ହେଡଲାଇନସ୍:

ବିଜେପିରେ ମିଶିଲେ ଉପାସନା ଓ ଲଳିତେନ୍ଦୁ , ଲୁଲୁ ପରିବାର ମିଶିଗଲେ, ଲୁଲୁସେନାର ମର୍ଜରକୁ ନେଇ କନଫୁଜନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବହୁତ ଅପେକ୍ଷା କଲେ....ଅଖିଳ ଭାରତ କଂଗ୍ରେସ କମିଟି ନିଷ୍ପତ୍ତି  ଝୁଲାଇ ରଖିଲେ। ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ହଟିବା ସଂଭାବନା ଓ ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ସମ୍ଭାବନା ବି କମ ଦେଖାଗଲାଣି । ସେପଟେ ଆଖି ଆଗରେ ରାଜ୍ୟର ସବୁଠୁ ବ୍ୟୟବହୁଳ ନିର୍ବାଚନମଣ୍ଡଳୀ । ଲୁଲୁ-ସଞ୍ଜୟ ଲଢେଇ ବେଳେ ଯାହା ଶୁଣା ଯାଉଥିଲା ଲକ୍ଷ ନୁହେଁ, ବ୍ରହ୍ମଗିରିରେ କୋଟି କୋଟିରେ ଲଢେଇ ।  ତେଣୁ କଂଗ୍ରେସ ଏତେ ପଇସା ଦେଇପାରିବନି ଲଢ଼ିବା ପାଇଁ !  ସଞ୍ଜୟ ଦାସବର୍ମାଙ୍କ ଯଦି ବିଜେପି ସିବିଆଇ ମାଧ୍ୟମରେ ନ ବନ୍ଧାଏ ବା ବଦ୍ନାମ ନକରେ ତେବେ ସଞ୍ଜୟଙ୍କ ବିରୋଧରେ ଲଢ଼ିବା କଷ୍ଟ.।  ତେଣୁ ଏତେବଡ ନିର୍ବାଚନ ଖର୍ଚ ତୁଲାଇବା କଷ୍ଟକର.। ପଂଚାୟତ ନିର୍ବାଚନରେ ଆଣ୍ଠେଇ ଯାଇଛନ୍ତି...ତେଣୁ ଆଉ ବେଶିଦିନ ଅପେକ୍ଷା କରିବା ଉଚିତ ହେବନାହିଁ ବୋଲି ବିବେଚନା କରି ବିଜେପିରେ ଯୋଗ ଦେଇଛନ୍ତି ଜୀବନ ଥିବା ପର୍ଯ୍ୟନ୍ତ  କଂଗ୍ରେସ ଛାଡ଼ିନଥିବା ଲୁଲୁ ମହାପାତ୍ରଙ୍କ ପରିବାର ।  କିଛିଦିନ ତଳେ ସ୍ଵର୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ  ଦେବା ପରେ ବିଜେପୁର ନିର୍ବାଚନ ଅବ୍ୟବହିତ ପୂର୍ବରୁ ଲୁଲୁଙ୍କ ପରିବାରକୁ ପ୍ରାଥମିକତା ଦେଇ ଶନିବାର ଆପଣାଇ ନେଇଛି ବିଜେପି । ବିଜେପିରେ ଯୋଗ ଦେବା ବେଳେ ଭୀଷଣ ଭାବେ କଂଗ୍ରେସ ଉପରେ ବର୍ଷିଛନ୍ତି ଲୁଲୁଙ୍କ ପରିବାର ଓ ସେମାନଙ୍କ ସହ ବିଜେପିରେ ଯୋଗ ଦେଇଥିବା କିଛି ସମର୍ଥକ । କଂଗ୍ରେସରେ ଲୁଲୁଙ୍କୁ ବହୁତ ନିର୍ଯ୍ୟାତନା ହୋଇଛି ବୋଲି ଅଭିଯୋଗ କରିଛନ୍ତି  ଲୁଲୁଙ୍କ ଝିଅ ଉପାସନା । ଉପାସନଙ୍କ ସହ ଆସନ୍ତା ନିର୍ବାଚନରେ ବ୍ରହ୍ମଗିରିରୁ ସମ୍ଭାବ୍ୟ ବିଜେପି  ହେଉଥିବା ଭାଇ ଲଳିତେନ୍ଦୁ,  ଜଣାଶୁଣା ଓକିଲ ପିତାମ୍ବର ଆଚାର୍ଯ୍ୟ, ଲୁଲୁ ସେନା ସଭାପତି ରାଜେନ୍ଦ୍ର ପଣ୍ଡା ଓ ସତ୍ୟଜିତ୍ ପଟ୍ଟନାୟକ ବିଜେପି ରେ ମିଶିଛନ୍ତି । ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ  ‘ବିଜେପି ମିଶ୍ରଣ ପର୍ବ’ରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଟିମ୍ ସେମାନଙ୍କୁ ଦଳରେ ମିଶାଇଛନ୍ତି ।

ଖାସ ଲୁଲୁ ମହାପାତ୍ର ପରିବାରର ମିଶ୍ରଣ ପାଇଁ ଦଳୀୟ କାର୍ଯ୍ୟାଳୟ ବାହାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଯାକଯମକରେ କରାଯାଇଥିଲା  ।  ବିଜେପି ଅଫିସ, ରାମମନ୍ଦିର, ହାଉସିଂ ବୋର୍ଡ ଛକ, ପିଏମଜି ଛକ ଭଳି ସହରର ବିଭିନ୍ନ ଜାଗାରୁ ଲୋକମାନେ ଶୋଭାଯାତ୍ରାରେ ପ୍ରଦର୍ଶନୀ ପଡ଼ିଆକୁ AASIଥିଲେ । ‘ଲୁଲୁ ଭାଇ ଅମର ରହେ’, ‘ଧର୍ମେନ୍ଦ୍ର ପ୍ରଧାନ’ ସ୍ଲୋଗାନ୍ ଦିଆଯାଇଥିଲା । ସଭାମଞ୍ଚରେ  ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜେପି ଲଳିତେନ୍ଦୁ, ଉପାସନା, ପିତାମ୍ବରଙ୍କ ସମେତ ଅନ୍ୟମାନଙ୍କୁ  ଉପକୌଢ଼ନ ଓ ଫୁଲତୋଡ଼ା ଦେଇ ଦଳକୁ ସ୍ୱାଗତ କରିଥିଲେ । ସ୍ୱର୍ଗତ୍ ଲୁଲୁଙ୍କ ଅନୁଗତଙ୍କ ଦ୍ୱାରା ଗଠିତ ଲୁଲୁ ସେନା ସଂଗଠନ ବିଜେପିରେ ବିଲୀନ ହେବ ବୋଲି ବିଜେପି ପକ୍ଷରୁ ପ୍ରଚାର କରାଯାଇଥିଲେ ମଧ୍ୟ ଆଜିର ମିଶ୍ରଣ ପର୍ବରେ ଲୂଲୂସେନାର  କିଛି ନେତାଙ୍କୁ ଦେଖିବାକୁ ମିଳିନଥିଲା` । କାରଣ ଲୁଲୁଙ୍କୁ କଂଗ୍ରେସ ନେତୃତ୍ୱ ବିରୋଧରେ ଆକ୍ରୋଶ ରହିଥିଲେ ମଧ୍ୟ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେବା ନିଷ୍ପତିକୁ କିଛି ଯୁବ ଓ ଛାତ୍ର ନେତା ଗ୍ରହଣ କରିପାରୁନାହାନ୍ତି  ।  ହାତଗଣତି ସମର୍ଥକଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କୁ ମିଶ୍ରଣ ପର୍ବରେ ଦେଖିବାକୁ ମିଳି ନ ଥିଲା । ଲୁଲୁଙ୍କର ପରିବାରର ଏପରି ନିଷ୍ପତି ପରିପ୍ରେକ୍ଷୀରେ ତାଙ୍କ ସହ କାମ କରିଥିବା ପୁରୀ ଜିଲ୍ଲାର ଟାଣୁଆ ଯୁବ ନେତା  ଲଲାଟେନ୍ଦୁ ଦାସ କହିଛନ୍ତି କିଏ କେଉଁ ଦଳରେ ଯୋଗଦେବେ ତାହା ସେମାଙ୍କ ନିଜସ୍ୱ ନିଷ୍ପତି  ।  ହେଲେ ବ୍ରହ୍ମଗିରିରେ ଲୁଲୁଙ୍କ ସବୁ ସମର୍ଥକ ବିଜେପିରେ ମିଶୁଥିବା କଥାର ସତ୍ୟତା ନାହିଁ  । ଲୁଲୁ ମହାପତ୍ର କଂଗ୍ରେସ ଦ୍ୱାରା ଅବହେଳିତ ହୋଇଥିଲେ ମଧ୍ୟ ସେ କଂଗ୍ରେସ ଦଳକୁ ଭଲପାଉଥିଲେ ଆଉ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜ ଆଦର୍ଶରୁ ହଟି ନ ଥିଲେ । ଆଉ ଏବେ ବି ଲୁଲୁଙ୍କ ଆଦର୍ଶ ବଂଚିଛି ବୋଲି ଶ୍ରୀ ଦାସ କହିଛନ୍ତି `।

