ହେଡଲାଇନସ୍:

ଶ୍ରେଷ୍ଠ  ପାଣ୍ଡୁଲିପି ପ୍ରଯୋଜନା ଓ ଶ୍ରେଷ୍ଠ ନିର୍ଦ୍ଦେଶକ  ନାଟକ - ବାବୁ ଖର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସ୍ତରୀୟ ନାଟବାଦି ଓ ଗୀତି ନାଟ୍ୟ ପ୍ରତିଯୋଗୀତା 

ବଲାଙ୍ଗୀର/Niroj Mishra :  ଆଠ ଦିନ ଧରି ·ଲିଥିବା ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗୀତା ପୁରସ୍କାର ବିତରଣୀ ସହ ଉଦ୍ୟାପିତ ହୋଇଯାଇଛି । ଜନଜୀବନର ଏକ ଜ୍ୱଳନ୍ତ ସମସ୍ୟାକୁ ନେଇ ମଂଚସ୍ଥ ହୋଇଥିବା ନାଟକ “ବାବୁ ଖର୍ଚ୍ଚା”କୁ ମିଳିଛି ଶ୍ରେଷ୍ଠ  ପାଣ୍ଡୁଲିପି, ଶ୍ରେଷ୍ଠ  ପ୍ରଜୋଜନା ଓ ଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର । ଆଜି ସାଇଟ ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗୀତାର ଆଜି ଉଦ୍ୟାପନି ସଭା ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସାଇଟ ସାଂସ୍କୃତିକ ପରିଷଦର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବରିଷ୍ଠ ସାହିତି୍ୟକ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍ଗାତା ଓ ସମ୍ମାନିତ ଅତିଥିଭାବରେ ପଶ୍ଚିମ ଓଡିଶା ନାଟକ ସଂଘର ସଭାପତି ଶ୍ରୀ ବ୍ରଜମୋହନ ମିଶ୍ର ଯୋଗଦେଇ ପଶ୍ଚିମ ଓଡିଶାର ସାହିତ୍ୟ ସଂସ୍କୃତି ସାମାଜୀକ ଜୀବନ ଓ ବି·ର ଧାରା ପରିପ୍ରେକ୍ଷିରେ କୋଶଲି ଭାଷାର ଏତେ ଗୁଡାଏ ନାଟକ ପ୍ରତ୍ୟେକ ବର୍ଷ ମଂଚସ୍ଥ କରିବା, ତାର ପ୍ରକାଶନ  ଓ ଉଚ୍ଚ ମାନର ପୁରସ୍କାର ପ୍ରଦାନ ଏହି ନାଟବାଦୀକୁ  ବହୁଳ ଭାବରେ ଦନାଦୃତ କରିଛି । ଏହା ସହିତ ଲୁପ୍ତ ପ୍ରାୟ ଲୋକକଳା ଗୀତିନାଟ୍ୟର ପୁନରୁଦ୍ଧାର ଏହାର ମହତ୍ୱ ଓ ବିଶେଷତ୍ୱକୁ ବଢ଼ାଇ ଦେଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ ନାଟ୍ୟକାର ପ୍ରଶାନ୍ତ ଖମାରୀ, ନାଟବାଦୀର ଅଧ୍ୟକ୍ଷ ହରିନାରାୟଣ ପଜାରୀ, ସଂଯୋଜକ ପ୍ରହ୍ଲାଦ ଦର୍ଜି ମଂଚାସୀନ ହୋଇଥିଲେ । ଏହି ଅବସରରେ ଚଳିତ ବର୍ଷ ମଂଚସ୍ଥ ହୋଇଥିବା ନାଟକ ସବୁକୁ ନେଇ ପ୍ରକାଶିତ ସ୍ମରଣୀକା “ଚାନ୍ଦଲି -୮” କୁ ଲୋକାର୍ପିତ କରିଥିଲେ ମଂଚାସୀନ ଅତିଥି ମାନେ ।  