ପ୍ରେମ ଦିବସ ପାଲଟିଲା ସଂହାର ଦିବସ : ରକ୍ତରେ ଭିଜିଲା ବୋରିପୁରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିସ୍ପୋରଣ ଏତେ ଶକ୍ତିଶାଳୀ  ଥିଲା ଯେ, ପ୍ରାୟ ବହୁଦୂର ପର୍ଯ୍ୟନ୍ତ ଶୁଭି ଥିଲା । ବିସ୍ପୋରଣ ପରେ କଳାଧୂଆଁ ସମଗ୍ର ଆକାଶକୁ ଆଚ୍ଛାଦିତ କରି ଥିଲା । ଏହାପରେ ରାସ୍ତାରେ ଲୋକଙ୍କ କାନ୍ଦବୋବାଳି ଶୁଭିଥିଲା । ଏହି ଦଳରେ ସାମିଲ ଥିବା ଅନ୍ୟ ଗାଡ଼ିଗୁଡ଼ିକ ଅଟକିଯାଇ ସେଥିରେ ଥିବା ଯବାନମାନେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଓହ୍ଲାଇବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଯବାନମାନେ ତୁରନ୍ତ ସେମାନଙ୍କ ଉପରକୁ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । 

ବୋରିପୁରା : ଜମ୍ମୁ-ଶ୍ରୀନଗର ଏନ୍ଏଚ ଅବନ୍ତିପୋରା ନିକଟସ୍ଥ ବୋରିପୋରାରେ ଗୁରୁବାର ଦିନ ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନ ସହିଦ ହୋଇଛନ୍ତି । ଜୈସ୍-ଏ-ମହମ୍ମଦର ଆତ୍ମଘାତୀ ବାହିନୀ ଅଫଜଲଗୁରୁ ସ୍କ୍ୱାଡ଼ର ସ୍ଥାନୀୟ ଆତଙ୍କବାଦୀ ଆଦିଲ ଅହମ୍ମଦ ଓରଫ ଓ୍ୱାକାଶ ବିସ୍ପୋରଣରେ ଭର୍ତ୍ତି ହୋଇଥିବା ଏକ ସ୍କର୍ପିଓକୁ ସିଆରପିଏଫ ବାହିନୀ ଦଳରେ ସାମିଲ ଯବାନମାନଙ୍କ ଭର୍ତ୍ତି ଏକ ବସକୁ ଉଡ଼ାଇଦେଇଛି । ଏହି ଶକ୍ତିଶାଳୀ ବିସ୍ପୋରଣରେ ୪୪ ଜଣ ଯବାନ ସହିଦ ହୋଇଥିଲା ବାଳେ ଅନ୍ୟ ୪୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗମ୍ଭୀର ଥିବାରୁ  ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହି ଦଳରେ ସାମିଲ ଅନ୍ୟ ତିନୋଟି ଗାଡ଼ି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ସମସ୍ତ ଆହତ ଯବାନମାନଙ୍କୁ ଚିକିତ୍ସା ନିମନ୍ତେ ବାଦାମୀବାଗ୍ ସେନାଛାଉଣୀ ସ୍ଥିତ ସେନାବାହିନୀର ୯୨ ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସୁରକ୍ଷା ବାହିନୀ ବିସ୍ପୋରଣ ସ୍ଥଳର ଆଖପାଖ ଅଞ୍ଚଳକୁ ଘେରାଉକରି ତଲାସୀ ଅଭିଯାନ ଜାରି ରଖିଛି ।

ବିସ୍ପୋରଣ ପରେ ଅବନ୍ତିପୋରା ଠାରୁ ନେଇ ବିଜବିହଡ଼ା ପର୍ଯ୍ୟନ୍ତ ହାଇେଓ୍ୱରେ ସାଧାରଣ ଯାନବାହାନ ଚଳାଚଳକୁ ବନ୍ଦ କରାଯାଇଛି । ଆତଙ୍କବାଦୀଙ୍କ ଟାର୍ଗେଟ୍ ହୋଇ ଥିବା ଗାଡିଟି ଜମ୍ମୁରୁ ଶ୍ରୀନଗର ଆଡ଼କୁ ଯାଉ ଥିଲା, ଯାହାକି ସିଆରପିଏଫ୍ ବାହିନୀ ଦଳର ଅଂଶ ଥିଲା । ଜମ୍ମୁରୁ ଶ୍ରୀନଗରକୁ ୭୦ଟି ବସରେ ୨୫୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ ଯାଉ ଥିଲେ । ମିିଳି ଥିବା ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ଥିବା ସିଆରପିଏଫ ବସରେ ୩୯ଜଣ ଯବାନ ଯାତ୍ରା କରୁ ଥିଲେ । ବିସ୍ପୋରକ ଭରା କାରଟି ମହିନ୍ଦ୍ରା ସ୍କର୍ପିଓ  ଥିଲା । ବିସ୍ପୋରଣ ଏତେ ଶକ୍ତିଶାଳୀ  ଥିଲା ଯେ, ପ୍ରାୟ ବହୁଦୂର ପର୍ଯ୍ୟନ୍ତ ଶୁଭି ଥିଲା । ବିସ୍ପୋରଣ ପରେ କଳାଧୂଆଁ ସମଗ୍ର ଆକାଶକୁ ଆଚ୍ଛାଦିତ କରି ଥିଲା । ଏହାପରେ ରାସ୍ତାରେ ଲୋକଙ୍କ କାନ୍ଦବୋବାଳି ଶୁଭିଥିଲା । ଏହି ଦଳରେ ସାମିଲ ଥିବା ଅନ୍ୟ ଗାଡ଼ିଗୁଡ଼ିକ ଅଟକିଯାଇ ସେଥିରେ ଥିବା ଯବାନମାନେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଓହ୍ଲାଇବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଯବାନମାନେ ତୁରନ୍ତ ସେମାନଙ୍କ ଉପରକୁ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସେନାବାହିନୀର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ସେଠାରୁ ଖସି ପଳାଇଥିଲେ । ଏଥିରେ ୩୫୦ କିଲୋ ବିସ୍ପୋରକ ଲଦାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଶ୍ରୀନଗର-ଜମ୍ମୁ ହାଇେଓ୍ୱରେ ଭାରତୀୟ ଯବାନ ସବୁବେଳେ ଗତିଶୀଳ ରହୁଥିବାରୁ ଏହି ହାଇେଓ୍ୱକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଥାଏ । ତେଣୁ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର କହିବାନୁସାରେ ବିସ୍ପୋରକ ଭରା କାରଟିକୁ ଅଦିଲ ଅହମ୍ମଦ ନାମକ ଜଣେ ଆତଙ୍କବାଦୀ ଚଳାଉଥିଲା । ୨୦୧୮ରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଏହି ଆତଙ୍କବାଦୀର ସ୍କେଚ ଜାରି କରିଛି ପୋଲିସ ।

 ଘଟଣାପରେ ଯବାନମାନେ ସମଗ୍ର ଅଞ୍ଚଳକୁ ଘେରି ବିସ୍ପୋରଣରେ ନଷ୍ଟ ହୋଇଯାଇଥିବା ବସ୍ରୁ ଆହତ ଓ ମୃତ ଯବାନମାନଙ୍କୁ ବାହାର କରି ହସ୍ପିଟାଲ ପହଞ୍ଚାଇଥିଲେ । ସ୍ଥିତି ଏପରି ଭୟାବହ ଥିଲା ଯେ ବିସ୍ପୋରଣର ଶିକାର ହୋଇଥିବା ବସ୍ରେ ଥିବା ଯବାନମାନଙ୍କ ଅଧିକାଂଶ ନଷ୍ଟ ହୋଇଯାଇଥିଲା । ଆତଙ୍କବାଦୀଙ୍କ ଦ୍ୱାରା ବିସ୍ପୋରଣରେ ବ୍ୟବହୃତ ସ୍କର୍ପିଓର ଚାଳକ ତଥା ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛି । ସିଆରପିଏଫ ଅଥିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଘଟଣାସ୍ଥଳରେ ୧୨ ଜଣ ଯବାନ ସହିଦ ହୋଇଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ହସ୍ପିଟାଲ ନେବା ସମୟରେ ସେମାନେ ରାସ୍ତାରେ ମୃତ୍ୟୁବରଣ କରିଛନ୍ତି । ୨୮ ଜଣ ଯବାନଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୧୦ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ । ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଓରଫ କମାଣ୍ଡୋ ଓରଫ ଓ୍ୱାକାଶ ଦକ୍ଷିଣ କଶ୍ମୀରର ଗୁଣ୍ଡିବାଗ, କାକପୋରା, ପୁଲଓ୍ୱାମାର ବାସିନ୍ଦା । ସେ ଗତବର୍ଷ ଅପ୍ରେଲ ମାସରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା । ୨୧ ବର୍ଷୀୟ ଆଦିଲ ଦଶମ ଶ୍ରେଣୀ ପାସ୍ କରିଥିଲା ଓ ସୁରକ୍ଷା ବାହିନୀ ତାକୁ ସି ଶ୍ରେଣୀର ଆତଙ୍କବାଦୀ ତାଲିକାରେ ରଖିଥିଲେ । ତା'ର ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।

 

0
0
0
s2sdefault