ହେଡଲାଇନସ୍:

ବିଜେଡ଼ି ଓ ବିଜେପି ୯ବର୍ଷ ଏକାଠି ଲୁଟି, ଏବେ କାଦୁଆ ଫିଙ୍ଗାରେ ବ୍ୟସ୍ତ,  ଉଭୟ ଦଳ ଓଡ଼ିଶାର ଶତ୍ରୁ : ଶେଖ ମସ୍ତାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଢେଙ୍କାନାଳ ଜିଲ୍ଲା କଂଗ୍ରେସ  ବିଶାଳ କର୍ମୀ ସମାବେଶ

02-04-18-congress-rahul-gandh.jpg - 110.28 kB

 ବିଜେଡି ଓ ବିଜେପି ଓଡିଶାକୁ ରସାତଳଗାମୀ କରିଛନ୍ତି : ନବ ଦାସ 

କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆମେ ଏକତ୍ରିତ ହୋଇ ବିପ୍ଲବ କରିବାର ସମୟ ଆସିଛି : କେପି 

ଢେଙ୍କାନାଳ : ଢେଙ୍କାନାଳ କଂଗ୍ରେସ କର୍ମୀ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ଉଦ୍ବୋଧନ ଦେଇ ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାରଙ୍କ ବିରୁଦ୍ଧରେ ପଂଚାୟତ ସ୍ତରରୁ ବିଦ୍ରୋହର ସ୍ୱର ତୀବ୍ର ହେବ ବୋଲି କହିଥିଲେ । ପ୍ରଦେଶ କଂଗ୍ରେସ୍ କମିଟି କାର୍ଯ୍ୟକାରୀ ସଭାପତି ତଥା ବିଧାୟକ  ନବ କିଶୋର ଦାସ ଏବଂ ଏ.ଆଇ.ସି.ସି. ସଂପାଦକ ମସ୍ତାନୱାଲିଙ୍କୁ ଢେଙ୍କାନାଳ କଂଗ୍ରେସ କମିଟି ତରଫରୁ କଲେଜ୍ ବାଇପାସ୍ ଠାରୁ ଏକ ବିଶାଳ ମୋଟରସାଇକେଲ୍ ରାଲି ମାଧ୍ୟମରେ ସଭାସ୍ଥଳ ଟାଉନ୍ ହଲ୍କୁ ଭବ୍ୟ ସ୍ୱାଗତ ସହ ଅଣାଯାଇଥିଲା ଏବଂ ରାସ୍ତାରେ ଗାନ୍ଧୀଭବନଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ବାଜି ଚଉକଠାରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ  ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଆବାହକତ୍ୱରେ ହୋଇଥିବା ଏହି କର୍ମୀ ସମାବେଶରେ ଉଦ୍ବୋଧନ ଦେଇ  ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ କହିଥିଲେ ଯେ, ମଜଭୁତ୍ ସଂଗଠନ ସହ ସଂପୃକ୍ତ ଥିବା ନେତା ଓ କର୍ମୀଙ୍କୁ ଦଳର ଅଧିକ ପ୍ରାଧାନ୍ୟ ଦେବ । ବିଜେଡି ଓ ବିଜେପି ଓଡିଶାକୁ ରସାତଳଗାମୀ କରିଛନ୍ତି । ୧୮ ବର୍ଷ ଶାସନରେ ଓଡିଶା ଲୁଣ୍ଠିତ, ଅତ୍ୟାଚାରିତ  ଓ ଉପେକ୍ଷିତ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡିଶାର ଯୁବସମାଜକୁ ପ୍ରତାରିତ କରିଛନ୍ତି । ବର୍ଷକୁ ୧ଲକ୍ଷ ବେକାର ଯୁବକଙ୍କୁ ନିଯୁକ୍ତି ଦେବାକୁ କହି ୧୮ ବର୍ଷରେ ୧ଲକ୍ଷ ନିଯୁକ୍ତି ଦେଇପାରିନାହାଁନ୍ତି । ଅପରପକ୍ଷରେ ନରେନ୍ଦ୍ର ମୋଦିଙ୍କ ‘ପକୋଡା ବିକ୍ରି ବଢିଲେ ନିଯୁକ୍ତି ବଢିବା ପ୍ରସଙ୍ଗ ଯୁବସମାଜକୁ ଉପହାସ କରିଛନ୍ତି । ଦିନକୁ ୬ଟି ମହିଳା ଅତ୍ୟାଚାରିତ ହେଉଛନ୍ତି । ମହାନଦୀ ପାଣିକୁ ଉଭୟ ବିଜେଡି ଓ ବିଜେପି ସରକାର ଛତିଶଗଡରେ ଅଟକାଇଛନ୍ତି । ୧୫ଟି ଜିଲ୍ଲା ମରୁଭିମିରେ ପରିଣତ ହେବ । ଗରିବୀ, ଶିଶୁ ମୃତ୍ୟୁ ଓ ବେକାରୀରେ ଓଡ଼ିଶା ଭାରତରେ ଏକନମ୍ବର ସ୍ଥାନ ପାଇଛି ।

