ରାଜନୀତିର ଶରଶଯ୍ୟା ଶେଷ କରି ବାହୁଡ଼ି ଯାଇଛନ୍ତି ଦେବବ୍ରତ ....ଭାରତୀୟ ରାଜନୀତୀର ପିତାମହ ଭୀଷ୍ମ ଅଟଳ ବିହାରୀ ବାଜପାୟୀ ଜୀ ` | ସମସ୍ତଙ୍କୁ ଶୋକସାଗରରେ ଭସାଇ ସମସ୍ତଙ୍କ ହୃଦୟରେ ଏକ ଅପୁରନୀୟ ରିକ୍ତ ସ୍ଥାନ ସୃଷ୍ଟି କରି ଚାଲିଗଲେ ଆର ପାରିକୁ ..ଅଫେରା ଇଲାକାକୁ | ଭାରତୀୟ ରାଜନୀତିରେ ଦଳମତ ନିର୍ବିଶେଷରେ ଏକ ଶ୍ରଦ୍ଧାସ୍ପଦ ଉଚ୍ଚାରଣ... ଆଦର୍ଶ ରାଜନୀତିର ଯୁଗ ପ୍ରବର୍ତ୍ତକ... ଭାରତୀୟ ରାଜନୀତି ଜଗତର ଜଣେ କିମ୍ବଦନ୍ତୀ ପୁରୁଷ | ପ୍ରବଂଚନାରେ ଭରା ଆଜିର ଶାସକ ମାନଙ୍କ ଠାରୁ ସେ ଥିଲେ ଭିନ୍ନ, ସ୍ପଷ୍ଟବାଦୀ ରାଜନେତା | ରାଜଧର୍ମ ଓ ରାଷ୍ଟ୍ରଧର୍ମ ର ସର୍ବଶ୍ରେଷ୍ଠ ଅନୁପାଳକ | ଲାଗିଲା ଆଜିର ପ୍ରବଞ୍ଚନାପୁରା ରାଜନେତାଙ୍କ ପ୍ରବଞ୍ଚନା ଠାରୁ ନିଜକୁ ଦୁରେଇ ନେବା ପାଇଁ ନିଜ ରରାଜନୀତିକ ସରଶଯ୍ୟାକୁ ଶେଷ କରି ବାହୁଡ଼ି ଯାଇଛନ୍ତି ଭାରତୀୟ ରାଜନୀତିର ପିତାମହ ଭୀଷ୍ମ |
ଏହି ଯୁଗପୁରୁଷଙ୍କ ବିଷୟରେ ଯେତେ ପ୍ରଶଂସା କରାଯିବ ତାହା କମ ରହିବ | ଜଣେ ରାହାଜନେତା ଭାବେ ସେ ଯେପରି ଗ୍ରହଣୀୟ ଥିଲେ , ତାଙ୍କର କାଳଜୟୀ କବିତା ପାଇଁ ସେ ଥିଲେ ବେଶ ପରିଚିତ | ତାଙ୍କଜେ କବିତା କେଉଁଠି ତାଙ୍କ ବ୍ୟକ୍ତିତ୍ୱର ପ୍ରତିଫଳନ ପଲଟ ଯୈତ୍ଜୀଲା ତା କେଉଁଟି ଜୀବନ ବିଷୟରେ ତାଙ୍କର ଆଭିମୁଖ୍ୟ କୁ ଉପସ୍ଥାପିତ କରୁଥିଲା | ୨୦୦୯ରେ ହୁଇଲ ଚେୟାର ଓ ତାପରେ ପରେ ଶଯ୍ୟାଶାୟୀ ପାଲଟିଥିବା ଭାରତୀୟ ରାଜନୀତିର ନୀତିନିଷ୍ଠ ପିତାମହ ଭୀଷ୍ମ ଦୀର୍ଘଦିନ ପରେ ଯେତେବେଳେ ବୁଧବାର ଦିନ ଯେତେବେଳେ ଲାଇଫ ସପୋର୍ଟକୁ ଗଲେ ସେତେବେଳେ ତାଙ୍କୁ ଭଲପାଉଥିବା ପ୍ରତିଟି ମଣିଷର ଛାତିରେ ଛନକା ପଶିଯାଇଥିଲା ଆଉ ଆଶଙ୍କା ବି ଆସିଥିଲା| ଆଉ ଆଜି ଶେଷରେ ଆଶଙ୍କା ସତ୍ୟ ହେଲା | ସମସ୍ତଙ୍କ ଉପରେ ଅଭିମାନ କରି ଅଫେରା ଇଲାକାକୁ ଚାଲିଗଲେ ଭାରତୀୟ ରାଜନୀତିର ଅଜାତ ଶତ୍ରୁ | କେବେ ବି ହାରିବି ନାହିଁ ବୋଲି କହୁଥିଥିବା ଏହି ଅଜାତଶତ୍ରୁ ସତେ ଯେମିତି ଆଜି କାଳର କରାଳ ସ୍ରୋତରେ ଭାସି ଯାଇଛନ୍ତି କେଉଁ ନୂଆ ଏକ କୂଳକୁ , ଆରମ୍ଭ କରିବାକୁ ନୂଆ ଯୁଗ | ଗତ ଜୁନ ୧୧ ତାରିଖରେ ଅସୁସ୍ଥତା ହେତୁ ବାଜପେୟୀ ଜି ଏମ୍ସ୍ରେ ଭର୍ତ୍ତି ହେବା ସହିତ ଗତ ୯ ସପ୍ତାହ ହେବ ସେଠାରେ ଚିକିତ୍ସାଧୀନ ଥିଲେ। ଗତ ୩୬ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖା ଯାଇଥିଲା। ମଧୁମେହରେ ଆକ୍ରାନ୍ତ ବାଜପେୟୀଙ୍କର ୨୦୦୯ରେ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ଗୋଟିଏ କିଡ୍ନି ନଷ୍ଟ ହୋଇଯାଇଥିଲା। ପରେ ସେ ଡିମେନ୍ସିଆରେ ଆକ୍ରାନ୍ତ ହୋଇଥିଲେ ଓ ସେହି ଦିନରୁ ହ୍ଵିଲ ଚେୟାରରେ ବସିବାକୁ ବାଧ୍ୟ ହୋଇଥିଲେ। ଅଟଳ ବିହାରୀ ବାଜପେୟୀ ଥିଲେ ଏପରି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କୁ ରାଜନୈତିକ ବିରୋଧୀମାନେ ମଧ୍ୟ ପସନ୍ଦ କରିବା ସହିତ ପ୍ରଶଂସା କରୁଥିଲେ। ଏହା ସାଂପ୍ରତିକ ଭାରତ ଇତିହାସରେ ବାଜପେୟୀଙ୍କୁ ଜଣେ ବିରଳ ରାଜନେତାର ସ୍ଥାନ ଦେଇଛିି। ନିଜର ଦୀର୍ଘ ରାଜନୈତିକ ଜୀବନରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିଭିନ୍ନ ରାଜନୈିତକ ଦଳର ନେତାଙ୍କ ସହିତ ଆଦର୍ଶଗତ ପାର୍ଥକ୍ୟ ଥିଲା ସତ, ମାତ୍ର କାହା ସହିତ ବ୍ୟକ୍ତିଗତ ବିଦ୍ୱେଷ ନ ଥିଲା। ସେହି ମହାନ ଜନନେତା, ଭାରତୀୟ ଅଣକଂଗ୍ରେସ ରାଜନୀତିରେ ପ୍ରବାଦ ପୁରୁଷ, କବି, ପ୍ରଚଣ୍ଡ ବାଗ୍ମୀ |
ଅଟଳ ବିହାରୀ ବାଜପେୟୀ, ଜଣେ ରାଜନେତା, ଓଜସ୍ୱୀ ବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଭାବେ ପରିଚିତ । ସ୍ଵାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ମୋଟ ସେ ତିନିଥର (୧୯୯୬ରେ ୧୩ ଦିନ, ୧୯୯୮ରୁ୧୯୯୯ ମଧ୍ୟରେ ୧୩ ମାସ,୧୯୯୯ରୁ୨୦୦୪ ପୁରା ୫ ବର୍ଷ) କାର୍ୟ୍ୟଭାର ସମ୍ଭାଳି ଥିଲେ । ବାଜପେୟୀ ଅବିବାହିତ ଅଟନ୍ତି ।ଥ୧ଧଥ୨ଧ ବାଜପେୟୀଙ୍କୁ ଜଣେ ଉଦାରବାଦୀ ନେତା ଭାବେ ବିବେଚିତ କରାଯାଇଥାଏ ।
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବାଜପେୟୀଙ୍କ ପିତା କୃଷ୍ଣବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ । କୃଷ୍ଣବିହାରୀ ଜଣେ କବି ଓ ସେ ନିଜ ଗାଁରେ ଶିକ୍ଷକତା କାର୍ୟ୍ୟ କରୁଥିଲେ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ମହାତ୍ମା ରାମଚନ୍ଦ୍ର ବୀରଙ୍କଦ୍ୱାରା ରଚିତ ଅମର କୃତି ‘ବିଜୟ ପତାକା’ ପଢ଼ି ବାଜପେୟୀଙ୍କ ଜୀବନର ଗତି ବଦଳି ଯାଇଥିଲା । ସେ ସ୍ନାତକ ଡିଗ୍ରୀ ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ପ୍ରାପ୍ତ କରିଥିଲେ । ଛାତ୍ର ଜୀବନରେ ସେ ଆରଏସ୍ଏସ୍ର ସ୍ୱୟଂସେବକ ହୋଇଥିଲେ ଏବଂ ସେବେଠାରୁ ରାଷ୍ଟ୍ରୀୟସ୍ତରୀୟ ତର୍କ ପ୍ରତିଯୋଗିତାରେ ଭାଗ ନେଉଥିଲେ । ସେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।ଥ୩ଧଥ୪ଧ ଏମ୍ଏ ପରେ ପରେ ସେ କାନପୁରରେ ଏଲ୍ଏଲ୍ବି ପଢ଼ା ଆରମ୍ଭ କରିଥିଲେ । ତେବେ ମଝିରୁ ପାଠପଢ଼ା ଛାଡ଼ି ସଂଘ କାର୍ୟ୍ୟରେ ନିଷ୍ଠାର ସହ ଲାଗିଥିଲେ ।
ସେ ଦୀର୍ଘବର୍ଷ ଧରି ରାଷ୍ଟ୍ରଧର୍ମ, ପଞ୍ଚଜନ୍ୟ, ବୀରଅର୍ଜୁନ ଆଦି ରାଷ୍ଟ୍ରୀୟ ଭାବନାରେ ଜଡିତ ପତ୍ର-ପତ୍ରିକାର ସଂପାଦନା କରିଥିଲେ । ବାଜପେୟୀଙ୍କ କାବ୍ୟଗୁଣ ବଂଶାନୁଗତ ଭାବେ ପ୍ରାପ୍ତ ହୋଇଛି । ବିଭିନ୍ନ କବି ସମ୍ମିଳନୀରେ ଯୋଗଦେବା ଅବସରରେ ସେ ପିଲାଦିନୁ କବିତା ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା ଥିଲା ତାଜମହଲ । ତାଙ୍କର ସଂଘର୍ଷମୟ ଜୀବନ, ପରିବର୍ତ୍ତନଶୀଳ ପରିସ୍ଥିତି, ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ, ଜେଲ-ଜୀବନ ଆଦି ତାଙ୍କ କାବ୍ୟ-କବିତାରେ ପ୍ରକାଶ ପାଇଛି । ତାଙ୍କର କବିତା ସଂକଳନ " ମେରି ଇକ୍ୟାବନ କବିତାୟେଁ' (ମୋର ୫୧ଟି କବିତା) ବେଶ୍ ଲୋକପ୍ରିୟତା ହାସଲ କରିଛି । ପ୍ରସିଦ୍ଧ ଫିଲ୍ମ ପ୍ରଯୋଜକ ୟଶ ଚୋପ୍ରା ବାଜପେୟୀଙ୍କ କେତେକ କବିତାକୁ ନେଇ ତିଆରି କରିଛନ୍ତି ଏକ ଆଲବମ "ଅନ୍ତର୍ନାଦ' । ଏଥିରେ କବିତାଗୁଡିକୁ ସଂଗୀତ ରୂପ ଦେଇଛନ୍ତି ଗଜଲ ଗାୟକ ଜଗଜୀତ ସିଂହ । ଲୋକ ସଭାରେ ତାଙ୍କର ବକ୍ତବ୍ୟକୁ ଅମର ବଳିଦାନ ନାମରେ ସଂଗୃହୀତ କରାଯାଇଛି । କ୍ୟା ଖୋୟା କ୍ୟା ପାୟା, ଶ୍ରେଷ୍ଠ କବିତା ଓ ନୟାଦିଶା ପ୍ରଭୃତି କବିତା ଗ୍ରନ୍ଥ ଏବଂ ବିନ୍ଦୁ ବିନ୍ଦୁ ବିଚାର, ନା ଦୈନ୍ୟମଂ ନା ପଳାୟନଂ, ନୈ ଚୁନୌତି ନୟା ଅବସର ପ୍ରଭୃତି ଗଦ୍ୟ ରଚନା କରିଛନ୍ତି ।
ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ । ୧୯୭୫ରେ ଇନ୍ଧିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣାପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା । ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା ।
ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ । ଥ୫ଧ ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା । ୧୯୬୮ରୁ ୧୯୭୩ ପର୍ୟ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ସେ ରାଜନୀତର ପାଠ ପଢ଼ିଥିଲେ ।
୧୯୫୭ରୁ ୨୦୦୯ ପର୍ୟ୍ୟନ୍ତ ସେ ନଅଥର ଲୋକ ସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ ବର୍ଷକୁ ଛାଡିଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି । ଭାରତବର୍ଷରେ ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ, ଚାରୋଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ଲଗାତର ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ୬ଥର ବିଜୟୀ ହୋଇଛନ୍ତି ।
୧୯୫୫ରେ ପ୍ରଥମ କରି ସେ ଲୋକ ସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକ ସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକ ସଭାକୁ ପ୍ରଥମ କରି ଯାଇଥିଲେ । ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଏପରିକି ନେହେରୁ କହିଥିଲେ, ଏହି ଯୁବକଜଣକ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ।ଥ୬ଧ
୧୯୫୯ରୁ ୧୯୭୭ ପର୍ୟ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ । ମୋରାରଜୀ ଦେଶାଇ ସରକାରରେ ସେ ୧୯୭୭ରୁ ୧୯୭୯ ପର୍ୟ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ତାଙ୍କ ବିବୃତି; "ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ; ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ ।
ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହଙ୍କ ପରେ ବାଜପେୟୀ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଦିନ ଦାୟିତ୍ୱ ତୁଲାଇଛନ୍ତି । ୧୯୯୬ରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ । ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ୟ୍ୟ କରିଥିଲେ ।
୧୯୭୯ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ଏବଂ ମୂଳ ଜସସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ-ଏହି ଦ୍ୱୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ୱରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡ଼ଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ । ୧୯୮୦ ଏପ୍ରିଲ ୬ରେ ପ୍ରତିଷ୍ଠା ହୋଇଥିବା ବିଜେପିର ଅଧ୍ୟକ୍ଷ ପଦର ଦାୟିତ୍ୱ ମଧ୍ୟ ବାଜପେୟୀଙ୍କୁ ଅର୍ପଣ କରାଯାଇଥିଲା । ଏହିି ପାର୍ଟି ୧୯୮୪ରେ ମାତ୍ର ୨ଟି ଆସନ ଜିତିଥିଲା ବେଳେ ୧୯୯୬ରେ ୧୬୧ଟି ଆସନ ଲାଭ କରି ସରକାର ଗଢିଥିଲା ଏବଂ ଅଟଳବିହାରୀ ବାଜପେୟୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ରେ ଭାଜପାର ୧୮୨ଟି ଆସନ ସହିତ ୨୪ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲୋ ଜୟଲଳିତା ଗଣତନ୍ତ୍ର ସାମ୍ମୁଖ୍ୟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେବାରୁ ଅଟଳଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥିଲା ଏବଂ ସେତେବେଳେ ଓଡ଼ିଶାରେ ମୁଖମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗ ଲୋକ ସଭା ସଭ୍ୟ ପଦରୁ ଇସ୍ତଫା ଦେଇନଥିବାରୁ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସରକାର ବିରୁଦ୍ଧରେ ଭୋଟ୍ ଦେଇଥିଲେ ।
ସ୍ପଷ୍ଟବାଦୀ ନୀତିନିଷ୍ଠ ରାଜର୍ଷି
ଆଜିକାଲି ଦୁନିଆ କୃତଘ୍ନ | ନିଜଘରର ବା ରାଜନୀତିରେ ନିଜ ଦଳର ଲୋକଙ୍କ ଋଣକୁ ଶୁଝିବା ତା ଦୂର କଥା ତାଙ୍କୁ ପାଦରେ ଦଳି ଦେଇ ସିଡ଼ି ଚଢ଼ୁଥିବା ରାଜନେତାଙ୍କ ଠାରୁ ସେ ଥିଲେ ଭିନ୍ନ | ମତ ଦେବାରେ ସେ ସଥିଲେ ସ୍ପଷ୍ଟବାଦୀ ଆଉ ତାଙ୍କ ତାଜାନୀତି ଥିଲା ବାସ୍ତବିକ ରୁଷି ପ୍ରତିମ | ସେ କେତେ ମହାନ ଗୋଟିଏ ଘଟଣାରୁ ସହଜରେ ବାରି ହୋଇଯିବ | ୧୯୮୮ରେ ବାଜପାୟୀଜିଙ୍କ କିଡନିର ଚିକିତ୍ସା କରିବା ପାଇଁ ଆମେରିକା ଯାଇଥିଲେ ସେତେବେଳେ ଧର୍ମବୀର ଭାରତୀଙ୍କୁ ଲେଖିଥିବା ପତ୍ରରେ ମୃତ୍ୟୁକୁ ଅତିନିକଟରୁ ଦେଖିଥିବା ଅନୁଭବକୁ ସୁନ୍ଦର କବିତାରେ ବର୍ଣନା କରିଥିଲେ | ଆଜି ତାଙ୍କର ପରଲୋକରେ ପୁଣି ମନେ ପଡେ ସେ କବିତା " ମୌତ ସେ ଠନ ଗଇ"
ठन गई!
