ହେଡଲାଇନସ୍:

କେତେବେଳେ କେଉଁଠି କେଉଁ ରୂପ , ଏପଟେ ପ୍ରସ୍ତାବ ପାରିତ, ସେପଟେ ରୁଦ୍ଧଦ୍ୱାର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମାଝି : ଏପଟେ ଚିରାଚରିତ ପ୍ରସ୍ତାବ ପାରିତ ହେଲା ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ  ଆଉ ସୋନିଆ ଗାନ୍ଧୀଙ୍କୁ କ୍ଷମତା ଦେବା ପାଇଁ  । ଆଉ ଏ ବୈଠକ ସରୁସରୁ ସଞ୍ଜରେ ଅସନ୍ତୁଷ୍ଟଙ୍କ ମେଳି  । ସଭାପତି ବଦଳାଇବେ ବୋଲି କହି କାହିଁକି ଭଣ୍ଡୁଛି ଏଆଇସିସି, ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ନେତାମନଙ୍କ ଭିତରେ  । ବିଜେପୁର ନିର୍ବାଚଳ ଥିବା ବେଳେ ଏ ଯାଏ ତାକୁ ନେଇ ଦଳ ଇଂଚେ ଆଗେଇନଥିବା ବେଳେ ଜିତିଥିବା ଆସନରରେ ଦଳ ତୃତୀୟ ସ୍ଥାନକୁ ·ଲିଯିବନି ଏହାକୁ ନେଇ ମଧ୍ୟ କିଛି ନେତା ଆଶଙ୍କା ବ୍ୟକ୍ତ କରିଛନ୍ତି  । ଏପରିକି କିଛି ନେତା ନିର୍ବାଚନର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ସହ ପିସିସି ସଭ୍ୟ ନିର୍ବାଚନରେ ଚଂଚକତା କରାଯାଇଛି ବୋଲି ଅଭିଯୋଗ କରାଯାଇଛି ।

