ହେଡଲାଇନସ୍:

ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ  ଟ୍ରିବ୍ୟୁନାଲକୁ ରାଜ୍ୟ ସରକାର ସଠିକ ତଥ୍ୟ ଓ ସତ୍ୟ ପ୍ରଦାନ କରନ୍ତୁ :ପୃଥ୍ୱୀରାଜ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ମହାନଦୀକୁ ନେଇ ଶାସକ ବିଜୁ ଜନତା ଦଳ ପ୍ରଥମ ଦିନରୁ ରାଜନୀତି କରୁଛି । ନିଜର ଅପାରଗତା କାରଣରୁ ସୃଷ୍ଟି ହୋଇଥିବା ଏହି ସମସ୍ୟାର ସମାଧାନ ପାଇଁ କୈାଣସି ଆନ୍ତରିକତା ମଧ୍ୟ ପ୍ରଦର୍ଶନ କରୁ ନାହାନ୍ତି । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ସର୍ବଦା ଅନ୍ୟ ଉପରେ ଆରୋପ ଲଗାଇ ଖସି ଯିବାକୁ ଅପପ୍ରୟାସ କରିଚାଲିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇଡ୍ରୋଲୋଜିର ଏକ ଅନୁଧ୍ୟାନକାରୀ ଦଳ ଯେତେବେଳେ ମହାନଦୀ ଅବବାହିକାକୁ ଯାଇ ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଥିଲେ, ସେତେବେଳେ ରାଜ୍ୟ ସରକାର କାହିଁକି ସତ୍ୟ ତଥ୍ୟ ପ୍ରଦାନ କରିଲେ ନାହିଁ ? ଆଲୋଚନା କରିବାକୁ କାହିଁକି ପଛଘୁଂଚା ଦେଲେ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ମହାନଦୀ ପ୍ରସଙ୍ଗକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର ଏବଂ ଶାସକ ବିଜେଡି ମହାନଦୀକୁ ନେଇ କେବଳ ରାଜନୀତି କରୁଛନ୍ତି । ବିବାଦର ସମାଧାନ ପାଇଁ ଚିନ୍ତିତ କିମ୍ବା କାର୍ଯ୍ୟରତ ନୁହନ୍ତି ।

ମହାନଦୀ ବିବାଦ କେବଳ ଜଳ ବଂଟନକୁ ନେଇ ସୃଷ୍ଟି ହୋଇଥିବାବେଳେ, ଶାସକ ବିଜେଡି ବନ୍ଧ ନିର୍ମାଣ ପ୍ରସଙ୍ଗକୁ ଉଠାଇ କେବଳ ବିଭ୍ରାନ୍ତ ସୃଷ୍ଟି କରୁଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ଏବଂ ଶାସକ ବିଜେଡିର ଇଚ୍ଛାନୁଯାୟୀ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁ୍ୟନାଲ ଗତ ମାସ ୧୨ ତାରିଖରେ ଗଠିତ ହୋଇସାରିଛି । ଟର୍ମ ଅଫ ରେଫରାନ୍ସ ମଧ୍ୟ ରାଜ୍ୟ ସରକାର ବହୁ ଶୀଘ୍ର ପାଇଯିବେ । ଗଠିତ ଟ୍ରିବୁ୍ୟନାଲ ନିଜ ନ୍ୟାୟିକ ପ୍ରକ୍ରିୟାରେ ଶୁଣାଣି କରିବ । ତେଣୁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଟ୍ରିବ୍ୟୁନାଲ କୁ ସଠିକ ତଥ୍ୟ ଓ ସତ୍ୟ ପ୍ରଦାନ କରନ୍ତୁ । ନଚେତ୍ ରାଜ୍ୟବାସୀ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ହରିଚନ୍ଦନ ମତ ଦେଇଛନ୍ତି ।

0
0
0
s2sdefault