ହେଡଲାଇନସ୍:

ତରଙ୍ଗରଙ୍ଗ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ :  ମଞ୍ଚ ନାଟକ ଉପରେ ଆଲୋଚନା ଚକ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣସାହି ବିଜୟ ବ୍ୟାୟାମ ଶାଳା ପରିସରରେ ପ୍ରଗତିଶୀଳ ନାଟ୍ୟ ଅନୁଷ୍ଠାନ ତରଙ୍ଗରଙ୍ଗ ପକ୍ଷରୁ ବିଶ୍ୱ ନାଟ୍ୟଦିବସ ଉପରେ ନାଟୁଆ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ , ନାଟ୍ୟ ନିର୍ଦ୍ଦେଶକ ପ୍ରବୀଣ ପଣ୍ଡା ,କ୍ରିଏଟିଭ୍‍ ଆର୍ଟସର ସଭାପତି ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥି ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ଓଡିଆ ମଞ୍ଚ ନାଟକ ବଞ୍ଚାଇ ରଖିବା ଦିଗରେ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ଅନ୍ୟ ପକ୍ଷରେ ସୃଷ୍ଟି ହୋଇଥିବା ନୁତନ କଳାକାର ମାନଙ୍କୁ ଉପଯୁକ୍ତ ପରିବେଶ ଯୋଗାଇଦେଲେ କଳାକାର ଅଭିନୟ ଓ ମଞ୍ଚ ନାଟକର ବିକାଶହୋଇପାରିବ  । ପାରଳା ମାଟି କଳା, ସାହିତ୍ୟ ସଂସ୍କୃତି ଓ ମଞ୍ଚ ନାଟକ ଓ ମଞ୍ଚ ପ୍ରଭୃତି କ୍ଷେତ୍ରରେ ବିଶେଷ ଅବଦାନ ଥିବା ସହ ଏକ ଭିନ୍ନ ସ୍ୱତନ୍ତ୍ର ବାସ୍ନାର ମହକ ରହିଛି । ଯାହାକି ପାରଳାର ପ୍ରତ୍ୟେକ ସାହି ବସ୍ତିରେ କଳାକାର ମାନେ ଭରି ରହିଛନ୍ତି ।

ମୁଖ୍ୟତଃ ସମାଜକୁ ଏକ ଦିଗ୍‍ଦର୍ଶନ ଓ ସୁବାର୍ତ୍ତା ଦେବା ଭଳି ନାଟକ ରଚନା ହେବା ସହ ମଞ୍ଚସ୍ଥ ହେବା ଆବଶ୍ୟକ । ଅନ୍ୟ ପକ୍ଷରେ ସ୍ମୃତି କିଛି ବଞ୍ଚାଇ ରଖିବା ଏବଂ ପରବର୍ତ୍ତୀ ପିଢୀଙ୍କୁ ବାର୍ତ୍ତା ଦେବା ସହ ସ୍ଥିତ ବଜାଇ ରଖିବା ପାଇଁ ନାଟକ ହିଁ ଏକ ମାତ୍ର ମାଧ୍ୟମ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନାଟ୍ୟକଳାକାର ମାନେ ଯୋଗଦେଇ ସେମାନଙ୍କ ଅନୁଭୁତି କିଛିଟା ଅଭିନୟ ଓ ସଂଳାପ ମାଧ୍ୟମରେ କହିଥିଲେ । ଶିଶୁ ନାଟକ , ଯୁବକଳାକାର , ମହିଳା କଳାକାର, ନାଟ୍ୟକର୍ମଶାଳା ପ୍ରଭୃତି ଉପରେ ବିଶେଷ ଆଲୋଚନା ହୋଇଥିଲା ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଆଦର୍ଶ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବିଶ୍ୱ ନାଟ୍ୟ ଦିବସ ଅବସରରେ କ୍ୟୁବା ଦେଶର ବିଶିଷ୍ଟ ନାଟ୍ୟକାର , ନିର୍ଦ୍ଦେଶକ ଓ ନାଟ୍ୟଗୁରୁ ପ୍ରଫେସର କାର୍ଲସ ସେଲରେନ ପ୍ରେରିତ ବାର୍ତ୍ତା ପାଠ କରିଥିଲେ । ପରିଶେଷରେ ଶୁଭ୍ରାଂଶୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault