ହେଡଲାଇନସ୍:

ମୁଁ ଜୋକର ନୁହେଁ, ଅର୍ଜୁନ : ଦାମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ମୋ ପାଶୁପତ ଅସ୍ତ୍ରରେ ଘାଇଲା ହୋଇଥିବା ବିଜେପି ନେତା କହିବେ ମୁଁ କଣ

 

ଭୁବନେଶ୍ୱର  : ମୁଁ  ଜୋକର କି ଶ୍ରୀଖଣ୍ଡୀ କି ଅର୍ଜୁନ......ବିଜେପିର ସେ ନେତାମାନଙ୍କୁ ପଚାରିଲେ କହିବେ, ଯେଉଁମାନେ ମୋ ପାଶୁପତ ଅସ୍ତ୍ରରେ ବହୁବାର ଘାଇଲା ହୋଇଛନ୍ତି ! ଅଭିଯୋଗ କରୁଥିବା ଲୋକର ଅସ୍ତିତ୍ବ ନାହିଁ, ହେଲେ ନବୀନ ପଟ୍ଟନାୟକଙ୍କ ସରକାର ରେ ରହିଥିବା ଦଳ ଓ ସେ ଦଳର ନେତା ମାନଙ୍କୁ ମୁଖ୍ୟମନ୍ତ୍ରୀ ସେଇ ୯ ବର୍ଷ ଯୁଧିଷ୍ଠିର ଭଳି ବାସିଲେ, ଏବେ ସେ ଧୃତରାଷ୍ଟ୍ର ପାଲଟିଗଲେ !!!!! ତାଙ୍କୁ ବିଜେପି ପକ୍ଷରୁ ଶ୍ରୀଖଣ୍ଡୀ ଓ ଜୋକର ବୋଲି କହି ବିଜେପି ବିଦ୍ରୁପ କଲାପରେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଡା ଦାମୋଦର ରାଉତ  । ସୂଚନାଯୋଗ୍ୟ ଯେ, ବିଜେପି ରାଜ୍ୟ କାର୍ଯ୍ୟାଳୟଠାର ଅନୁଷ୍ଠିତ ଏକ ସାମ୍ବାଦିକ କାର୍ଯ୍ୟାଳୟରେ ବିଜେପିର ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର ମୁଖ୍ୟମନ୍ତ୍ରୀ ଏବଂ ଦାମଙ୍କୁ ଆକ୍ଷେପ କରି ଧୃତରାଷ୍ଟ୍ର ଓ ଶ୍ରୀଖଣ୍ଡି ବୋଲି କଟାକ୍ଷ କରିଥିଲେ । ଦାମଙ୍କ ବିବୃତି ନିଜ ସରକାରର ବିଫଳତା ଘୋଡାଇବାପାଇଁ ଉଦ୍ଦିଷ୍ଟ ବୋଲି ଲେଖାଶ୍ରୀ ଅଭିଯୋଗ କରିବା ସହ ଦାମବାବୁଙ୍କୁ ବିଦ୍ରୁପ କରିଥିଲେ । 

ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି ଦିଆଯାଇଥିବା ମନ୍ତବ୍ୟରେ ପ୍ରତିଜବାବ ରଖି ବିଜେଡ଼ିର ବରିଷ୍ଟ ନେତା ଡାକ୍ତର ରାଉତ କହିଥିଲେ ଯେ, ଯେଉଁମାନେ ଆକ୍ଷେପମୂଳକ ମନ୍ତବ୍ୟ ଦେଇଛନ୍ତି ସେମାନଙ୍କର କୌଣସି ଅସ୍ତିତ୍ୱ ନାହିଁ । ଏପରିକି ସେମାନେ ନିର୍ବାଚନରେ କେବେ ପ୍ରତିଦ୍ୱନ୍ଦିତା କରି ନାହାନ୍ତି । ବିଜେପି-ବିଜେଡ଼ିର ୯ ବର୍ଷ ମିଳିତ ଶାସନ କାଳରେ ମନ୍ତ୍ରୀମଣ୍ଡଳରେ ବିଜେପିର ଯେଉଁମାନେ ମନ୍ତ୍ରୀ ଥିଲେ ସେମାନେ ନବୀନ ବାବୁଙ୍କର କିପରି ନୌକରି କରୁଥିଲେ ? ମନ୍ତ୍ରୀ ଥିବା ବେଳେ ସେ କଣ ତାଙ୍କ ସେମାନଙ୍କ ପାଖରେ ଯୁଧିଷ୍ଠିର  ଲାଗୁଥିଲେ !!! ମୋ ପାଶୁପତ ଶରରେ କେତେ ଘାଇଲା ହୋଇଛନ୍ତି ତାହା ସେମାନେ ଅନୁଭବ କରିପାରୁଥିବେ । ମୁଁ ଜୋକର କି ଅର୍ଜୁନ ତାହା ୪ କୋଟି ୨୦ ଲକ୍ଷ ଲୋକ ଓଡ଼ିଶାବାସୀ କହିବେ ବୋଲି ଡା ରାଇଟ କହିଛନ୍ତି  ।  