ଓଡିଶା ପ୍ରଦେଶ କଂଗ୍ରେସର ନବର୍ନିବାଚିତ ସଭ୍ୟମାନଙ୍କର ଏକ ବୈଠକ ବୁଧବାରଦିନ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ରେ ଅନୁଷ୍ଠିତ ହୋଇଯାଇଛି  ଗତ କିଛି ଦିନଧରି ଦଳର ବରିଷ୍ଠ ନେତାଙ୍କୁ ମଧ୍ୟରେ ମତାନ୍ତର ଓ ଗୋଷ୍ଟୀ  ବିବାଦ ·ଲିଥିବାବେଳେ ବୁଧବାର ବରିଷ୍ଠ ନେତାଙ୍କୁ ଏକାଠି ବୈଠକରେ ଉପସ୍ଥିତ ରହିଥିବା ଦେବାକୁ ମିଳିଥିଲା  ରାଜ୍ୟର ୪୦୨ ଜଣଙ୍କୁ ପିସିସି ସଦସ୍ୟଭାବେ ର୍ନିବାଚିତ କରାଯାଇଛି  । ଏହି ବୈଠକରେ ପିସିସି ସଦସ୍ୟମାନଙ୍କ ସହିତ ଦଳର ବରିଷ୍ଠନେତାମାନେ ରାହୁଲ ଗାନ୍ଧିଙ୍କୁ ଅଳ ଭାରତ କଂଗ୍ରେସ କମିଟିର ସଭାପତି କରିବା ନେଇ ଏକ ପ୍ରସ୍ତାବ ସର୍ବସମ୍ମତ ଭାବରେ ପାରିତ ହୋଇଥିଲା  । ଆଉ ଏକ  ପ୍ରସ୍ତାବ ଭାବରେ ପିସିସି ସଭାପତି ବାଛିବା ଦାୟିତ ହାଇକମାଣ୍ଡଙ୍କ ଉପରେ ନ୍ୟସ୍ତ କରାଯାଇଥିଲା  ଏହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ କରିବା ପରେ ବୈଠକରେ ଗୃହିତ ହୋଇଥିଲା  ଶ୍ରୀ ହରିଚନ୍ଦନ ଏହି ପ୍ରସ୍ତାବ ଆଗତ କରିଥିଲାବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ  । ଉପସ୍ଥିତ ସମସ୍ତ ସଭ୍ୟ ଏହି ପ୍ରସ୍ତାବକୁ ହାତଟେକି ସମର୍ଥନ କରିଥିଲେ  ବୈଠକରେ ଅଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ବି କେ ହରିପ୍ରସାଦ, ପ୍ରଦେଶ ର୍ନିବାଚନ ଅଧିକାରୀ ସୋମେନ ମିିତ୍ର, ଅତିରିକ୍ତ ନିର୍ବାଚନ ଅଧିକାରୀ ଜୟଶଙ୍କର ପାଠକ ଏବଂ ରାମଜୀ ଆନେପ୍ପୁ ଯୋଗଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ  ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ,ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, କାହ୍ନୁ ଲେଙ୍କା, ଶ୍ରୀକାନ୍ତ ଜେନା, ହେମାନନ୍ଦ ବିଶ୍ାଳ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୁକିମ୍, ଶରତ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ  ।  ଏହି ବୈଠକ ଶେଷ ହେବାପରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ହଜାରରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କ କମ୍ପାନୀ ଦୁର୍ନୀତିକୁ ବିରୋଧ କରି ଏକ ଶୋଭାଯାତ୍ରାରେ ମାଷ୍ଟର କ୍ୟାିନ ଛକ ପର୍ଯ୍ୟନ୍ତ ଯାଇଥିଲେ  କଂଗ୍ରେସ ନେତା ଓ କର୍ମୀମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ବିରୁଦ୍ଧରେ ବ୍ୟାନର ଓ ପ୍ଲାକାଡର଼୍ ଧରି ସ୍ଳୋଗାନ ଦେଇଥିଲେ  । ଉପସ୍ଥିତ କର୍ମୀମାନଙ୍କୁ ଉଦ୍ୱୋଧନ ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ରେ ଦେଶରେ ଫାସିବାଦ ସରକାର ·ଲିଛି  । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ମିଶି ଦେଶରେ ଆତଙ୍କରାଜ ଚଳାଇଛନ୍ତି  ।  ଅମିତ ଶାହା ସିବିଆଇ, ଇଡି ଏବଂ ଆୟକର ବିଭାଗକୁ ନିଜ ପୁଅର ଦୁର୍ନୀତି ଘୋଢ଼ାଇବାକୁ ଚୁପ୍ କରାଇଦେଇଛନ୍ତି  । ପ୍ରଦେଶ କଂଗ୍ରେସ ଏହି ଦୁର୍ନୀତି ବିଷୟରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଥିଲେ  ।  କଂଗ୍ରେସ କର୍ମୀମାନେ ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କର କୁଶପୁଳିକା ଦାହ କରିଥିଲେ ଏବଂ ଆନେ୍ଦାଳନ ବେଳେ ପୋଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା   ।  ପୋଲିସ ପିସିିସି ସଭାପତିଙ୍କ ସମେତ ଦଳର ଅନେକ ନେତା ଗିରଫ ହୋଇଥିଲେ   । 

 

ହେଲେ ଏତିକି ସରିଛି କି ନାହିଁ, ସେପଟେ ଆରମ୍ଭ ହୋଇଗଲା କବାଟକିଳା ବୈଠକ  । ନବ ନିର୍ବାଚିତ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମାନଙ୍କ  ବୈଠକ ପରେ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବରିଷ୍ଠ କଂଗ୍ରେସ ନେତା ମାନଙ୍କର ଏକ ରୁଦ୍ଧଦ୍ୱାର ବୈଠକ ·ଲିଛି । ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳର ଉପନେତା ଚିରଞ୍ଜିବ ବିଶ୍ୱାଳ, ବିଧାୟକ ଯୋଗେଶ ସିଂ, ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଉପସ୍ଥିତ ଅଛନ୍ତି । ପିସିସି ସଭାପତି ପରିବର୍ତନ ଦାବି ଉପରେ ବି·ର କରାଯାଉନଥିବାରୁ ସେମାନଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି । ମିଳିତôବା ତତ୍ୟ ଅନୁଯାୟୀ କଂଗ୍ରେସର କିଛି ନେତା ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଛି  । ସେମାନେ ପିସିସି ସଭାପତି ପରିବର୍ତନକୁ ଅପେକ୍ଷା କରିଛନ୍ତି  । ଯଦି ନହୁଏ କେନ୍ଦ୍ରାପଡା ଜିଲ୍ଲାର ଜଣେ ପୁରୁଖା ନେତା ଓ ଜଣେ ବିଧାୟକ ବିଜେଡିରେ ଯୋଗ ଦେବେ  । ସେମାନଙ୍କ ପାଇଁ ଯୋଗାଯୋଗ ହୋଇସାରିଛି  । ଦେଖାଯାଉ କି ରୂପ ନେଉଛି କଂଗ୍ରେସ ରାଜନୀତି  । 

0
0
0
s2sdefault