ଦେଶର ୪୦୦ ଜିଲ୍ଲାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଁଚିବ-ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ଭୁୁବନେଶ୍ୱର : ଦେଶର ୪ କୋଟି ଘରେ ବିଦ୍ୟୁତ ପହଁଚାଯାଇଛି । ଦେଶର ୪୦୦ ଜିଲ୍ଲାରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ପହଂଚାଯିବାର ବ୍ୟବସ୍ଥା କରାଯାଇଛି । ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ ହେବ । ଆମେ ଶକ୍ତି ଦିଗରେ ଏକ ବଡ ନେଟଓାର୍କ ଛିଡା କରିପାରିଛୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ଠାରେ ଓଏନ୍ଜିସିର ପ୍ରଥମ ସିଡବ୍ଲ୍ୟୁସି ବୈଠକ ୨୦୧୮-୨୦ ର ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଭାରତ ଶକ୍ତି ସଂରକ୍ଷଣରେ ବିଶ୍ୱର ୩ ନମ୍ବର ସ୍ଥାନରେ ରହିଛି । ଆଗାମୀ ଦିନରେ ମୁଣ୍ଡ ପିଛା ଶକ୍ତି ସଂରକ୍ଷଣ ବୃଦ୍ଧି ପାଇବ । କଳ୍ପନା ନଥିବା ଘରେ ଆଜି ଏଲପିଜି ପହଁଚିପାରିଛି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ୧୩ କୋଟି ଘରେ ଏଲ୍ପିଜି ପହଁଚିଥିବା ବେଳେ ମାତ୍ର ସାଢେ ଚାରିବର୍ଷରେ ତାହା ବୃଦ୍ଧି ପାଇଁ ୨୫ କୋଟିରେ ପହଂଚିଛି । ଶକ୍ତି ବୃଦ୍ଧି ପାଇଛି । ପେଟ୍ରୋଲ ଏବଂ ଡିଜେଲର ଅଭିବୃଦ୍ଧି ୬ ରୁ ୭ ପ୍ରତିଶତରୁ ନିମ୍ନ ସ୍ତରକୁ ଯାଉନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ବଜେଟରେ ଅର୍ଥମନ୍ତ୍ରୀ କହିଲେ ୨୦୦୯ ରୁ ୨୦୧୪ ମଧ୍ୟରେ ଯେତିକି ଯାତ୍ରୀ ବିମାନ ଦ୍ୱାରା ଯାତ୍ରା କରିଛନ୍ତି, ଏହାକୁ ତୁଳନା କରାଗଲେ ୨୦୧୪ ରୁ ୨୦୧୯ ମଧ୍ୟରେ ଦୁଇ ଗୁଣା ଲୋକ ବିମାନ ଯାତ୍ରା କରିଛନ୍ତି । ଏହାର ଅର୍ଥ ହେଉଛି ବିମାନ କ୍ଷେତ୍ରରେ ଇନ୍ଧନର ବ୍ୟବହାର ବଢିବାରେ ଲାଗିଛି । 

ଶ୍ରୀ ପ୍ରଧାନ କହିଛନ୍ତି ପିଆରପି(ପର୍ଫମାନ୍ସ ରିଲେଟେଡ୍ ପେ) କେବଳ କାଗଜରେ ନୁହଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ହେବା ଦରକାର । ଦେଶରେ ନିବେଶ ବଢିଲେ ରୋଜଗାର ବଢିବ, ଯୁବକମାନେ ଚାକିରି ପାଇବେ,ଦେଶର ଅର୍ଥନୀତି ରେ ସୁଧାର ଆସିବ , ବିଦେଶରୁ ଆମଦାନୀ କମ ହେବ ଏବଂ ଦେଶର ଅର୍ଥନୀତି ମଜଭୁତ ହେବ । ଏବେ ଯୁଗ ବଦଳି ଟୋକ୍ନୋଲୋଜିର ସମୟ ଆସିଛି ବୋଲି ସେ କହିଛନ୍ତି ।

ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ୱାନ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଗାମୀ ୨୫-୩୦ ବର୍ଷ ପର୍ଯ୍ୟନ୍ତ ଏହି ଟିମକୁ କାମ କରିବା ଉଚିତ । ଆମେ ଦେଶରେ ରହିଥିବା ସମ୍ବଳକୁ ଉପଯୋଗ କରି ତାର ସୁବିନିଯୋଗ କରିବା କଥା । ଆପଣଙ୍କ ହାତରେ ଅର୍ଥନୈତିକ ବ୍ୟବସ୍ଥାକୁ ବୃଦ୍ଧି କରିବା ସହ ସାମାଜିକ ବ୍ୟବସ୍ଥାକୁ ସଜାଡିବାର ଦାୟିତ୍ୱ ଅଛି । ଦାୟିତ୍ୱ ଆପଣଙ୍କ ହାତରେ । ଆମେରିକା ଯଦି ନୂଆ କୌଶଳ ମାଧ୍ୟମରେ ସବୁକିଛି କରିପାରୁଛି ତେବେ ଆମେ ମଧ୍ୟ ଆମର ଆବଶ୍ୟକତାକୁ ପୂରଣ କରିବା ଦରକାର । ବିଶ୍ୱର ଗରିବଙ୍କ କଲ୍ୟାଣ ହେଉଛି ଓନଜିସିର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault