ହେଡଲାଇନସ୍:

ରାଜ୍ୟସ୍ତରୀୟ ନାଟବାଦୀ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗିତା ମାର୍ଚ୍ଚ ୨୩ରୁ ୩୧

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଶଳ ଗୌରବ ଭାଷା ସାହିତ୍ୟ ସମ୍ମାନ କୋଶଲି ଭାଗବତ ଅନୁବାଦିକା ଶ୍ରୀମତୀ କମଳିନୀ ପଣ୍ଡା ଓ 

କୋଶଳ ଗୌରବ ନାଟ୍ୟ ସମ୍ମାନ ନାଟ୍ୟକାର ଦୀଲିପ କୁମାର ମହାନ୍ତି ପାଇବେ 

ବଲାଙ୍ଗୀର,- ଚଳିତ ବର୍ଷ ସାଇଟ ସାଂସ୍କୃତିକ ପରିଷଦ, ସଦାଇପାଲିର ଆୟୋଜନରେ ଆସନ୍ତା ୨୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣମଣ୍ଡପ ଠାରେ ଆୟୋଜିତ ହେବ ଅଷ୍ଟମ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗିତା । ଏଥର ନାଟବାଦି ଅବସରରେ ମର୍ଯ୍ୟାଦାଜନକ କୋଶଳ ଗୌରବ ଭାଷା ସାହିତ୍ୟ ସମ୍ମାନ ଲେଖିକା ତଥା କୋଶଲି ଭାଗବତର ଅନୁବାଦିକା ଶ୍ରୀମତୀ କମଳିନୀ ପଣ୍ଡାଙ୍କୁ ଓ କୋଶଳ ଗୌରବ ନାଟ୍ୟ ସମ୍ମାନ ବୌଦ୍ଧର ନାଟ୍ୟକାର ଦୀଲିପ କୁମାର ମହାନ୍ତିଙ୍କୁ ପ୍ରଦାନ କରାଯିବାକୁ ମନୋନିତ କରାଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆଂଚଳିକ ଭାଷାର ୧୫ ଗୋଟି ନାଟକ ନିର୍ବାଚିତ କରାଯାଇ ପ୍ରତିଯୋଗିତା ନିମନ୍ତେ ମଂଚସ୍ଥ କରାଯିବାକୁ ନିଷ୍ପତ୍ତି କରାଯାଇଥିବା ବେଳେ ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଲୀଳା ନାଟକ ପ୍ରତିଯୋଗିତା ଚଳିତ ବର୍ଷ ମଧ୍ୟ ଆଠଟି ଦଳଙ୍କୁ ନେଇ ଆୟୋଜିତ ହେବ ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । 

୨୩ ତାରିଖ ସନ୍ଧ୍ୟାରେ ରାଜ୍ୟସ୍ତରୀୟ ନାଟବାଦୀର ଉଦ୍ଘାଟନ ଉସôବ ସହିତ ନେତାଜୀ ନାଟ୍ୟ ସଂସଦ, ବରପାଲି ଦ୍ୱାରା ପରିବେଶିତ ହେବ ନାଟକ ‘ଲାଲସା’ ଓ ପରେ ପରେ ଭବାନି ଶଙ୍କର କଳାପରିଷଦ, କୁଟେନପାଲି ଦ୍ୱାରା ଲୀଳା ନାଟକ ‘ସୀତାେ·ରୀ’ା ୨୪ ତାରିଖରେ ଶବ୍ଦ ସାଂସ୍କୃତିକ ଅନୁଷ୍ଠାନ , କୁଲୁଥକାନି ସମ୍ବଲପୁରର ନାଟକ ‘ଜାଇଫୁଲ’, ସରସ୍ୱତୀ କଳାନିକେତନ, ନୃସିଂହନାଥର ‘ରାମରାଜ୍ୟ’, ଓ ଶ୍ରୀଜଗନ୍ନାଥ ନାଟ୍ୟ କଳାପରିଷଦ ଠେଲକୋମୁଣ୍ଡାର ‘ଲକ୍ଷ୍ମୀସ୍ୱୟମ୍ବର’ । ୨୫ ତାରିଖରେ ନବରସ କଳା ପରିଷଦ, ବରଗଡ ଦ୍ୱାରା ନାଟକ ‘ମାଁ’, ବୀଣାପାଣି ନାଟ୍ୟ କଳା ସଂସଦ, ସୋନପୁର ଦ୍ୱାରା ‘ଓ ମାଇ ବାପା’, ନବରସ କଳା ପରିଷଦ, ବରଗଡ ଦ୍ୱାରା ‘ହରିଭକ୍ତ ଗୟାସୁର’ ପରିବେଷିତ ହେବ । ୨୬ତାରିଖ ରୂପଶ୍ରୀ କଳାପରିଷଦ, ସିଂହାରୀ, ସୋନପୁର ଦ୍ୱାରା ନାଟକ ‘ଗୁଟେ ଚଁପାରସିଆର କଥାନି’, ଯୁବ ନାଟ୍ୟ କଳାପରିଷଦ, କାଣ୍ଡପାଲି, ବରଗଡ ଦ୍ୱାରା ‘ରିକ୍ସାବାଲା’ ଓ ରାମଜୀ କଳାପରିଷଦ ବରକାନି (ଜରାସିଂହା) ଦ୍ୱାରା ‘ସୀତା ସ୍ୱୟଂବର’ ପରିବେଷିତହେବ । ୨୭ ତାରିଖ କବି ଓ କଲାକାର ସଂଘ, ଡୁଙ୍ଗୁରିପାଲି, ସୋନପୁରର ନାଟକ ‘ଶୁଖା ବେପାର’, ଡ୍ରାମା ଚେତନା, ସୋହେଲା, ବରଗଡର ନାଟକ ‘ବାବୁ ଖର୍ଚ୍ଚା’ ଓ ଶ୍ରୀରାମ ଲୀଳା ନାଟ୍ୟ ପରିଷଦ, ପଣ୍ଡରାଣୀ, ବଲାଙ୍ଗୀରର ଦ୍ୱାରା ‘ମନ୍ଥରାର କୂଟବୁଦ୍ଧି’ ପରିବେଷିତ ହେବ । ୨୮ ତାରିଖ ଦିନ ଅଦୃଶ୍ୟ ନାଟ୍ୟ ଆଶ୍ରମ, ସମ୍ବଲପୁର ଦ୍ୱାରା ନାଟକ‘ବୈଷ୍ଣବ ଜନ ତୋ..’, ବନାଲହ ନାଟ୍ୟ ସଂସଦ, ଗାନ୍ଧୀନଗର, ସୋନପୁର ଦ୍ୱାରା ନାଟକ ‘ନିଜର ବୁଦ୍ଧି ଠାକୁର’ ଓ ଜୟ ଶ୍ରୀରାମ ନାଟ୍ୟ କଳା ସଂସଦ, ଲରମ୍ଭା, ବଲାଙ୍ଗୀର ଦ୍ୱାରା ଲୀଳା ନାଟକ ‘ରାମ ବନବାସ’ । ୨୯ ତାରିଖ ଦିନ ଝରନ୍ କଳା ପରିଷଦ, ସାପଲହର, ବରଗଡ ଦ୍ୱାରା ନାଟକ ‘ଝୁଲ ରେ ହାତୀ ଝୁଲ’, ନାଟ୍ୟରଶ୍ମୀ, ତୁଲଣ୍ଡି, ବରପାଲି ଦ୍ୱାରା ