଣେ ଖଣି ଅଧିକାରୀଙ୍କୁ ନିୟମିତ ଭାବେ ଲାଂଚ ଦେଉଥିବାର ସ୍ୱୀକାର କରିଥିଲେ । ସେଭଳି ବ୍ୟକ୍ତିଙ୍କୁ ପିସିସି ସଭାପତି ଦାୟିତ୍ୱରେ ରଖିବା ଠିକ୍ ହେବ ନାହିଁ ବୋଲି ରାହୁଳ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ବାରମ୍ବାର ଜଣାଇଥିଲେ । ଏହି ବ୍ୟକ୍ତି ପରିପବାର ଖଣି ବ୍ୟବସାୟରେ ରହିଛନ୍ତି । ବେଆଇନ ଭାବେ ଖଣି ଉତୋଳନ କରିଥିବାରୁ ତାଙ୍କୁ ୨ ହଜାର କୋଟି ଟଙ୍କା ଜୋରିମାନା କରାଯାଇଥିଲା । ସେଥିମଧ୍ୟରୁ ୬୦୦ କୋଟି ଦେଇଛନ୍ତି । ଅବଶିଷ୍ଟ ଟଙ୍କା ଦେଇ ନାହାନ୍ତି । ରାହୁଳ ଗାନ୍ଧୀ କହିଥିଲେ ଓଡ଼ିଶାର ସମ୍ପତିକୁ ରକ୍ଷା କରିବେ । ଏ କ୍ଷେତ୍ରରେ ସେ କଣ କରିଛନ୍ତି ? ମୁଁ ଚାହୁଁଥିଲି କଂଗ୍ରେସକୁ ରକ୍ଷା କରିବା ପାଇଁ । ମାତ୍ର ସେମାନେ ଚୌକିଦାର ପାଖରେ ଦଳକୁ ବିକ୍ରି କରି ଦେଇଛନ୍ତି । ଅପରପକ୍ଷରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରି କହିଥିଲେ ଯେ, ଖଣି ମାଲିକଙ୍କ ଠାରୁ ଜୋରିମାନା ଆକାରରେ ୬୮ ହଜାର କୋଟି ଟଙ୍କା ଆଦାୟ କରିବା ପାଇଁ ଆକଳନ କରିଥିଲେ । ପରବର୍ତୀ ସମୟରେ ଖଣି ମାଲିକ ମାନଙ୍କର ଏକ କମିଟି ଏହି ଆକଳନକୁ ବିରୋଧ କରିଥିଲା । କୋର୍ଟ ନିର୍ଦ୍ଦେଶ  ଅନୁଯାୟୀ ଏହାକୁ ୧୮ ହଜାର କୋଟି ଟଙ୍କାକୁ ହ୍ରାସ କରିଦିଆଗଲା । କୋଉ ଭିତିରେ ସରକାର ଆକଳନ କରିଥିଲେ ଏବଂ ପରେ ହ୍ରାସ କରିବା ପାଇଁ ରାଜି ହେଲେ,  ତା ପଛରେ କି ରାଜନୈତିକ ରହସ୍ୟ ରହିଛି? ଚୋର ଚୌକିଦାର ଭାଇ ଭାଇ ହୋଇଥିଲା ବେଳେ ଗାଁ ଲୋକେ ଯିବେ କୁଆଡେ଼ ବୋଲି ଶ୍ରୀକାନ୍ତ ପ୍ରଶ୍ନ କରିଛନ୍ତି | 

0
0
0
s2sdefault