ହେଡଲାଇନସ୍:

ରାହୁଲ ଏବଂ ନବୀନ ବାବୁଙ୍କ ଅଭିଯୋଗ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ତଥ୍ୟ ଆଧାରିତ ନୁହେଁ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର,- ନ୍ୟୁଜ ପୋର୍ଟାଲ “ଦ ୱାୟର” ଦ୍ୱାରା ବିଜେପିର ଜାତୀୟ ସଭାପତି ଅମିତ ଶାହା ଓ ତାଙ୍କର ପୁତ୍ର ଜୟ ଅମିତ ଶାହାଙ୍କ ବିରୁଦ୍ଧରେ ଦୁର୍ଭାବନାପୂର୍ଣ୍ଣ ଭାବେ ଅସତ୍ୟ, ଆଧାରହୀନ, ଅପମାନଜନକ, ମାନହାନିକାରକ ଅଭିଯୋଗ କରାଯାଇଛି । ଜାଣି ଶୁଣି ଯୋଜନାବଦ୍ଧ ଭାବେ ଏପରି ତଥ୍ୟ ପ୍ରସାରିତ କରା ଯାଇଛି ଯାହାର ଉଦ୍ଦେଶ୍ୟ ବିଜେପିର ଜାତୀୟ ସଭାପତି ଓ ତାଙ୍କର ପରିବାରର ଭାବମୂର୍ତିକୁ ଖରାପ କରିବା ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଜୟ ଅମିତ ଶାହାଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ଆଇନ ସିଦ୍ଧ ଓ ସ୍ୱଚ୍ଛ । ଏହା ଦେଶର ବାଣିଜ୍ୟିକ ମାପଦଣ୍ଡ ଆଧାରରେ ହୋଇଛି । ଏହା ତାଙ୍କର ରେକର୍ଡ ଓ ବ୍ୟାଙ୍କିଙ୍ଗ ଦେଣ ନେଣରୁ ପରିଲକ୍ଷିତ ହେଉଛି । “ଟର୍ଣ୍ଣ ଓଭର” ମାନେ ସଂପତି କିମ୍ବା ବ୍ୟବସାୟୀକ ଲାଭ ନୁହେଁ । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ତଥ୍ୟ ଆଧାରିତ ନୁହେଁ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏଭଳି ବକ୍ତବ୍ୟ ଉଦ୍ଦେଶ୍ୟାତ୍ମକ ଭାବେ ଶ୍ରୀ ଗାନ୍ଧୀ କହିଛନ୍ତି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଶାହାଙ୍କ ଓଡିଶା ଗସ୍ତ ଏବଂ ରାଜ୍ୟ ପ୍ରତି ବିଜେପିର ପ୍ରତିବଦ୍ଧତାରେ ବ୍ୟସ୍ତ ବିବ୍ରତ ହୋଇ ପଡିଛି ଶାସକ ବିଜେଡି । ଓଡିଆ ପ୍ରବାଦ “ଓଧ ସଙ୍ଗେ ବଣ ଭୂଆଁ ବାଇ” ଭଳି ଓଡିଶାରେ ମଧ୍ୟ ଶାସକ ବିଜୁ ଜନତା ଦଳ ବିଜେପି ପ୍ରତି ଅସହିଷ୍ନୁ ହୋଇ ପଡି ଏହି ଅବାସ୍ତବ ପ୍ରସଙ୍ଗରେ କଂଗ୍ରେସ ସହ ସ୍ୱର ମିଶାଇ ଅଭିଯୋଗ କରୁଛି । ରାହୁଲ ଗାନ୍ଧୀଙ୍କ ସ୍ୱର ସହ ସ୍ୱର ମିଶାଇ ବିଜୁ ଜନତା ଦଳ ଏକ ଅବାସ୍ତବ ପ୍ରସଙ୍ଗକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଅଯଥାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି । ଇର୍ଷାପରାୟଣ ହୋଇ ଅପପ୍ରଚାର କରୁଥିବା ଉଭୟ କଂଗ୍ରେସ ଏବଂ ବିଜେଡିର ଏଭଳି ପ୍ରୟାସକୁ ଭାରତୀୟ ଜନତା ପାର୍ଟି ଦୃଢ ନିନ୍ଦା କରିବା ସହ ଉଭୟଙ୍କ ଏଭଳି ଆଚରଣ ଓ ଅଭିଯୋଗ ହତାସାଭାବର ପରିଚୟ ଦେଉଛି ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ଅନ୍ୟତମ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଉପସ୍ଥିତ ଥିଲେ ।

 

 

 

0
0
0
s2sdefault