ହେଡଲାଇନସ୍:

ଦାମ ଶ୍ରୀଖଣ୍ଡି ଓ ସର୍କସର ଜୋକର : ଲେଖାଶ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱରରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା : ଗତକାଲି ବିଜେପିକୁ ଏକ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ବର୍ଷିଥିଲେ ବିଜେଡି ବରିଷ୍ଠ ନେତା ତଥା ମନ୍ତ୍ରୀ ଡ ଦାମୋଦର ରାଉତ । ସେ ଗୁଜୁରାଟ ମଧ୍ୟପ୍ରଦେଶ, ଝାରଖଣ୍ଡ , ଛଂତିଶଗଡ ଓ ଓଡିଶା ର ତୁଳନାତ୍ମକ ବିକାଶ ଚିତ୍ର ଦେଇ କିଛି ପ୍ରଶ୍ନ ପଚାରି ତାହାର ଉତ୍ତର ରାଜ୍ୟବାସୀଙ୍କ ନିକଟରେ ରଖିବାକୁ ଆହ୍ୱାନ ଦେଇଥିଲେ । ଟାଣୁଆ ବାଣୁଆ ଦାମଙ୍କୁ କାଉଣ୍ଟର କରିବାକୁ ଆଜି ବିଜେପି ମଇଦାନକୁ ଉତାରିଛି ଚତୁରତାର ସହ ଜଣେ ମହିଳା  ତଥା ସମ୍ପାଦିକା ଲେଖାଶ୍ରୀଙ୍କୁ । ଏକ ସାମ୍ବାଦିକ ସମ୍ମିଳନୀରେ ଦାମଙ୍କୁ ଶ୍ରୀଖଣ୍ଡି ଓ ସର୍କସର ଜୋକର ସହ ତୁଳନା କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ମୁଖ୍ୟମନ୍ତ୍ରୀଙ୍କୁ  ନବୀନଙ୍କୁ ଅନ୍ଧ ଧୃତରାଷ୍ଟ୍ର ବୋଲି ମଧ୍ୟ କହିଛନ୍ତି । ଶ୍ରୀଖଣ୍ଡୀ ମାନେ ହିଞ୍ଜଡ଼ା ବା ତୃତୀୟ ଲିଙ୍ଗଙ୍କ ପ୍ରତୀକ  ! ଦେଖାଯାଉ ଦାମଙ୍କ ୟା ପରବରତି ବାଣ କଣ ରହୁଛି !

0
0
0
s2sdefault