ହେଡଲାଇନସ୍:

ବିହାର ବିଜୟ ଏନ୍.ଡ଼ି.ଏର ସଫଳତା: ବିଜେପି ଅଧ୍ୟକ୍ଷ ଜେ.ପି.ନଡ୍ଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିହାର ନିର୍ବାଚନରେ ବିଜେପିର ବିଜୟ ଏବଂ ଏନ୍.ଡ଼ି.ଏର ସଫଳତା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବେଶ ଖୁସି ଓ ଆସ୍ୱସ୍ତି ଆଣିଦେଇଛି  । ବିଜେପି ଦଳର ଅଧ୍ୟକ୍ଷ ହେବା ପରେ ଜେ.ପି.ନଡ୍ଡାଙ୍କ ସମ୍ମାନ ଅନେକାଂଶରେ ବିହାର ନିର୍ବାଚନ ଉପରେ ନିର୍ଭର କରୁଥିଲା  । ବିହାର ନିର୍ବାଚନର ବିଜୟ ପରେ ରାଜନୈତିକ ସ୍ଥିତି ଏନ୍.ଡ଼ି.ଏ ନେତା ନୀତିଶ କୁମାର, ବିହାରରେ ସରକାର ଗଠନ, ପଶ୍ଚିମବଙ୍ଗ ନିର୍ବାଚନ ଏବଂ ଏ.ଆଇ.ଏମ୍.ଆଇ.ଏନ୍ ରାଜନୈତିକ ଦଳ ଉପରେ  ଜେ.ପି.ନଡ୍ଡାଙ୍କ ସହ କଥା ହୋଇଥିଲେ " ଶାସକ ପ୍ରଶାସକ" ଦିଲ୍ଲୀ ପ୍ରତିନିଧି |

ଶାସକ ପ୍ରଶାସକ - ଆପଣଙ୍କୁ ବିହାର ନିର୍ବାଚନ ବିଜୟର ସ୍ୱାଗତ । ତେବେ ବିହାର ବିଜୟ ଆପଣଙ୍କ ଆଶାନୁରୂପ ଓ ମନପସନ୍ଦର ବିଜୟ ଅଟେ ?

ଜେ.ପି.ନଡ୍ଡା - ଧନ୍ୟବାଦ  । ଦେଖନ୍ତୁ ଯଦି ଆଶାନୁରୂପ ଏବଂ ମନପସନ୍ଦର ବିଜୟ କଥା ଦେଖିବା ତେବେ ବୁଝପାରିବା ପ୍ରତିଟି ରାଜନୈତିକ ଦଳ ଯେତେ ଅଧିକ ସଂଖ୍ୟାରେ ବିଜୟୀ ହେଲେ ମଧ୍ୟ ଆଶ ଆହୁରି ଅଧିକ ହୁଏ  । ତଥାପି ବିଜୟ ସବୁବେଳେ ସ୍ୱାଗତଯୋଗ୍ୟ, ଆନନ୍ଦଦାୟକ ତଥା ମଧୁର ଅଟେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତା, କାର୍ଯ୍ୟଦକ୍ଷତା ଏବଂ ଯୋଜନା ପ୍ରଣୟନ ସହିତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କାର୍ଯ୍ୟଶୈଳୀ, ଯୋଜନାର ସଫଳ ପରିଚାଳନା ଓ ରୂପାୟନ ଏବଂ ଦୁର୍ନିତୀ ତଥା ଜଙ୍ଗଲରାଜର ଦୂରୀକରଣ ଓ ସ୍ୱଚ୍ଛ ପ୍ରଶସାନକୁ ବିହାର ବାସୀ ଗ୍ରହଣ କରି ଏନ୍.ଡ଼ି.ଏକୁ କ୍ଷମତା ଦେଇ ସରକାର ଗଢ଼ିବାକୁ ପୂର୍ଣ୍ଣମତ ଦେଇଛନ୍ତି  । ନିଶ୍ଚିତ ଏହା ଖୁସିର କଥା  । ବିହାରର ବିକାଶ ଯେଉଁ ଲକ୍ଷ୍ୟରେ ଆଗେଇଯିବା କଥା ବୋଲି ଲୋକ ଚାହାନ୍ତି ଠିକ୍ ସେହି ଲକ୍ଷ୍ୟ ପଥରେ ଏନ୍.ଡ଼ି.ଏ ସରକାର କାର୍ଯ୍ୟ କରୁଥିଲେ  । ଜନସାଧାରଣ ଏହାକୁ ହୃଦୟଙ୍ଗମ କଲେ ଏବଂ ବୁଝିପାରି ପୁନର୍ବାର ଏନ୍.ଡ଼ି.ଏ କୁ ଶାସନ କ୍ଷମତା ଦେଇ ସରକାର ଗଢ଼ି ସେମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଦେଲେ  । ବିରୋଧୀମାନଙ୍କର ପ୍ରତାରିତ ପ୍ରତିଶ୍ରୁତିର ଘୋଷଣାକୁ ବିହାର ବାସୀ ପ୍ରତ୍ୟାଖ୍ୟାନ କଲେ  । 