ପିସିସିର ଆଉ ଜଣେ ନେତାଙ୍କ କହିବା ଅନୁଯାୟୀ ଲୁଲୁ ବାବୁ ଯାହା ଚାହୁଁନଥିଲେ, ତାହା ତାଙ୍କ ଚାଲିଜିବା ପରେ ଘଟୁଛି । ସେ ଜୀବନ କାଳରେ କେବେ ବି କଂଗ୍ରେସକୁ ବଡ଼ ଦେଇ ରାଜନୀତି ବିଷୟରେ ଚିନ୍ତା କରୁନଥିଲେ  । ହଠାତ ତାଙ୍କର ବିୟୋଗ ଦଳପାଇଁ ବଡ କ୍ଷତି ଥିଲା ଓ ତାଙ୍କର ବହୁ ଅନୁଗାମୀ ଏବେ ରାଜ୍ୟର କୋଣ ଅନୁକୋଣରେ ରହିଥିବା ବେଳେ କଂଗ୍ରେସ ସହିତ ଅଛନ୍ତି  । 

ସୂଚନାଯୋଗ୍ୟ ଯେ  ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ୟ୍ୟ ଛାତ୍ର କଂଗ୍ରେସ ରାଜନୀତି ପରେ ପ୍ରତ୍ୟକ୍ଷ ରାଜନୀତି ସହିତ ଜଡିତ ନଥିଲେ  । ଲୁଲୁଙ୍କ ସେ ପାରିବାରିକ ବନ୍ଧୁ  । ବହୁଦିନ ଧରି କଂଗ୍ରେସରେ ନଥିବା  ଶ୍ରୀ ଆଚାର୍ୟ୍ୟ ବି ବିଜେପିରେ ଯୋଗଦେଲାବେଳେ କଂଗ୍ରେସସକୁ ବହେ ଶୋଧିବା ସହିତ ବର୍ତ୍ତମାନ କଂଗ୍ରେସର ସେ ନୀତି ଆଦର୍ଶ ଆଉ ନାହିଁ ବୋଲି କହିଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ହେଉଛି ଦେଶରେ ବର୍ତ୍ତମାନ ପରିସ୍ଥିତିରେ ଏକମାତ୍ର ଦଳ ଯିଏକି ଜାତୀୟ ଏକତା, ସଂହତି ଆଉ ସାମଗ୍ରିକ ବିକାଶ ଆଣିବାରେ ସକ୍ଷମ। ତେଣୁ ବିଜେପିରେ ରହି ସମାଜ ପାଇଁ କିଛି କରିବା ଉଦ୍ଦେଶ୍ୟରେ ସେ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ଆଚାର୍ୟ୍ୟ କହିଛନ୍ତି। ବେବି ଓ ଉପାସନାଙ୍କ ସହ ଯୋଗ ଦେଇଥିବା ସତ୍ୟଜିତ ପଟନାୟକ ଗତଥର ରଣପୁରରୁ ପ୍ରାର୍ଥୀ ହୋଇଥିଲେ  । ତାଙ୍କୁ ଏଥର ବିଜେପି ସୁରମା ପାଢ଼ୀଙ୍କ ସ୍ଥାନରେ ମଧ୍ୟ ବିଧ୍ୟାକ ଟିକେଟ ଦେବା ବୋଲି ନିର୍ଭର ପ୍ରତିଶୃତି ଦେଇଥିବା ଜଣ ପଡିଛି  । ଆଉ ସେଥିପାଇଁ  ସତ୍ୟଜିତ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଶେଷ ମୁହୁର୍ତରେ ଇସ୍ତଫା ଦେଇ ବିଜେପିରେ ମିଶିବା ନେଇ ଘୋଷଣା କରିଥିଲେ  । 

ଭୁବନେଶ୍ୱରରେ ଏହି ମିଶ୍ରଣ ପର୍ବ ପରେ ଆସନ୍ତା ସପ୍ତାହରେ ଅର୍ଥାତ ୨୨ ତାରିଖରେ କେନ୍ଦ୍ରାପଡ଼ାରେ ଆଉ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ  । ଏହି ଅବସରରେ ପୂର୍ବତନ ବିଧାୟକ ଅଲେଖାଜେନା ଯୋଗ ଦେବେ  । ଅନ୍ୟପକ୍ଷରେ କଂଗ୍ରେସ ର ଜଣେ ପୂର୍ବତନ ବିଧାୟକ ଓ ବର୍ତମାନର ଜଣେ ବିଧାୟକ ନିକଟରେ ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  ।

 

0
0
0
s2sdefault