ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଓଡିଶାର ୬୦ ହଜାର ମହିଳାଙ୍କ ସହ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉଜ୍ଜଳା ଯୋଜନା ରାଜ୍ୟରେ ଆଜି ଏକ ନୂଆ ଅନୁଭବ ତିଆରି କରିପାରିଛି -ଧର୍ମେନ୍ଦ୍ର 

 ମହିଳା ମାନଙ୍କର ରହିଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତବରେ ପରିଣତ କରିଛନ୍ତି-ମେନକା

ନୂଆଦିଲ୍ଲୀ – ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି । ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଁଚିଲାଣୀ । ମୋଦି ସରକାରଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଉଜ୍ଜଳା ଯୋଜନା ଆଜି ଅନ୍ୟଦେଶ ପାଇଁ ମଡେଲ ଭାବେ ଉଭା ହୋଇଛି । ଏହି ଯୋଜନାରେ ମହିଳାଙ୍କ ସମ୍ମାନ, ସ୍ୱାଭିମାନ ଓ ଆତ୍ମ ସମ୍ମାନ ବଢିପାରିବା ସହ ମହିଳା ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ନୂଆଦିଲ୍ଲୀ ଠାରେ ଭିଡିଓ କନଫରେନ୍ସି ଜରିଆରେ ଓଡିଶାର ୨୯ ଟି ଜିଲ୍ଲାରେ ଆୟୋଜିତ ଉଜ୍ଜଳା ସ୍ୱାଭିମାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ମେନକା ଗାନ୍ଧୀ । ସିଧାସଳଖ ଭାବେ ଉଭୟ ମନ୍ତ୍ରୀ ଉଜ୍ଜଳା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏ ଅବସରରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉଜ୍ଜଳା ଯୋଜନା ରାଜ୍ୟରେ ଆଜି ଏକ ନୂଆ ଅନୁଭବ ତିଆରି କରିପାରିଛି । ପୂର୍ବରୁ ଓଡିଶାରେ ମୋଟ ୧ କୋଟି ଘର ମଧ୍ୟରୁ ୨୦ ଲକ୍ଷ ଘରେ ଏଲପିଜି ଥିଲା । କିନ୍ତୁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ହେବା ପରେ ଭାରତବର୍ଷ ଗରୀବ ମା ଓ ଭଉଣାମାନଙ୍କ ପାଇଁ ସ୍ୱଚ୍ଛ  ଇନ୍ଧନ ଦେବାର ବ୍ୟବସ୍ଥା କଲେ ।  ଓଡିଶାରେ ୭୫ ଲକ୍ଷ ପରିବାରରେ ଏବେ ଏଲପିଜି ପହଂଚିଲାଣି । ମୋଦି ସରକାର ସବୁବେଳେ ମହିଳାଙ୍କ ସମ୍ମାନ କଥା ଚିନ୍ତା କରିଛନ୍ତି । ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ଦୀର୍ଘଦିନ ଧରି ହେଉନଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ମିଳିତ ଉଦ୍ୟମ ଯୋଗୁଁ ଅଙ୍ଗନବାଡି କର୍ମୀଙ୍କ ମାସିକ ଦରମା ୧୫୦୦ ଟଙ୍କା ବୃଦ୍ଧି ହୋଇପାରିଲା ବୋଲି ସେ କହିଛନ୍ତି ।

ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଗାନ୍ଧି କହିଛନ୍ତି ଯେ, ଆଜି ଓଡିଶାର ୬୦ ହଜାର ମହିଳାଙ୍କ ସହ କଥାବାର୍ତା ହେବାର ସୁଯୋଗ ମିଳିଥିବାରୁ ସେ ସୌଭାଗ୍ୟ ମନେକରୁଛନ୍ତି । ସେ କହିଛନ୍ତି ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ୧୦୦ ସିଲିଣ୍ଡର ପାଇଁ ୧୦ ହଜାର ଲୋକଙ୍କ ଲାଇନ୍ ଲାଗୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ସେ ପ୍ରଥମେ ଭାରତବର୍ଷର ମା ଓ ଭଉଣୀଙ୍କ ସମସ୍ୟା ବିଷୟରେ ଚିନ୍ତା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକ୍ରମ ବେଟି ବଚାଓ, ବେଟି ପଢାଓ ଆରମ୍ଭ କରିଥିଲେ । ମେ ୨୦୧୬ ରୁ ଏବେ ପର୍ଯ୍ୟନ୍ତ ୯୦ ପ୍ରତିଶତ ଘରେ ସିଲିଣ୍ଡର ପହଂଚିପାରିଛି । ଅନେକ ରାଜ୍ୟ ଭାରତ ସରକାରଙ୍କ ଯୋଜନାକୁ ଗ୍ରହଣ କରୁଥିବା ବେଳେ ଓଡିଶା ନିଜ ଇଚ୍ଛା ଅନୁସାରେ ଭାରତ ସରକାରଙ୍କ କାର୍ଯ୍ୟକ୍ରମକୁ ଗ୍ରହଣ କରୁଛି । ବର୍ତମାନ ଭାରତ ବର୍ଷରେ ୨୦ ପ୍ରତିଶତରୁ ବୃଦ୍ଧି ପାଇଁ ୭୫ ପ୍ରତିଶତ ଘରେ ଗ୍ୟାସ ସିଲିଣ୍ଡର ପହଂଚିପାରିଛି ।