 ପୂର୍ବତନ ପିସିସି ସଭାପତି କାମାକ୍ଷା ପ୍ରସାଦ ସିଂହଦେଓ କହିଲେ କଂଗ୍ରେସ ଓଡିଶା ବିକାଶର ସ୍ୱପ୍ନ ଦେଖେ । ବିଜେଡି ବିଜେପି ଓଡିଶାର ବିନାଶ କରିଛନ୍ତି । କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆମେ ଏକତ୍ରିତ ହୋଇ ବିପ୍ଲବ କରିବାର ସମୟ ଆସିଛି । ଏଆଇସିସି ସମ୍ପାଦକ ଶେଖ ମସ୍ତାନ ଅଲ୍ଲୀ କହିଲେ ଯେ, କଂଗ୍ରେସ ସାଧାରଣ ଲୋକଙ୍କ ପାଇଁ ଲଢେଇ କରେ । ବିଜେଡ଼ି ଓ ବିଜେପି ଏକାଠି ଓଡ଼ିଶାକୁ ୯ବର୍ଷ ଲୁଣ୍ଠନ କରିଛନ୍ତି । ଏବେ ବିଜେଡ଼ି ଓ ବିଜେପି କାଦୁଆ ଫିଙ୍ଗାରେ ବ୍ୟସ୍ତ । ଉଭୟ ଦଳ ଓଡ଼ିଶାର ଶତ୍ରୁ । ଏଆଇସିସି ସଭ୍ୟ ସାନ୍ତନୁ ସାହୁ ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ଏବଂ ସଭାରେ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ବେହେରା, ଶିବାନନ୍ଦ ରାୟ, ସନ୍ତୋଷ ରାଉତ, ସିଦ୍ଧେଶ୍ବରୀ  ମିଶ୍ର, ଶ୍ରୀଧର ସାହୁ, ପୂର୍ଣ୍ଣିମା ଚନ୍ଦ୍ର ସାହୁ, ବାବୁ ଖାଁ, ଦୁଃଶାସନ ନାୟକ, ମମତାଞ୍ଜଳି ବେହେରା, ସୁବାସିନୀ ମହାକୁଡ, ପ୍ରକାଶ କୁଅଁର,  ଛବି ବିଶ୍ୱାଳ, ରହିମ୍ ଖାଁ, ସୁନିଲ୍ ଦାସ, ସୁବାଷ ପାଲ୍, ଗଦାଧର ଜେନା, ବିନୋଦ ମହାରଣା, ମନୋଜ ସାହୁ, ଭବାନୀ ମହାପାତ୍ର, ଦିଲ୍ଲୀପ ନାଥ, ନଗେନ୍ ବିନାୟକ, ଡମ୍ବରୁଧର ସେଠୀ, ରଞ୍ଜନ ନାୟକ, ସର୍ବେଶ୍ୱର ବ୍ରହ୍ମ, ବିମଳ ବେହେରା, ଦିବାକର ନାୟକ, ନକୁଳ ରାଉତ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ସର୍ବଶେଷରେ ସୁରେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault