ହେଡଲାଇନସ୍:

 ପ୍ରଶଂସା ନା ଲହୁଣୀବୋଳା ମଧୁର ସମାଲୋଚନା !!!!!! ଧର୍ମେନ୍ଦ୍ରଙ୍କ ଜଣେ ଭାଗ୍ୟଶାଳୀ ଓ ପରିଶ୍ରମୀ ମନ୍ତ୍ରୀ : ପିନାକୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର,- ବିଜେଡିର ଜଣକ ପରେ ଜଣେ  ବରିଷ୍ଠ  ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସଭା ସମିତିରେ ପ୍ରଶଂସା କରିଚାଲିଛନ୍ତି  । ପୂର୍ବରୁ ବିଜେଡିର  ବରିଷ୍ଠ ନେତା ଡ. ଦାମୋଦର ରାଉତ , ଭର୍ତୃହରି ମହତାବ ଧର୍ମେନ୍ଦ୍ରଙ୍କୁ ପ୍ରଂଶସାରେ ପୋତି ପକାଇଥିବା ବେଳେ ଶନିବାର ଦିନ ଜନତା ମଇଦାନ ଠାରେ ଆୟୋଜିତ ମୁଦ୍ରା ଯୋଜନା ସଚେତନତା ସଭାରେ ବରିଷ୍ଠ  ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଂଶସା କରିବାରେ ପଛେଇ ନଥିଲେ  । ସେ ତାଙ୍କ ଭାଷଣରେ କହିଥିଲେ ଯେ ଧର୍ମେନ୍ଦ୍ର ଜଣେ ଭାଗ୍ୟଶାଳୀ ଓ ପରିଶ୍ରମୀ ମନ୍ତ୍ରୀ ବୋଲି କହିଥିଲେ  । କେନ୍ଦ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେବା ପରେ ବିଶ୍ୱ ବଜାରରେ ପେଟ୍ରୋଲ ଦର ବ୍ୟାରେଲ୍ ପିଛା ୩୦ରୁ ୪୦ ଡଲାର ହା୍ରସ ପାଇଥିଲା  । 

ଅବଶ୍ୟ ଚତୁର ପିନାକୀ ତାଙ୍କ ଭାଷଣରେ ପ୍ରଶଂସା କଲେ ନା ମଧୁର ଲହୁଣୀ ବୋଳା ସମାଲୋଚନାଟିଏ କଲେ । ସେ କହିଲେ ଦାୟିତ୍ୱ ନେବା ପରେ ବିଶ୍ୱ ବଜାରରେ ପେଟ୍ରୋଲ ଦର ବ୍ୟାରେଲ୍ ପିଛା ୩୦ରୁ ୪୦ ଡଲାର ହ୍ରାସ ପାଇଥିଲା  । ହେଲେ ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ତେଲ ଦ୍ୱାରା ବାରମ୍ବାର ବୃଦ୍ଧି ପାଇଛି , ଯାହାକି ଦେହବାସୀଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି ।  ଆଉ ତାଙ୍କ ଦଳ ବିଜେଡି ମଧ୍ୟ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ରାଜରାସ୍ତାକୁ ଆସି ବିରୋଧ କରିଛନ୍ତି । ତାଙ୍କର ଓ ମୋଦିଜୀ ଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି ।  ତେଣୁ ଅଶୋଧିତ ପେଟ୍ରୋଲ ଦର ବ୍ୟାରେଲ୍ ପିଛା ୩୦ରୁ ୪୦ ଡଲାର ହା୍ରସ ପାଇବା ବେଳେ ଦେଶରେ ତେଲ ଦ୍ୱାରା ବୃଦଧି ପାଇବା ତା ମନ୍ତ୍ରୀଙ୍କ ପାରିବାର ପଣିଆ ବୋଲି ପିନାକୀ କହିଲେ ନା ବିଫଳତା ବୋଲି କହିଲେ ? ଅବଶ୍ୟ ବାବୁ ଧର୍ମେନ୍ଦ୍ର ଚାଲାକ ଲୋକ, ବୁଝି ପାରୁଥିବେ ପିନାକୀଙ୍କ ପ୍ରଶଂସାକୁ ।  କାରଣ ବୁଝି ପାରୁଥିବା ଲୋକକୁ ଆଖିଠାର ଯଥେଷ୍ଟ ।  

0
0
0
s2sdefault