ହେଡଲାଇନସ୍:

ବିକାଶ ଦେଖିବାକୁ ଯଦି ଚାହୁଁଛ, ବର୍ତ୍ତମାନ ଓଡ଼ିଶାକୁ ଆସ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୭ବର୍ଷରେ ୨୦ଟି ବୃହତ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୩୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି

ଭୁବନେଶ୍ୱର :  ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆକର୍ଷଣ କ୍ଷେତ୍ରରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ତୃତୀୟ ସ୍ଥାନରେ ରହିଛି । ୨୦୧୬-୧୭ରେ ଦେଶକୁ ଉଭୟ ସରକାରୀ ଓ ଘରୋଇ ସୂତ୍ରରୁ ବିଭିନ୍ନ କ୍ଷେତ୍ରରୁ ୧୭୭ ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି । ଓଡ଼ିଶା ୨୦୧୬-୧୭ରେ ୭%ରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିପାରିଛି । ଫଳରେ ୨୦୧୬-୧୭ରେ ଓଡ଼ିଶା ୯୦୦ ପ୍ରକଳ୍ପ ଆକୃଷ୍ଟ କରି ୧୩ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହାସଲ କରିଛି ବୋଲି ଆସୋଚାମ୍‍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଜଳ, ଥଇଥାନ ଓ ଜମି ଅଧିଗ୍ରହଣ ଯୋଗୁ ଗତ ୧୭ବର୍ଷରେ ୨୦ଟି ବୃହତ ପ୍ରକଳ୍ପ ପ୍ରତିÂା ହୋଇପାରିଥିବା ବେଳେ ସେଥିରେ ରାଜ୍ୟର ୩୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ଜାତୀୟ ପ୍ରକଳ୍ପ ଆଇଓସିଏଲ୍‍ରେ ରାଜ୍ୟରୁ ମାତ୍ର ୨୨୫ଜଣଙ୍କୁ ନିଯୁକ୍ତି ମିଳିଛି, ଯାହା ବେକାରୀଙ୍କୁ ତାତ୍ସଲ୍ୟ ବୋଲି ଆଜି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ସୁଲୋଚନା ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ବିବୃତିରେ କହିଛନ୍ତି । ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆକର୍ଷଣ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଥିବା ମହାରାଷ୍ଟ୍ରର ଅଂଶ ୧୧% ରହିଥିବା ବେଳେ ଗୁଜରାଟ ୨ୟ ସ୍ଥାନରେ ରହି ୮.୫% ପୁଞ୍ଜିନିବେଶ ଆକୃଷ୍ଟ କରିଛି । ଏପରିସ୍ଥଳେ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ଗୁଜରାଟର କଥା ଦେଖିଲେ, ସେଠାରେ ଦଶନ୍ଧି ଦଶନ୍ଧି ବର୍ଷ ପୂର୍ବରୁ ବାଣିଜ୍ୟ କାରବାରରେ ଅଭିବୃଦ୍ଧି ଘଟିଥିଲା । ସେଠାରେ ବିଜେପି କେବଳ ଏହି ଅଭିବୃଦ୍ଧିର ଶ୍ରେୟ କିପରି ନେବ ବୋଲି ଡ. ପାତ୍ର ପ୍ରଶ୍ନ କରିଥିଲେ ।

ଓଡ଼ିଶା ସରକାର ନିବେଶକଙ୍କୁ ଆକୃଷ୍ଟ କରିବାକୁ ସକାରାତ୍ମକ ପଦକ୍ଷେପ ନେଇଛନ୍ତି । ୨୦୧୨-୧୩ରୁ ୨୦୧୬-୧୭ ମସିହା ମଧ୍ୟରେ ମାନୁଫାକ୍‍ଚରିଂ, ନିର୍ମାଣ ଓ ରିଅଲ୍‍ ଇଷ୍ଟେଟ୍‍ ଭଳି କ୍ଷେତ୍ରର ପ୍ରକଳ୍ପଗୁଡିକର ପୁଞ୍ଜିନିବେଶରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ହାର କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ୨୦୧୨-୧୩ରେ ଦେଶରେ ପୁଞ୍ଜିନିବେଶ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟକାରିତା ହାର ୬୨% ଥିବାବେଳେ ୨୦୧୭ରେ ଏହା ୪୭%କୁ ଖସିଛି । ସର୍ବଭାରତୀୟ ସ୍ତରରେ ପୁଞ୍ଜି ନିବେଶ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟକାରିତା କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି ।

ଆର୍ଥôକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଜାତୀୟ ଅଭିବୃଦ୍ଧି ହାରକୁ ଅତିକ୍ରମ କରିଯାଇଛି । ୨୦୧୩ରେ ଦେଶର ଅଭିବୃଦ୍ଧି ହାର ୫.୫% ରହିଥିବା ବେଳେ ୨୦୧୬-୧୭ରେ ଏହା ୭% ଉପରେ ରହିଛି । ତେବେ ୨୦୧୩ରେ ଓଡ଼ିଶାର ଆର୍ଥôକ ଅଭିବୃଦ୍ଧି ୪.୬% ରହିଥିବା ବେଳେ ୨୦୧୬-୧୭ରେ ଏହା ପାଖାପାଖି ୮% ଛୁଇଁଛି । ସେହିପରି ୨୦୧୧-୧୨ରୁ ୨୦୧୫-୧୬ ମଧ୍ୟରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦେଶର ମୋଟ ବାର୍ଷିକ ଅଭିବୃଦ୍ଧି ହାର ୨.୫% ଥିବାବେଳେ ଏ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ହାର ପାଖାପାଖି ୮% ରହିଛି । ଡ. ପାତ୍ର କହିଥିଲେ, ଗରିବୀ ଦେଖିବାକୁ ଚାହୁଁଛ, ତେବେ ସେମାନେ ଓଡ଼ିଶାକୁ ଯାଅ ବୋଲି ଯେଉଁ ଭାରତୀୟ ଜନତା ପାର୍ଟିର ନେତାମାନେ ଭାଷଣ ମାଧ୍ୟମରେ କହୁଛନ୍ତି, ସେମାନଙ୍କୁ ଏବେ ମୋର ଅନୁରୋଧ- ବିକାଶ ଦେଖିବାକୁ ଯଦି ଚାହୁଁଛ, ବର୍ତ୍ତମାନ ଓଡ଼ିଶାକୁ ଆସ ।

 

0
0
0
s2sdefault