मौत से ठन गई!
जूझने का मेरा इरादा न था,
मोड़ पर मिलेंगे इसका वादा न था,
रास्ता रोक कर वह खड़ी हो गई,
यूं लगा जिंदगी से बड़ी हो गई।
मौत की उमर क्या है? दो पल भी नहीं,
जिंदगी सिलसिला, आज कल की नहीं।
मैं जी भर जिया, मैं मन से मरूं,
लौटकर आऊंगा, कूच से क्यों डरूं?
तू दबे पांव, चोरी-छिपे से न आ,
सामने वार कर फिर मुझे आजमा।
मौत से बेखबर, जिंदगी का सफ़र,
शाम हर सुरमई, रात बंसी का स्वर।
बात ऐसी नहीं कि कोई ग़म ही नहीं,
दर्द अपने-पराए कुछ कम भी नहीं।
प्यार इतना परायों से मुझको मिला,
न अपनों से बाक़ी हैं कोई गिला।
हर चुनौती से दो हाथ मैंने किए,
आंधियों में जलाए हैं बुझते दिए।
आज झकझोरता तेज़ तूफ़ान है,
नाव भंवरों की बांहों में मेहमान है।
पार पाने का क़ायम मगर हौसला,
देख तेवर तूफ़ां का, तेवरी तन गई।
मौत से ठन गई।
ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ତାଙ୍କୁ କିପରି ଆମେରିକା ଚିକିତ୍ସା ପାଇଁ ପଠାଇ ଥିଲେ ସେ ବିଷୟ ମଧ୍ୟ ସେ ଅନେକାଂଶରେ ସେ ସ୍ପଷ୍ଟ ଭାବେ ସ୍ଵୀକାର କରିଛନ୍ତି | ଧର୍ମବୀରଙ୍କୁ ଲେଖିଥିବା ପାତ୍ରରେ ସେ ଉଲ୍ଲେଖ କରିଥିଲେ ଯେ ଡାକ୍ତରମାନେ ତାଙ୍କୁ ସର୍ଜରୀର ପରାମର୍ଶ ଦେଲେ | ଆଉ ତାଙ୍କ ଚିକିତ୍ସକ କେମିତି ଭଲ ଭାବେ ହେବ ସେଥିପାଇଁ ଜାତିସଂଘ ଯାଉଥିବା ଡେଲିଗେସନରେ ବାଜପେୟୀଜିଙ୍କୁ ସାମିଲ କରିଥିଲେ ରାଜୀବ | ଆଉ ତା ଫଳରେ ବାଜପାୟୀଜିଙ୍କ ଚିକିତ୍ସା ହୋଇପାରିଥିଲା | ଆଉ ରୁଷି ପ୍ରତିମ ବାଜପାୟୀ ଜି ମଧ୍ୟ ରାଜୀବଙ୍କ ସେହି ମହନତାର ପ୍ରଶଂସା ଅନେକ ବାର କରିଛନ୍ତି ଆଉ ସେ ସ୍ଵୀକାର ବି କରିଥିଲେ ଯେ ସେ ରାଜୀବ ଜିଙ୍କ କାରଣରୁ ଜୀବିତ ଅଛନ୍ତି |