.ସୂଚନାଯୋଗ୍ୟ ଯେ ଦାମବାବୁ ବୁଧବାର ଦିନ ଏକ ସାମ୍ବାଦିକ ସମିଳନୀରେ ବିଜେପି ନେତାମାନଙ୍କୁ ୧୦ଟି ପ୍ରଶ୍ନ ରଖିଥିଲେ ।  ସେଗୁଡିକ ହେଲା,  ପ୍ରତିବର୍ଷ ୨ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା - କେତେ ଦେଇଛନ୍ତି ?   ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ କରିବା ପାଇଁ କହି- ଦେଇଛନ୍ତି କେତେ ?  ୧୦୦ ଦିନ ଭିତରେ ଦେଶର ସବୁ କଳାଧନ ଜବତ କରି ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କା ଦେବାକୁ କହି-ଦେଇଛନ୍ତି କେତେ ?  ପ୍ରଧାନମନ୍ତ୍ରୀ ହେବାଠାରୁ ଏଯାବତ୍ ଶ୍ରୀ ମୋଦି ୧୩୪ଟି ରାଷ୍ଟ୍ର ବୁଲିଲେଣି । ରାଜକୋଷରୁ ଏଥିପାଇଁ କେତେ ଟଙ୍କା ବ୍ୟୟ ହୋଇଛି ଏବଂ ଭାରତକୁ କେତେ ପୁଞ୍ଜି ନିବେଶ ଆଣି ପାରିଛନ୍ତି ?  ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ପ୍ରତିଦିନ ଯେଉଁ ପୋାଷାକ ଏବଂ ଜୋତା ପିନ୍ଧୁଛନ୍ତି ତା'ର ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା । ଏ ଅର୍ଥ ସେ କେଉଁଠୁ ପାଉଛନ୍ତି ? ବିଗତ ୩ ବର୍ଷ ଧରି ଶ୍ରୀ ମୋଦି ଦେଶରେ ଗୋଟିଏ ହେଲେ ସରକାରୀ ସାମ୍ବାଦିକ ସମ୍ମିଳନୀ କରି ନାହାଁନ୍ତି । ତାଙ୍କ ଶାସନର ସ୍ୱଚ୍ଛତା ଜାଣିବା କେମିତି ? ୨୦୧୪ରୁ ଏପର୍ଯ୍ୟନ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୨.୫୭ ପ୍ରତିଶତ କମିଯାଇ ଆନ୍ତର୍ଜାତିକ କ୍ଷେତ୍ରରେ ଆମର ଅଭିବୃଦ୍ଧି ହାର ଚୀନ ଦେଶ ତଳକୁ ଖସି ଆସିଛି । ତେବେ ପାକିସ୍ଥାନ ପଛକୁ ଯିବା କେବେ ?  ବିମୁଦ୍ରୀକରଣ ଘୋଷଣା ପୂର୍ବରୁ ଯେଉଁ ନୂଆ ନୋଟ ଛପା ହୋଇଥିଲା  ସେଥିରେ  ରିଜର୍ଭ ବ୍ୟାଙ୍କ କେଉଁ ଗଭର୍ଣ୍ଣର ଦସ୍ତଖତ କରିଥିଲେ ତାହା ପ୍ରକାଶ କରିବେ କି ? ଏବଂ ନୋଟ ଛପା ହେଲା ବେଳେ ତତ୍କାଳୀନ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଙ୍କ ଦସ୍ତଖତ ନ ରହି ଆଗକୁ ସ୍ଥିରୀକୃତ ଗଭର୍ଣ୍ଣରଙ୍କ ଦସ୍ତଖତ ରହିଲା କେଉଁ ନ୍ୟାୟରେ ? .ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପି ଦଳରେ ସର୍ବୋଚ୍ଚ ପଦବୀ ଗ୍ରହଣ କଲାବେଳକୁ ତାଙ୍କ କମ୍ପାନୀର କାରବାରଥିଲା ପ୍ରାୟ ୨୦ ହଜାର କୋଟି ଟଙ୍କାା ଏବେ ତାଙ୍କ କଂପାନୀର ମାଲିକାନା ତାଙ୍କୁ ପୁଅପାଖକୁ ଗଲାବେଳେ ତାଙ୍କ କଂପାନୀର କାରବାର ୧୬ ହଜାର ଗୁଣ ବୃଦ୍ଧି ପାଇଛିା ଏହା କିଭଳି ସମ୍ଭବ ବିଜେପିର ରାଜନେତାମାନେ କହିବେ କି?

ସେହିପରି  ୧୭ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିଜେପି ଶାସିତ ୪ଟି ରାଜ୍ୟର ଅଭିବୃଦ୍ଧି ହାର ସଂପର୍କରେ ବିଜେପି ନେତା ମାନେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଜର ଜବାବ ରଖନ୍ତୁ ବୋଲି ଡା ରାଉତ ଆହ୍ୱାନ ଜଣାଇଥିଲେ । 

0
0
0
s2sdefault