ହେଡଲାଇନସ୍:

ସୂଚନା ଅଧିକାର କର୍ମୀଙ୍କ ମହାସମ୍ମିଳନୀ : ଲୋକଙ୍କ ଆୱାଜ ହିଁ ସୂଚନା ଅଧିକାରକୁ ସଫଳ କରିବ : ଆନସାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର- ଜନ ସୂଚନା ଅଧିକାରୀମାନେ ସୂଚନା ନ ଦେବା ଓ ସୂଚନା କମିଶନଗୁଡିକରେ ମାମଲାଗୁଡିକର ଅହେତୁକ ବିଳମ୍ବ ଯୋଗୁଁ ସୂଚନା ଅଧିକାର ଆଇନର ସଫଳତାରେ ବାଧା ସୃଷ୍ଟି ହେଉଛି । ତେବେ ଲୋକ ଏହା ବିରୋଧରେ ସ୍ୱର ଉଠାଇଲେ ହିଁ ଏହାର ସମାଧାନ ହୋଇପାରିବ ବୋଲି  ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ୍ ଅନସାରୀ କହିଛନ୍ତି । ଶନିବାର ଦିନ  ଭୁବନେଶ୍ୱରରେ୫ମ ସୂଚନା ଅଧିକାର ସମ୍ମିଳନୀକୁ ଉଦଘାଟନ ସେ କହିଥିଲେ ଯେ  କେନ୍ଦ୍ର ସୂଚନା କମିଶନ ତୁଳନାରେ ରାଜ୍ୟ ସୂଚନା କମିଶନଙ୍କ କାର୍ଯ୍ୟ ନୈରାଶ୍ୟଜନକ । 

ଅନ୍ୟତମ ଅତିଥି ଜଷ୍ଟିସ୍ ଏ.ପି.ଶାହା କହିଲେ, ସୂଚନା ଅଧିକାର ଆଇନକୁ ଏଡାଇବା ପାଇଁ ସରକାରୀ ଅଧିକାରୀମାନେ ରେକର୍ଡ ପ୍ରସ୍ତୁତ କରି ରଖୁନାହାନ୍ତି । ଏବେ ସେମାନଙ୍କ ଅଧିକାଂଶ ସୂଚନା ହ୍ୱାଟସଆପ୍ ମାଧ୍ୟମରେ ହେଉଛି । ଯାହା ଦ୍ୱାରା ସ୍ୱଚ୍ଛତା ଓ ଉତରଦାୟିତ୍ୱକୁ ଏଡାଇ ଦେବାକୁ ସେମାନେ ଚେଷ୍ଟା କରୁଛନ୍ତି । ସେହିପରି ହ୍ୱିସଲ ବ୍ଲୋୟର ଆକ୍ଟ, ଲୋକପାଳ ଓ ଲୋକାୟୁକ୍ତ ଆଇନ ଲାଗୁ କ୍ଷେତ୍ରରେ ସରକାରଙ୍କ ଆନ୍ତରିକତାର ଅଭାବକୁ ସେ ସମାଲୋଚନା କରିଥିଲେ । ଉଦଘାଟନୀ ଉତ୍ସବ ସମ୍ପର୍କରେ ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସୂଚନା ଦେଇଥିବା ବେଳେ ଏନସିପିଆରଆଇ ଆବାହକ ଅରୁଣା ରାୟ ଅଧ୍ୟକ୍ଷତା କରିଥିଲେ । ପ୍ରଭାତ ପଟ୍ଟନାୟକ ବକ୍ତାମାନଙ୍କର ବକ୍ତବ୍ୟ ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ । 

ଉକ୍ରଳ ମଣ୍ଡପରେ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ୧୫ଟି ରାଜ୍ୟରୁ ଏକ ହଜାରରୁ ଅଧିକ ସୂଚନା ଅଧିକରା କର୍ମୀ, ମାନବାଧିକାର କର୍ମୀ, ସାମାଜିକ କର୍ମୀ ଓ ସାମ୍ବାଦିକ ଯୋଗ ଦେଇଥିଲେ  । ଏହି ସମ୍ମିଳନୀରେ ୧୨ଟି ରାଜ୍ୟରୁ ଆରଟିଆଇ ଷ୍ଟଲ ଓ ମେଳା ଲାଗିଛି । ଦିନ ତମାମ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା ।

 

0
0
0
s2sdefault