ହେଡଲାଇନସ୍:

ଏନ୍ଆଇଟି ରାଉରକେଲାରେ ବିମୋହିତ କଲା ତୀଜନ ବାଈଙ୍କ ପାଣ୍ଡବାଣୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ଛାତ୍ର ଗତିବିଧି କେନ୍ଦ୍ର ତରଫରୁ ଆଯୋଜିତ ସ୍ଟିକମାକେରେ ପଦ୍ମବିଭୂଷଣ ତଥା ପ୍ରସିଦ୍ଧ ପାଣ୍ଡବାଣୀ ଲୋକକଳାକାର ତୀଜନ ବାଈ ଯୋଗଦେଇଥିଲେ | ଏହି ଅବସରରେ ସେ କହିଥିଲେ ସ୍ଟିକମାକେ ଗୋଟିଏ ଅନନ୍ୟ ପ୍ରୟାସ .| ଏହା ଭାରତର ଲୋକକଳା ତଥା ସଂସ୍କୃତିକୁ ପ୍ରଚାର କରିବାର ଗୋଟିଏ ମାଧ୍ୟମ |. ଏଥିପାଇଁ ମୁଁ ଏନ୍ଆଇଟିର ଛାତ୍ରଛାତ୍ରୀ ତଥା ସ୍ଟିକମାକେ ସୋସାଇଟିକୁ ଧନ୍ୟବାଦ | ସେ କହିଥିଲେେ ଅନେକ ସମୟରେ ମୁଁ ଶୁଣିବାକୁ ପାଏ ଯେ ଲୋକକଳା ବୁଡି ଆସୁଛି | କିନ୍ତୁ ଏହା ସତ୍ୟ ନୁହେଁ . ଏବେ ବି ଲୋକକଳାକୁ ବଞ୍ଚାଇବା ପାଇଁ ମୁଁ ଓ ବହୁ କଳାକାର ଦିନରାତି ପରିଶ୍ରମ କରୁଛନ୍ତି.| ଯେ ଯାଏଁ କଳାକାର ଅଛନ୍ତି ସେ ଯ଼ାଏଁ ଲୋକକଳାବଞ୍ଚିରହିଥିବ . ଏହି ଅବସରରେ ଦ୍ରୋପଦୀ ଚିର ହରଣ ସମେତ ମହାଭାରତ ଯୁଦ୍ଧକୁ ଲୋକଗାଥା ମାଧ୍ୟମରେ ପ୍ରସ୍ତୁତ କରି ତୀଜନ ବାଇ ଓ ତାଙ୍କ  ଟିମ ପ୍ରଶଂସା ସାଉଁଟିଥିଲେ |  .ତାଙ୍କର ପ୍ରସ୍ତୁତି ଶୈଳୀ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା . ଏହି ଅବସରରେ ନିର୍ଦେଶକ ପ୍ରଭାରୀ ପ୍ରୋଫେସର ଜାଫେସ୍ବେରା , ଛାତ୍ର କଲ୍ୟାଣ ଡିନ ସିମାଂଚଳ ପାଣିଗ୍ରାହୀ, କୁଳସଚିବ ପ୍ରଭାରୀ ପ୍ରୋଫେସର ସରୋଜ ଫଟେଲ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ |. ସ୍ଟିକମାକେର ପ୍ରୋଫେସର ଇନଚାର୍ଜ ପ୍ରୋଫେସର ସ୍ମିତା ମହାନ୍ତି  ଓ ତାଙ୍କ ଟିମ୍ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରିଥିଲେ .

 

 

 

 

0
0
0
s2sdefault