ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରେମୁଣାବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେମୁଣା ନିର୍ବାଚନ ମଣ୍ଡଳୀରେ ଦୁଇଟି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ନିଷ୍ପତ୍ତି

 

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ମଜଭୁତ କରିବା ଲାଗି ରାଜ୍ୟ ସରକାର ଗତ ୧୭ ତାରିଖରେ ନୂଆ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଆଉ ୧୩ଟି ନୂଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହିତ ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଏଚ୍‍ସିକୁ ଉନ୍ନିତ କରାଯିବ ଓ ୬ଟି ସିଏଚ୍‍ସିରେ ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସା ସୁବିଧା ସୁଯୋଗ ଉପଲବ୍ଧ କରାଯିବ । ଏହି ପରିପ୍ରେକ୍ଷୀରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରୁପ୍‍ସା ବ୍ଲକର ରଣସାହି ଓ ରେମୁଣା ବ୍ଲକର ମହାରାଜପୁର ପଞ୍ଚାୟତରେ ୨ଟି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ରଣସାହି, ମହାରାଜପୁର ପଞ୍ଚାୟତ ସହ ଆଖପାଖର ପ୍ରାୟ ୧୫ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଏହି ଦୁଇଟି ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଉପକୃତ ହେବେ ।

ଦୀର୍ଘଦିନର ଦାବି ପୂରଣ ଓ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଯୋଗୁ ଆଜି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଓ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ନେତୃତ୍ୱରେ ଆସିଥିବା ରଣସାହି, ମହାରାଜପୁର ପଞ୍ଚାୟତ ଓ ରେମୁଣା ନିର୍ବାଚନ ମଣ୍ଡଳୀର ୫୦ରୁ ଊଦ୍ଧ୍ୱର୍ ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇଥିଲେ । ଏଭଳି ଜନହିତକର ନିଷ୍ପତ୍ତି ଯୋଗୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବ୍ଲକ ସଭାପତି ନଳିନୀ ପଣ୍ଡା, ଏମ୍‍ପିଙ୍କ ପ୍ରତିନିଧି ପ୍ରଭାତ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦିଲ୍ଲୀପ ନାୟକ, ପୂର୍ବତନ ସରପଞ୍ଚ ଶରତ ପାଣି, ନବକିଶୋର ବେହେରା, ସମିତି ସଭ୍ୟ ଜଳଧର ଜେନା, ଛାତ୍ର ଜନତା ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ର, ବିଜେଡି ରଣସାହି ପଞ୍ଚାୟତ ସଭାପତି ଦୁର୍ଗାଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault