ହେଡଲାଇନସ୍:

ରୋମାଞ୍ଚକର ସ୍ଥିତିରେ କିରଣ-ସ୍ୱାମୀ କଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁଡୁଚେରୀ : ପିଲା କାଲିଠୁ ବଳାଇଗଲାଣି ଏ ରାଜନେତାଙ୍କ କଳି | ଦିଲୀ ପରେ ଏବେ ପୁଡ଼ୁଚେରି , ମୁହାଁମୁହିଁ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ |  ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଣ୍ଟ ଗଭର୍ଣ୍ଣର । ଲେଫଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଭି .ନାରାୟଣସାମୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ରାଜଭବନ ଆଗରେ ଧାରଣାରେ ବସିଛନ୍ତି । ବୁଧବାରଠାରୁ ଏହି ଧାରଣା ଚାଲିଛି । ଲେଫଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ସରକାରଙ୍କ ୩୯ଟି ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ମନାକରିଦେବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଧାରଣାରେ କଂଗ୍ରେସ ଓ ଡିଏମକେ ମଧ୍ୟ ସାମିଲ ହୋଇଛନ୍ତିି । ଏକ ବିବାଦୀୟ ଘଟଣାକ୍ରମରେ ପୁଡୁଚେରୀ ବିଧାନସଭାର ବାଚସ୍ପତି ବି ଧାରଣାସ୍ଥଳକୁ ଆସିଥ#ଲେ । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଧାରଣସ୍ଥଳରେ ହିଁ ମୁଖ୍ୟମନ୍ତ୍ରୀ ନିଜ ଅଫିସ କାମ କରୁଛନ୍ତି । କିରଣ ବେଦୀଙ୍କଠାରୁ ସନ୍ତୋଷଜନକ ଉତ୍ତର ନ ପାଇଲା ଯାଏଁ ଧାରଣସ୍ଥଳରୁ ହଟିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଏଭଳି ଧାରଣାକୁ ବେଆଇନ ବୋଲି କହିଛନ୍ତି କିରଣ ବେଦୀ । ଏ ନେଇ ଲେଫଟନାଣ୍ଟ ଗଭର୍ଣ୍ଣର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଦେଇଛନ୍ତି । ଏଥିରେ କୁହାଯାଇଛି ଆଲୋଚନା ନ କରି ରାଜଭବନ ଆଗରେ ଧାରଣାରେ ବସିବା ଠିକ ନିଷ୍ପତ୍ତି ନୁହେଁ ଓ ଏହା ବେଆଇନ । ଏ ବାବଦରେ ଆସନ୍ତା ୨୧ରେ ଆଲୋଚନା କରିବାକୁ ନାରାୟଣସ୍ୱାମୀଙ୍କୁ ନିମନ୍ତ୍ରଣ କରିଥିଲେ କିରଣ ବେଦୀ । ଦୀର୍ଘଦିନ ଧରି ପୁଡୁଚେରୀରେ ସରକାର-ଲେଫଟନାଣ୍ଟ ଗଭର୍ଣ୍ଣର ମୁହାଁମୁହିଁ ହୋଇଛନ୍ତି । ଏପରିକି କିରଣ ବେଦୀଙ୍କୁ ହଟାଇବା ପାଇଁ ନାରାୟଣସ୍ୱାମୀ ଅନେକ ଦିନ ହେଲା ଦାବି କରିଆସୁଛନ୍ତି ।

0
0
0
s2sdefault