ହେଡଲାଇନସ୍:

୧୫୦ରୁ ଅଧିକ ପରିବାରମାନଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ଲାଇନ ସଂଯୋଗ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

       ପାନୀୟ ଜଳ ଯୋଗାଣ ଜନସମ୍ପର୍କ ମେଳା ଅନୁଷ୍ଠିତ 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ପୌରପରିଷଦର ୱାଡର଼୍ ନଂ ୭ ମଧୁବନ ତଳସାହିରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ଜନ ସମ୍ପର୍କ ମେଳା ସହକାରୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ   ହୋଇଥିଲା । ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ବାରିପଦା ବିଧାୟକ ସାନନ୍ଦ ମାର୍ଣ୍ଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଆନୁଷ୍ଠାନିକ  ଭାବେ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଜନସମ୍ପର୍କ ମେଳା ମାଧ୍ୟମରେ ୭ ନମ୍ବର ୱାର୍ଡରୁ  ବିପିଏଲ ପରିବାରଙ୍କୁ ମାଗଣାରେ ଓ ଏପିଲ ପରିବାରଙ୍କୁ ୩୦୬୭ ଟଙ୍କା ନଗଦ ଜମା ମାଧ୍ୟମରେ ଏହିପରି ମୋଟ ୧୫୦ରୁ ଅଧିକ ପରିବାରମାନଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ଲାଇନ ସଂଯୋଗ ପ୍ରଦାନ କରାଯାଇଥିଲା । ଉକ୍ତ ମେଳାରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ଅନୁରାଧା ସୋରେନ, ଯୁବ ନେତା କପିଲ ଖଣ୍ଡେଲୱାଲ ଓ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଜନସ୍ୱାସ୍ଥ୍ୟ ବିଭାଗକୁ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ବୁଢ଼ାବଳଙ୍ଗ, ଚିପଟ, ଜରାଳୀ, ସରାଳୀ ଆଦି ବିଭିନ୍ନ ନଦୀ ଦ୍ୱାରା ବାରିପଦା ପୌରପରିଷଦ ପରିବେଷ୍ଟିତ ହୋଇଥିବାରୁ ଜଳ ବା ବାରି ପୂର୍ଣ୍ଣ ସ୍ଥାନ ଭାବରେ ବାରିପଦା ସହରର ନାମ କରଣ କରାଯାଇଥିବାର ଅନୁମାନ କରାଯାଉଛି । ମାତ୍ର ଗ୍ରୀଷ୍ମଋତୁ ଆସିଲେ ବାରିପଦା ପୌରପରିଷଦର ବିଭିନ୍ନ ୱାଡର଼୍ରେ ପାନୀୟ ଜଳ ଯୋଗାଣର ସମସ୍ୟା ଦେଖା ଦେଇଥାଏ । ଫଳରେ ସହରବାସୀ ରାଜରାସ୍ତାକୁ ଆନେ୍ଦାଳନ ନିମନ୍ତେ ଉହ୍ଲାଇ ଆସୁଥିଲେ । ପୌରବାସୀଙ୍କର ଏହି ସମସ୍ୟାକୁ ଦୂର କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ୱାଡର଼୍ରେ ନୂତନ ପମ୍ପ ହାଉସ ନିର୍ମାଣ କରାଯାଇଛି । ଏଥି ସହିତ ନୂଆ ଓ ପୁରୁଣା ପମ୍ପ ସହାୟତାରେ ସହରର ପ୍ରତ୍ୟେକ ଘରକୁ ପାଇପ୍ ଲାଇନ ସଂଯୋଗ ଯୋଗାଇ ଦିଆଯାଇ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ଆଜିଠାରୁ ପ୍ରତ୍ୟେକ ୱାଡର଼୍ରେ ପାନୀୟ ଜଳ ଯୋଗାଣ ଜନସମ୍ପର୍କ ମେଳାର ଆୟୋଜନ ମାଧ୍ୟମରେ ପୌରପରିଷଦର ସମସ୍ତ ପରିବାରକୁ ପାଇପ ଲାଇନ ସଂଯୋଗ ଯୋଗାଇ ଦିଆଯାଇ ୱାର୍ଡ ବାସୀ ଙ୍କର ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ରହିଥିବା ସମସ୍ୟାକୁ ଦୂର କରାଯିବାର ଲକ୍ଷ ରଖାଯାଇଛି ବୋଲି ଉପବାଚସ୍ପତି ଶ୍ରୀମାର୍ଣ୍ଡି କହିଛନ୍ତି ।

0
0
0
s2sdefault