ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା ସାହିତ୍ୟ, କଳା ସଂସ୍କୃତିର ସୁରକ୍ଷା ତଥା ସମୃଦ୍ଧି ନିମନ୍ତେ ୨୦୦୩ ଠାରୁ ବାରିପଦାର ବାବା ବୁଢାରାଉଳ ମଠ ନିକଟସ୍ଥ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ସଂଗମ ସ୍ଥଳରେ ପାଳିତ ହୋଇ ଆସୁଥିବା ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ ଚଳିତ ବର୍ଷ ଗତ ଏପ୍ରିଲ୧୪ ତାରିଖ ସଂଧ୍ୟାରେ ଉଦଘାଟିତ ହୋଇ ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଦୂରଦର୍ଶନର ପ୍ରତିନିଧି ବରିଷ୍ଠ ସାମ୍ବାଦିକ ସୌରଭ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ଆର୍ଯ୍ୟନ ଇଣ୍ଟର ନେସନାଲ ସ୍ମାର୍ଟ ସ୍କୁଲର ନିର୍ଦ୍ଦେଶିକା ମୁର୍ଚ୍ଛନା ଦାସ ପଟ୍ଟନାୟକ, ଇଂ ବିଶେଶ୍ୱର ଟୁଡୁ, ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅଧ୍ୟକ୍ଷ ଅବନୀ କୁମାର ପତି, ମିଡିଆ କ୍ରିଏସନର ନିର୍ଦ୍ଦେଶକ ବଳରାମ ବେହେରା ପ୍ରମୁଖ ଉପସ୍ଥିତ ରହି ବର୍ତମାନର ଅବକ୍ଷୟ ମୁଖି ସମାଜରେ ଭାଇଚାରାର ପରମ୍ପରାକୁ ଉଦଯିବିତ ରଖିବା ନିତ୍ୟାନ୍ତ ଜରୁରୀ ହୋଇପଡିଥିବା ପରିପ୍ରେକ୍ଷୀରେ ସମସ୍ତେ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ନିମନ୍ତେ ସଚେତନ ହେବା ଜରୁରୀ ବୋଲି କହିବା ସହିତ ତିନୋଟି ନଦୀର ମିଳନ ସ୍ଥଳରେ ଏଭଳି ସାଂସ୍କୃତିକ ମହୋତ୍ସବ ପାଳନ ବାସ୍ତବରେ ସାରା ଓଡିଶାରେ ନିଆରା ବୋଲି ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବଳାଙ୍ଗୀ ମହୋତ୍ସବର ବାର୍ଷିକ ସ୍ମରଣିକା ଏବଂ ସାଗରିକା ମହାନ୍ତିଙ୍କ ରଚିତ କବିତା ପୁସ୍ତକ ଅତିଥିମାନଙ୍କ କରକୋମଳରେ ଉନୋ୍ମଚିତ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷକ, ସାମ୍ବାଦିକ, ଅବସରପ୍ରାପ୍ତ ବ୍ୟାଙ୍କ ପ୍ରଶିକ୍ଷକ , ଶିକ୍ଷାବିତ, କବୟତ୍ରୀ , ସମାଜସେବୀ , ଝୁମର ବିଶାରଦ, ସାମ୍ବାଦିକ ତଥା କଳାସଂସ୍କୃତି ସଂଗଠକ , ସଙ୍ଗୀତ ନିଦେ୍ର୍ଧଶକ , ଆଇନଜୀବୀ ପ୍ରମୁଖ ପ୍ରତିଭାଙ୍କୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କୃତୀ ଶିକ୍ଷକ ଡଃ ଶଶିଧର ବିଶ୍ୱାଳ ମଂଚ ପରିଚାଳନା କରିଥିବା ବେଳେ ବଳାଙ୍ଗୀ ଟାଲେଣ୍ଟ ହଣ୍ଟର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ମୟୂରଭଞ୍ଜର ପ୍ରସିଦ୍ଧ ଲୋକନୃତ୍ୟ ଝୁମର, ଆଦିବାସୀ ନୃତ୍ୟ, ବିଭିନ୍ନ ସାଂସ୍କୃତିକ ଦଳର ମନୋରମ ନୃତ୍ୟ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଇଂ ପଦ୍ମନାଭ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବଳାଙ୍ଗୀ ମହୋତ୍ସବ କମିଟିର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକଙ୍କ ନେତୃତ୍ୱରେ ବଳାଙ୍ଗୀ ସେନାର ସଭାପତି କୁମାରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ସଂସ୍କୃତି ସୈନିକ ସନତ ବାରିକ, ଦିଲ୍ଲିପ ପାତ୍ର, ରମାକାନ୍ତ ରାଉତ, ଲୋକେଶ୍ୱର ଭଞ୍ଜ, ମନୋରଞ୍ଜନ ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା ସହାୟତା କରିଥିଲେ ।
କଳା ସାହିତ୍ୟ ସଂସ୍କୃତି
ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାର ବେଳ ଆସିଛି ।
- Hits: 1006