ଶାସକ ପ୍ରଶାସକ - ପ୍ରଶ୍ନ ଉଠୁଛି ବିହାର ନିର୍ବାଚନରେ ବିଜେପି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଚଳିତ ଥର କରିଛି କିନ୍ତୁ ନୀତିଶଙ୍କ ଜେଡିୟୁ ଦଳ ନିତାନ୍ତ ଖରାପ ପ୍ରଦର୍ଶନ କରିଛି  ।

ଜେ.ପି.ନଡ୍ଡା - ଦେଖନ୍ତୁ ବିଜେପିର ଚିନ୍ତାଧାରା, କଳ୍ପନା ଓ ଭାବନା ଆଦୌ ଏଭଳି ନୁହେଁ  । କାରଣ ବିଜେପିର ଏଭଳି ଆଦର୍ଶ ନୁହେଁ  । ଆମେ ଏକାଠି ନିର୍ବାଚନ ଲଢ଼ିଛୁ, ଲୋକଙ୍କ ପାଇଁ ଏକାଠି କାମ କରିଛୁ, ଏକାଠି ସରକାରରେ ରହି ସହଭାଗୀତା ଓ ଉତମ ବୁଝାମଣାରେ ବିହାର ବାସୀଙ୍କ ସେବା କରିବା ସଂକଳ୍ପ ନେଇଛୁ, ତେଣୁ ବିଜୟର ହକଦାର ଉଭୟ ବିଜେପି - ଜେଡିୟୁ ସର୍ବୋପରି ଏନ୍.ଡ଼ି.ଏ ଅଟେ  । ବିଜୟର ଶ୍ରେୟ ଉଭୟ ମୋଦୀ ଓ ନୀତିଶଙ୍କର ଅଟେ  । ଜଣଙ୍କୁ ବାଦ ଦେଇ ଏକୁଟିଆ ଶେୟ ନେବାର କୌଣସି ପ୍ରାସଙ୍ଗିକତା ନାହିଁ  । ବିଜୟରେ ଉଭୟ ଦଳ  ନେତାମାନଙ୍କର ସହଯୋଗ ଓ ସାର୍ଥକତା ତଥା ପ୍ରତିଦାନ ଯୋଗୁଁ ବିଜୟ ସମ୍ଭବ ହୋଇଛି  । 

ଶାସକ ପ୍ରଶାସକ - ବିହାର ନିର୍ବାଚନର ବିଜୟ ପରେ ଏଲ.ଜେ.ପି (ଚିରାଗ ପାଶୱାନ) ଦଳର ସ୍ଥିତି ଏନ୍.ଡ଼ି.ଏରେ କିପରି ରହିବ ?

ଜେ.ପି.ନଡ୍ଡା - ଆମର ନୀତି ଓ ଆଭିମୁଖ୍ୟ ଏ ପ୍ରସଙ୍ଗକୁ ନେଇ ବେଶ ପରିମାର୍ଜିତ ଏବଂ ପରିଷ୍କାର  । ବିହାର ନିର୍ବାଚନରେ ଏଲ୍.ଜେ.ପି.ର  କୌଣସି ସମ୍ପର୍କ ଏନ୍.ଡ଼ି.ଏ ସହିତ ନଥିଲା କିମ୍ବା ଏଲ୍.ଜେ.ପି ଏନ୍.ଡ଼ି.ଏ ସହିତ ମିଶି ବିହାର ନିର୍ବାଚନ ଲଢ଼ିନଥିଲା  । ତେବେ କେନ୍ଦ୍ରର କଥା ଭିନ୍ନ ଏବଂ ରାଜ୍ୟର ପ୍ରସଙ୍ଗ ଅଲଗା  । 

ଶାସକ ପ୍ରଶାସକ - ବିହାରରେ ଏନ୍.ଡ଼ି.ଏ ଜିତିଲା ସତ କିନ୍ତୁ ନିର୍ବଚାନ ବିଜୟର ଅନ୍ତର ବହୁତ କମ ହୋଇଛି  । ଏହାକୁ ନେଇ କଣ କହିବେ ?

ଜେ.ପି.ନଡ୍ଡା - ମୁଁ କେବଳ ଏତିକି କହିବି ଆମେ ସମସ୍ତଙ୍କର ବିଶ୍ୱାସକୁ ଜିତିବାକୁ ଏବଂ ବିହାରର ବିକାଶ ପାଇଁ କାର୍ଯ୍ୟ କରିବାକୁ ସର୍ବଦା ପ୍ରଚେଷ୍ଟା କରିବୁ ଏବଂ କରିଛୁ  । ନିର୍ବାଚନ ବିଜୟରେ କେତେବେଳେ ଗତି ଅଧିକ ହେବ, କେତେବେଳେ କମ୍ ହେବ  । ଏହା ଗଣତନ୍ତ୍ରର ସ୍ୱାଭାବିକ ପ୍ରକ୍ରିୟା  । ଏଥିରେ କୌଣସି ଅନୁଶୋଚନା କରିବାର ନାହିଁ  । ଗଣତନ୍ତ୍ରରେ ଜନସାଧାରଣ ବିଭିନ୍ନ ସମୟରେ ବିଭିନ୍ନ ଦଳ ଓ ପ୍ରାର୍ଥୀଙ୍କୁ ପରୀକ୍ଷା ନିରୀକ୍ଷା କରିଥାନ୍ତି | କିନ୍ତୁ ଏହା ମନେରଖିବା ଉଚିତ "ସବକା  ସାଥ୍ ସବକା ବିକାଶ' (ସମସ୍ତଙ୍କ ସହିତ ସମସ୍ତ ବିକାଶ) - ବିକାଶ ଧାରାର ରାଜନୀତିକୁ ଆଗାମୀ ଦିନରେ କେହି ଅଟକାଇ ପାରିବେ ନାହିଁ  । ଜନସାଧାରଣ ପରିବାରବାଦ ରାଜନୀତିରୁ ନିଜକୁ ଅଲଗା କରିନେଲେଣି  । 

ଶାସକ ପ୍ରଶାସକ - ବିହାର ନିର୍ବାଚନରେ ଏ.ଆଇ.ଏନ୍.ଆଇ.ଏନ୍ ଦଳ ପାଂଚୋଟି ବିଧାୟକ ସ୍ଥାନ ଦଖଲ କରିଛି  - ଏହି ଦଳର ରାଜନୈତିକ ବିଚାରଧାରାକୁ ନେଇ ଅନେକ ପ୍ରକାରର ଦ୍ୱନ୍ଦ ଉଠିଛି  । ସେହି ଦଳର ବିଜୟକୁ ଆପଣ ଓ ବିଜେପି କିଭଳି ଦେଖୁଛନ୍ତି  ।

ଜେ.ପି.ନଡ୍ଡା - ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ  ଅଟନ୍ତି  । ଜନସାଧାରଣଙ୍କୁ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ସତ କହିବା, ନୀତି ନିୟମ ପ୍ରସଙ୍ଗରେ ପ୍ରାଞ୍ଜଳ ଭାବେ ବୁଝାଇବା ତଥା ସେମାନଙ୍କର ଦାୟୀତ୍ୱବୋଧ ଏବଂ ନୈତିକ ମୂଲ୍ୟବୋଧ ଗଣତନ୍ତ୍ରରେ ରାଷ୍ଟ୍ରର ଉନ୍ନତି ପାଇଁ କିପରି ହେଲେ ଦେଶର କୋଟି କୋଟି ଭାରତୀୟଙ୍କର ବିକାଶ ଓ ପ୍ରଗତିର ଜୀବନଧାରଣ ହୋଇପାରିବ ସେଥିପାଇଁ ସଚେତନ କରିବା ଜରୁରୀ  । କିଛିଦିନ ମଧ୍ୟରେ ଜନସାଧାରଣ ସତ ମିଛର ଫରକ ଜାଣିପାରନ୍ତି  । ରାଜନୈତିକ ଦଳର ନୀତି ଓ ଆଦର୍ଶକୁ ବୁଝି ଗଣତନ୍ତ୍ର ଓ ରାଷ୍ଟ୍ରକୁ ସୁରକ୍ଷିତ ରଖନ୍ତି  । ଗୋଟିଏ ନିର୍ବାଚନ ବିଜୟ ଗଣତନ୍ତ୍ରର ଗତିପଥକୁ ସମ୍ପୂର୍ଣ୍ଣ ବଳପୂର୍ବକ ଦଖଲ କରିପାରିବ ନାହିଁ । ରାଜନୈତିକ ଦଳ ଏହାକୁ ବୁଝିପାରି ନିଜ କାର୍ଯ୍ୟଶୈଳୀ, ଚିନ୍ତାଧାରା ଏବଂ ଆଦର୍ଶର ପରିବର୍ତନ କରି ସୁଧୁରି ଯିବା ଜରୁରୀ  । ଏହା ନହେଲେ ଜନତନ୍ତ୍ରରେ ଜନଶକ୍ତି ସେମାନଙ୍କୁ ବାହାର କରି ଫୋପାଡ଼ି ଦେବ  । 

