ହେଡଲାଇନସ୍:

ଧର୍ମେନ୍ଦ୍ର ବୁଝିବା ଦରକାର, ବାହାସ୍ଫୋଟରେ ଚାଷୀଙ୍କ ଦୁର୍ଦ୍ଧଶା ସମାଧାନ ହେବନି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଚାଷୀ ମୃତୁ୍ୟ ନିରାକରଣ ପାଇଁ କେନ୍ଦ୍ରର ନୀତି କ’ଣ : ପ୍ରତାପ

 


ଭୁବନେଶ୍ୱର,: ଅସହାୟ ଚାଷୀମାନଙ୍କୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରିନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ରାଜନୈତିକ ଉଦେ୍ଧଶ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ନିରଳା ବାହାସ୍ଫୋଟ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ଏକ ପ୍ରେସ୍‍ ବିବୃତିରେ ସେ ଦର୍ଶାଇଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍‍ କରିବା ପୂର୍ବରୁ ବିଜେପି ଶାସିତ ରାଜ୍ୟରେ କାହିଁକି ଚାଷୀ ଆତ୍ମହତ୍ୟା ସର୍ବାଧିକ ତା’ର ଆଗୁଆ ସ୍ପଷ୍ଟୀକରଣ ଦେବା ଜରୁରୀ । ବିଜେପି ଶାସିତ ମହାରାଷ୍ଟ୍ରରେ ହଜାର ହଜାର ସଂଖ୍ୟାରେ ଚାଷୀ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି । ଏହାର ସ୍ଥାୟୀ ସମାଧାନ ଦିଗରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସାମାନ୍ୟତମ ପନ୍ଥା ବି ନିର୍ଦ୍ଧାରଣ କରିନାହାନ୍ତି । ବରଂ ଯେଉଁ ରାଜ୍ୟ ସରକାରମାନେ କୃଷିଋଣ ଛାଡ଼ିବା ପାଇଁ ଦାବି କରୁଛନ୍ତି, କେନ୍ଦ୍ର ସରକାର ନିଜ ମୁଣ୍ଡ ଦାୟିତ୍ୱ ଓହ୍ଲାଇବା ପାଇଁ ତାହାକୁ ରାଜ୍ୟ ବ୍ୟାପାର ବୋଲି ଅଭିହିତ କରିଆସୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି ଯେ କୃଷିଋଣ ଛାଡ଼ ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ବି ଦେବେ ନାହିଁ । ଯଦି ରାଜ୍ୟ ସରକାର ଚାହିଁବେ କୃଷିଋଣ ଛାଡ଼ କରନ୍ତୁ ଏବଂ ସେ ଆର୍ଥôକ ବୋଝ ନିଜେ ମୁଣ୍ଡାନ୍ତୁ । ଚାଷୀ ଆତ୍ମହତ୍ୟା ଦ୍ୱାହିରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣନ୍ତି କି ଓଡ଼ିଶାରେ ୯୦ ପ୍ରତିଶତର ଅଧିକ ଚାଷୀ କୃଷିଋଣ ପାଇଁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ନିର୍ଭର କରନ୍ତି । ସେମାନେ ଜାତୀୟକରଣ ବ୍ୟାଙ୍କର କୃଷିଋଣ ନେଇନଥାନ୍ତି । ବିଡମ୍ବନା ଏହି ଯେ ଜାତୀୟକରଣ ବ୍ୟାଙ୍କଗୁଡିକ ଦେଉଥିବା କୃଷିଋଣର ସୁଧ ସବ୍‍ସିଡି କେନ୍ଦ୍ର ସରକାର ବହନ କରୁଥିବା ବେଳେ ମାତ୍ର ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କୃଷିଋଣ ନେଉଥିବା ସମବାୟ ବ୍ୟାଙ୍କ ପାଇଁ କେନ୍ଦ୍ର ସରକାର ସେହି ସୁଧ ସବ୍‍ସିଡି ଏ ପର୍ଯ୍ୟନ୍ତ ଭରଣା କରୁନାହାନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଚାଷୀମାନଙ୍କୁ ୧% ସୁଧ ହାରରେ କୃଷି ଋଣ ଯୋଗାଇବା ପାଇଁ ୫%ରୁ ଅଧିକ ସୁଧ ସବ୍‍ସିଡି ଭରଣା କରିବାକୁ ପଡୁଛି । ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଗତ ୧୦ବର୍ଷ ଧରି ଏହି ଦାବି ଉଠାଇ ଆସିଛନ୍ତି, କେନ୍ଦ୍ର ସରକାର ସେ ବିଷୟରେ କର୍ଣ୍ଣପାତ କରୁନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କର ଯଦି ବାସ୍ତବରେ ଓଡ଼ିଶାର ଦୁର୍ଦ୍ଧଶାଗ୍ରସ୍ତ ଚାଷୀଙ୍କ ପ୍ରତି ଦରଦ ଥାଏ, ତେବେ ପ୍ରଥମେ କୃଷିଋଣର ସୁଧ ସବ୍‍ସିଡି ସମବାୟ ବ୍ୟାଙ୍କକୁ ଦେବାକୁ ବ୍ୟବସ୍ଥା କରନ୍ତୁ ।
ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ନିହାତି ବିଭ୍ରାନ୍ତିମୂଳକ ଏବଂ ରାଜନୈତିକ ଉଦେ୍ଧଶ୍ୟ ପ୍ରଣୋଦିତ । କେନ୍ଦ୍ରମନ୍ତ୍ରୀ ଜାଣି ରଖିବା ଉଚିତ୍‍, ଦେଶ ସ୍ୱାଧୀନତାର ୬୭ବର୍ଷରେ ଯେତିକି ଚାଷୀ ମୃତୁ୍ୟ ଘଟିଛି, ବିଗତ ୩ବର୍ଷରେ ତା’ଠୁ ଅଧିକ ଚାଷୀ ମୃତୁ୍ୟବରଣ କରିଛନ୍ତି ମୁଖ୍ୟତଃ ବିଜେପି ଶାସିତ ରାଜ୍ୟଗୁଡିକରେ । ଚାଷୀ ଯେତେବେଳେ ମୃତୁ୍ୟବରଣ କରୁଛି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଦ ବିଷୟ । ଏହାକୁ ନେଇ କୌଣସି ଦାୟିତ୍ୱବାନ୍‍ ରାଜନୈତିକ ଦଳ ରାଜନୀତି କରିବା ଅବା‚ôତ । କେନ୍ଦ୍ରରେ ବିଜେପି ସରକାର ଏବଂ ମହାରାଷ୍ଟ୍ରରେ ବିଜେପି ସରକାର । ମହାରାଷ୍ଟ୍ର ସରକାର କୃଷିଋଣ ଛାଡ଼ କରିବା ସତ୍ତେ୍ୱ ଏବର୍ଷ ମରୁଡ଼ି ପୂର୍ବରୁ ୮୦ରୁ ଊଦ୍ଧ୍ୱର୍ ଚାଷୀ ଆତ୍ମହତ୍ୟା କଲେଣି । ସେହିଭଳି ମଧ୍ୟପ୍ରଦେଶ, ରାଜସ୍ଥାନରେ ମଧ୍ୟ ଚାଷୀଙ୍କ ଅବସ୍ଥା ଶୋଚନୀୟ । ଦୁର୍ବିପାକଜନିତ ଫସଲହାନି ଓ ତଦ୍‍ଜନିତ ଚାଷୀ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ସମ୍ବେଦନଶୀଳ ପ୍ରସଂଗ । ଯଦି ଓଡ଼ିଶା କିମ୍ବା ଅନ୍ୟ କୌଣସି ରାଜ୍ୟରେ ଯୋଜନା ବିଫଳ ଯୋଗୁ ଚାଷୀ ଆତ୍ମହତ୍ୟା ଘଟୁଥାଏ, ତେବେ କେନ୍ଦ୍ର ସରକାର ଏହାର ସ୍ଥାୟୀ ନିରାକରଣ ପାଇଁ କେଉଁ କୃଷିନୀତି ପ୍ରଣୟନ କରିଛନ୍ତି; ଯାହାଦ୍ୱାରା ଚାଷୀ ମୃତୁ୍ୟ ସଂଖ୍ୟା ବଢ଼ି ବଢ଼ି ଚାଲିଛି? ସୁପ୍ରିମକୋର୍ଟଙ୍କ କ୍ରମାଗତ ତାଗିଦ ସତ୍ତେ୍ୱ କେନ୍ଦ୍ର ସରକାର ୩ବର୍ଷ ହେଲା ଚାଷୀଙ୍କ ସମସ୍ୟା ସମାଧାନ ନକରି ଚୁପ୍‍ ରହିଛନ୍ତି କାହିଁକି? ସଂସଦରେ ଚାଷୀଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ବିଜେପି ସରକାର କୁଣ୍ଠିତ କାହିଁକି? ରାଜ୍ୟ ସରକାରଙ୍କ ଚାଷୀ କଲ୍ୟାଣ ଓ ପ୍ରଗତିଶୀଳ କୃଷିନୀତିକୁ ଦେଶର ଅନ୍ୟତମ ପ୍ରକୃଷ୍ଟ ନୀତି ଭାବେ ବିଚାର କରି ଖୋଦ୍‍ କେନ୍ଦ୍ର ସରକାର ଚାରି ଚାରିଥର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ଯେ କୃଷିକୁ ଅଗ୍ରାଧିକାର ଦିଅନ୍ତି, ସେଥିରେ ସନେ୍ଦହ ନାହିଁ । ଯେତେବେଳେ କୃଷି କିମ୍ବା କୃଷକଙ୍କ ପାଇଁ ସମସ୍ୟା ଆସିଛି, ରାଜ୍ୟ ସରକାର ସର୍ବଦା ତାହାର ମୁକାବିଲା କରିଆସିଛନ୍ତି । ଆଜି ମଧ୍ୟ କୃଷି କ୍ୟାବିନେଟ୍‍ରେ ଅନେକ ଘୋଷଣା କରାଯାଇଛି । ଏସବୁ ସତ୍ତେ୍ୱ ଚାଷୀ ମୃତୁ୍ୟ ପାଇଁ ରାଜ୍ୟ ସରକାର ଯଦି ଦାୟୀ, ତେବେ କେନ୍ଦ୍ର ସରକାର ଦାୟୀ ହେବେ ନାହିଁ କେମିତି? ନୀତି ଆୟୋଗ ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବାକୁ ହେଲେ ୨୦% ଚାଷୀଙ୍କୁ ଶିଳ୍ପ କ୍ଷେତ୍ରରେ ଥଇଥାନ କରିବା ଆବଶ୍ୟକ । ଏହା କିଭଳି ସମ୍ଭବ, ତାହା ସ୍ପଷ୍ଟ ହେବା ଉଚିତ୍‍ । କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ନବୀନ ପଟ୍ଟନାୟକଙ୍କ ସରକାର ଓ ପ୍ରଶାସନ ଯେତିକି ସମ୍ବେଦନଶୀଳ, ପୂର୍ବରୁ କେବେ ତାହା ଦେଖାଯାଇନଥିଲା ବୋଲି ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି ।

0
0
0
s2sdefault