ସେ ଆହୁରି କହିଛନ୍ତି ଆମେ ଓାନ୍ ଷ୍ଟପ୍ ସେଂଟର ତଥା ସଖି  କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ନାରୀଙ୍କ ନିର୍ଯ୍ୟାତନାରୁ ମୁକ୍ତି ତଥା ଅଭିଯୋଗ କରିବା ପାଇଁ ଦେଶର ସାଢେ ୩୦୦ ସଂସଦୀୟ କ୍ଷେତ୍ରରେ ସଖି ସେଂଟର ଖୋଲାଯାଇଛି । ଏହି ସେଂଟର ଦ୍ୱାରା ଜଣେ ମହିଳା ସେଠାକୁ ଯାଇ ମାଗଣାରେ ଓକିଲ, ଡାକ୍ତରଙ୍କ ସୁବିଧା ନେଇ ମାଗଣାରେ ରହିପାରିବେ ।  ମହିଳାଙ୍କୁ ସଠିକ୍ ନ୍ୟାୟ ଦେବା ପାଇଁ ସକ୍ଷୀ ଆରମ୍ଭ ହୋଇଛି । ଶ୍ରୀମତୀ ମେନକା ଗାନ୍ଧି କହିଛନ୍ତି, କାରଖାନା, ଅଫିସ , ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ନିଜ ଶିଶୁଙ୍କ ଦାୟିତ୍ୱ ସହ ସଠିକ୍ ଭରଣପୋଷଣ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଦରମା ସହ ୨୬ ସପ୍ତାହ ଛୁଟି ଦିଆଯାଇଛି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୬ ହଜାର ଟଙ୍କା ଦିଆଯାଇଛି । ୩୮ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ଟଙ୍କା ଦିଆଯାଇଛି । ସେଥିମଧ୍ୟରୁ ଓଡିଶାକୁ ୧୭ କୋଟି ଟଙ୍କା ଦିଆଯାଇଥିବା ବେଳେ ମାତ୍ର ୭ ଜଣ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି । ଦେଶରେ ୨୪ ଲକ୍ଷ ଅଙ୍ଗନବାଡି କର୍ମୀ ଅଛନ୍ତି । ସେମାନେ ତାଙ୍କର ଦରମା ବୃଦ୍ଧି ପାଇଁ ଦିଲ୍ଲୀରେ ଆସି ଧାରଣାରେ ବସନ୍ତି । ତାଙ୍କ ଦରମା ଓ ପ୍ରମୋଶନ ମଧ୍ୟ ବଢୁନଥିଲା । ଏହାବ୍ୟତିତ ଅଙ୍ଗନବାଡିଙ୍କ ଘର ମଧ୍ୟ ନିର୍ମାଣ ହୋଇନଥିଲା । ମାତ୍ର ସାଢେ ୪ ବର୍ଷରେ ଆମେ ଅଙ୍ଗନବାଡି ପାଇଁ ୭ ଲକ୍ଷ ଘର ନିର୍ମାଣ ହେବା ସହ କର୍ମୀଙ୍କ ପାଇଁ ୧୫ ୦୦ ଟଙ୍କା ଦରମା ମଧ୍ୟ ବୃଦ୍ଧି କରାଯାଇଛି । ୧୦ ବର୍ଷ କାମ କରିଥୁିବା ଅଙ୍ଗନବାଡି କର୍ମୀଙ୍କ ପାଇଁ ପ୍ରମୋଶନ ସହ ମାଗଣାରେ ବୀମା ସୁରକ୍ଷା ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି ।

0
0
0
s2sdefault