ସ୍ମରଣୀକାର ସମ୍ପାଦନା ମଣ୍ଡଳୀ ତରଫରୁ ସ୍ମରଣୀକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ସନ୍ଦିପ କୁମାର କୂଅଁର । ଏହି ଅବସରରେ ନାଟବାଦୀର ବି·ରକ ମଣ୍ଡଳି ତଥା ଗୀତିନାଟ୍ୟର ବି·ରକ ମଣ୍ଡଳିଙ୍କୁ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ନାଟ୍ୟକାର ପ୍ରଶାନ୍ତ ଖମାରୀ ସଂଯୋଜନା କରିଥିଲେ । ପ୍ରଥମ ଶ୍ରେଷ୍ଠ  ପ୍ରଯୋଜନା - ବାବୁଖର୍ଚ୍ଚା, ଡ୍ରାମା ଚେତନା, ସୋହେଲା, ବରଗଡ, ଦ୍ୱିତୀୟ ବୈଷ୍ଣବ ଜନତୋ...,ଅଦୃଶ୍ୟ ନାଟ୍ୟ ଆଶ୍ରମ, ସମ୍ବଲପୁର, ତୃତୀୟ ସୀତା ଠାବ, ନାଟ୍ୟ ରଶ୍ମି, ତୁଲଣ୍ଡି, ବରପାଲି କୁ ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ  ପାଣ୍ଡୁଲିପି - ପ୍ରଥମ ବାବୁଖର୍ଚ୍ଚାର ଲେଖକ ଅଶୋକ କୁମାର ବହିଦାର, ଦ୍ୱିତୀୟ ବୈଷ୍ଣବ ଜନତୋ... ଲେଖକ ଅତିଶ କୁମାର ଶତପଥି, ତୃତୀୟ ସୀତାଠାବ ଲେଖକ ଅବିନାଶ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ  ନିର୍ଦ୍ଦେଶକ  ଭାବରେ ବାବୁ ଖର୍ଚ୍ଚା ନାଟକର ନିର୍ଦ୍ଦେଶକ ଡ. ତୁଷାରକାନ୍ତ ସାହୁ, ସୋହେଲା,ଶ୍ରେଷ୍ଠ  ଅଭିନେତା ଭାବରେ ପ୍ରଥମ କ୍ଷୀରୋଦ୍ର ସାହୁ, ଦ୍ୱିତୀୟ ନରେନ୍ଦ୍ର ବେହେରା, ତୃତୀୟ ଅବିନାଶ ମହାପାତ୍ର, ଶ୍ରେଷ୍ଠ  ଅଭିନେତ୍ରୀ ଭାବରେ ପ୍ରଥମ ସୁଶିଳା ନାୟାର, ବରଗଡ, ଦ୍ୱିତୀୟ ଅନୌଷ୍କା ପଲ୍ଲବୀ ହୋତା, ସମ୍ବଲପୁର, ଶ୍ରେଷ୍ଠ  ହାସ୍ୟ ଅଭିନେତା ଭାବରେ ଅଶୋକ କୁମାର ବେହେରା, ବରଗଡ, ଶ୍ରେଷ୍ଠ  ମଂଚ ସଜ୍ଜା ଭାବରେ ସୀତା ଠାବ ନାଟକର ଅବିନାଶ ମହାପାତ୍ର ନାଟକ, ଶ୍ରେଷ୍ଠ  ଶିଶୁକଳାକାର ଭାବରେ ରାଜ ମେହେର, ସମ୍ବଲପୁର, ଶ୍ରେଷ୍ଠ  ଗୀତୀନାଟ୍ୟର ପ୍ରଯୋଜନା ପ୍ରଥମ ହରିଭକ୍ତଗୟାସୁର, ନବରସ କଳା ପରିଷଦ, ବରଗଡ, ଦ୍ୱିତୀୟ ସୀତାହରଣ ଶ୍ରୀରାମ କଳା ପରିଷଦ, ଚନ୍ଦ୍ରପୁର,ବଲାଙ୍ଗୀର, ଲଙ୍କାପୋଡି, ଜୟହନୁମାନ ନାଟ୍ୟ କଳାପରିଷଦ, ଚିକଲବାହାଲ, ଓ ଗୀତିନାଟ୍ୟର ଶ୍ରେଷ୍ଠ  ଅଭିନେତା  ପ୍ରଥମ ସୁରଅ ଧରୁଆ, ଜତି ରାବଣ, ଚନ୍ଦ୍ରପୁର, ଦ୍ୱିତୀୟ ସଂଜୀବ ସାହୁ, ଗୟାସୁର, ବରଗଡ, ତୃତୀୟ ଶତୃଘ୍ନ ବେହେରା, ରାବଣ, ଚିକଲବାହାଲ, ବଲାଙ୍ଗୀର ତଥା ଶ୍ରେଷ୍ଠ ବାଦ୍ୟକଳାକାର ଭାବରେ ପ୍ରଥମ ଭୁବନେଶ୍ୱର ଦାଶ, ଅରଗାନ, ଚିକଲବାହାଲ, ଦ୍ୱିତୀୟ ସଂସାର ବାରିକ, ଅରଗାନ, ବରଗଡ, ତୃତୀୟ ସଚିଦାନନ୍ଦ  ବିଶ୍ୱାଲ, ଅରଗାନ, ଚନ୍ଦ୍ରପୁରକୁ ଟ୍ରଫି, ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସାଇଟ ସାଂସ୍କୃତିକ ପରିଷଦ ତରଫରୁ ନର୍ସିଂ ଛାତ୍ରୀମାନେ ସୁନ୍ଦର ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ । ଶେଷରେ ନାଟବାଦୀର ଆଗାମୀ ଦିନରେ ନାଟୁଆ ଓ ନାଟ୍ୟ ପ୍ରେମୀ ମାନଙ୍କର ସହଯୋଗ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ନାରାୟଣ ପ୍ରସାଦ ମିଶ୍ର । 

0
0
0
s2sdefault