ଶାସକ ପ୍ରଶାସକ - ଏ.ଆଇ.ଏନ୍.ଆଇ.ଏନ୍ ବିହାର ନିର୍ବାଚନରେ ଲଢ଼ିବାରୁ ଏନ୍.ଡ଼ି.ଏକୁ ଲାଭ ହେଲା ? ବର୍ତମାନ ପଶ୍ଚିମବଙ୍ଗରେ ମଧ୍ୟ ଏହି ଦଳ ନିର୍ବାଚନ ଲଢ଼ିବ ବୋଲି ଓବେସି କହିଛନ୍ତି  । 

ଜେ.ପି.ନଡ୍ଡା - ନିର୍ବାଚନରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଲଢ଼ିବା ଏକ ଗଣତାନ୍ତ୍ରିକ ପ୍ରକ୍ରିୟା  । ନିର୍ବାଚନ ଆୟୋଗଙ୍କ ନୀତି ନିୟମ ଅନୁଯାୟୀ ନିର୍ବାଚନ ଲଢ଼ିପାରିବେ  । ଲୋକ ଉତମ ରୂପେ ବୁଝି ପାରନ୍ତି କିଏ ଠିକ୍ - କିଏ ଭୁଲ୍  । ହୁଏତ କିଛି ସମୟ ଲାଗିପାରେ ପରଖିବାକୁ  । ବିଜେପି ତାର ସ୍ପଷ୍ଟ ଆଭିମୂଖ୍ୟ ରଖି ନିର୍ବାଚନ ଲଢ଼ିଥାଏ  । ତେଣୁ ପଶ୍ଚିମବଙ୍ଗରେ ସେ ନିର୍ବାଚନ ଲଢ଼ିବାକୁ ଚାହିଁବ। ଲଢ଼ନ୍ତୁ  ।

ଶାସକ ପ୍ରଶାସକ- ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର କିଛି ବରିଷ୍ଠ  ନେତା ଓ ମନ୍ତ୍ରୀ ବିଜେପିରେ ମିଶୁଛନ୍ତି ?

ଜେ.ପି.ନଡ୍ଡା -ମୁଁ କିଛି ଖାସ୍ ନେତା କିମ୍ବା ମନ୍ତ୍ରୀଙ୍କ କଥା ଏ ପ୍ରସଙ୍ଗରେ କହିପାରିବି ନାହିଁ  । କିନ୍ତୁ ସତ୍ୟ ହେଉଛି ମମତାଙ୍କ ନୀତି ଓ ଆଦର୍ଶ ଉପରେ ତଥା ତୃଣମୂଳର କାର୍ଯ୍ୟଶୈଳୀରେ କେତେକ ନେତା ଅସନ୍ତୁଷ୍ଟ ଓ ଅତିଷ୍ଠ  ହୋଇ ନିଜ ନିଜର ରାସ୍ତା ଖୋଜୁଛନ୍ତି  । 

ଶାସକ ପ୍ରଶାସକ - ରାହୁଲ ଗାନ୍ଧୀଙ୍କ ଉପରେ ବାରାକ୍ ଓବାମା ଦେଇଥିବା ମନ୍ତବ୍ୟକୁ ନେଇ କ'ଣ କହିବେ ?

ଜେ.ପି.ନଡ୍ଡା -ବିଶେଷ ଭାବେ ଏ ପ୍ରସଙ୍ଗରେ ଓବାମା ଏବଂ ସେ ଭଲ ଭାବରେ ଅବଗତ  । ଯାହା କହିବା କଥା କଂଗ୍ରେସ ଦଳ ପକ୍ଷରୁ କହିବା ଦରକାର  । ମୋର ବିଶେଷ କିଛି କହିବାର ନାହିଁ  । ମୁଁ ପ୍ରଥମରୁ କହିଛି ସେ ସିମୀତ ଜ୍ଞାନର ମାଲିକ, ମୌଳିକ ଚିନ୍ତା ଓ ଭାବନା ନାହିଁ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏଥି ପ୍ରତି ତାଙ୍କର ଅନୁଶୋଚନା ନାହିଁ  । 

 

 

0
0
0
s2sdefault