ହେଡଲାଇନସ୍:

ବିଜେପୁର ନିର୍ବାଚନ ପାଇଁ ବିଜେପି ମାଗୁଛି ଚାନ୍ଦା, ଚାନ୍ଦା ନଦେଲେ ପେଟ୍ରୋଲ ପମ୍ପକୁ ସିଲ୍‍ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମେନ୍ଦ୍ରଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନ ହେଉ: ବିଜେଡି

ତେଲ ଟାଙ୍କି ଉପରେ ହେଉଛି ଅତର୍କିତ ଚଢ଼ାଉ 

ଆଇଓସିଏଲ୍‍ କର୍ମଚାରୀଙ୍କ ଦ୍ୱାରା ଆକ୍ରୋଶମୂଳକ ଯାଞ୍ଚ 

23-02-18-bijedi.jpg - 932.58 kB

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବିଜେପୁର ଉପ-ନିର୍ବାଚନରେ ପେଟ୍ରୋଲ ପମ୍ପ, ଗ୍ୟାସ୍‍ ଡିଲର ଏବଂ ଛତିଶଗଡ଼ରୁ ଲକ୍ଷାଧିକ ଟଙ୍କା ସଂଗ୍ରହ କରାଯାଇ ବିଜେପୁର ଉପ-ନିର୍ବାଚନରେ ଭୋଟରଙ୍କୁ ଦିଆଯାଉଛି ଏବଂ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଭୋଟ ଦେବା ପାଇଁ ପ୍ରଲୋଭିତ କରାଯାଉଛି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ଦେଇ ବିଜେଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏଥିରେ ଦର୍ଶାଯାଇଛି, ପଦ୍ମପୁରର ଆକାଶ ଅଗ୍ରୱାଲ୍‍ଙ୍କ ଠାରୁ ୪୦.୫୦ଲକ୍ଷ ଏବଂ ଡୁଙ୍ଗୁରିପାଲିର ମାଙ୍ଗିରାମ ଏଣ୍ଡ କୋ ପେଟ୍ରୋଲ ପମ୍ପର କ୍ୟାସିଅର ସୁରୁ ଦଣ୍ଡସେନାଙ୍କ ଠାରୁ ୧୦ଲକ୍ଷ ୨୦ ହଜାର ଟଙ୍କା ପୋଲିସ ଦ୍ୱାରା ନିର୍ବାଚନ ପ୍ରଚାର ଚାଲିଥିଲା ବେଳେ ଜବତ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣାଯାଇଥିଲା । ମାତ୍ର ଏହା ଉପରେ କୌଣସି ଆଖିଦୃଶିଆକାର୍ଯ୍ୟାନୁଷ୍ଠାନ ନିର୍ବାଚନ କମିଶନଙ୍କ ଦ୍ୱାରା ଗ୍ରହଣ କରାଯାଇନାହିଁ । ଅନ୍ୟପଟେ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଆଇଓସିଏଲ୍‍ କର୍ମଚାରୀଙ୍କ ଦ୍ୱାରା ଆକ୍ରୋଶମୂଳକ ଯାଞ୍ଚ କରାଯାଇ ପେଟ୍ରୋଲ ପମ୍ପଗୁଡିକୁ ନିର୍ବାଚନ ପାଇଁ ଅର୍ଥ ଦେବାକୁ ଧମକ ଦିଆଯାଉଛି ଏବଂ ତାହା ନକଲେ ତୁରନ୍ତ ପେଟ୍ରୋଲ ପମ୍ପକୁ ସିଲ୍‍ କରିଦିଆଯାଉଛି । ଏ ସଂପର୍କରେ ବିଜେପୁରର ବିଶ୍ୱ ଜୟ ଜଗନ୍ନାଥ ଫିଲିଙ୍ଗ ସେଷ୍ଟନ୍‍ ପ୍ରୋପାଇଟର୍‍ ଗତିକୃଷ୍ଣ ମିଶ୍ରଙ୍କ ଦ୍ୱାରା ନିର୍ବାଚନ ଅଧିକାରୀଙ୍କ ନିକଟରେ କରାଯାଇଥିବା ଅଭିଯୋଗ ସଂପର୍କରେ ବିଜେଡି ନିର୍ବାଚନ କମିଶନଙ୍କ ଦୃଷ୍ଟି ପୁନର୍ବାର ଆକର୍ଷଣ କରି ଜଣାଇଛି ଯେ ଶ୍ରୀ ପ୍ରଧାନଙ୍କର ଅର୍ଥବଳ ଏବଂ ବାହୁବଳର ପ୍ରୟୋଗ ସବୁ ସୀମା ଟପିଗଲାଣି ଏବଂ ସେ ବିଜେପୁର ନିର୍ବାଚନରେ ନିଜ ମନ୍ତ୍ରାଳୟର କର୍ମଚାରୀମାନଙ୍କ ଦ୍ୱାରା ପେଟ୍ରୋଲ ପମ୍ପ ଏବଂ ଗ୍ୟାସ୍‍ ଡିଲରମାନଙ୍କ ଠାରୁ ନିୟମିତ ଭାବରେ ଅର୍ଥ ଆଦାୟ କରି ସମସ୍ତ ଅର୍ଥ ବିଜେପୁର ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଭାବିତ କରିବା ସହିତ ଧମକ ଚମକ ପୂର୍ଣ୍ଣ ବ୍ୟବହାର ବଜାୟ ରଖିଛନ୍ତି । ଏହା ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନର ପରିପନ୍ଥୀ ନୁହେଁ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।

ବିଜୁ ଜନତା ଦଳ ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ବିଜେଡି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ ଆମେ ପୁନର୍ବାର ଉପରୋକ୍ତ ଅଭିଯୋଗୁଡିକର ତୁରନ୍ତ ତଦନ୍ତ ନିମନ୍ତେ ଦୃଢ଼ ଭାବରେ ଦାବି କରିବା ସହିତ ଶ୍ରୀ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ପାଇଁ ନିବେଦନ କରୁଛୁ ଏବଂ ତାଙ୍କର ସମସ୍ତ କାର୍ଯ୍ୟକଳାପ ଉପରେ ଭିଡିଓ ରେକର୍ଡିଂ ଦ୍ୱାରା ୨୪ ଘଣ୍ଟିଆ ନଜର ରଖାଯାଇ ତାଙ୍କ ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଜନିତ କରାଯାଉଥିବା ସମସ୍ତ ବେନିୟମ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଦୃଢ଼ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ବାଚନ କମିଶନ ନିକଟରେ ଦୃଢ଼ ଭାବରେ ଦାବି କରୁଛୁ । ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ବିଜେଡି ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ସାଧାରଣ ସଂପାଦକ ତଥା ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଡେପୁଟି ମେୟର କେ. ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault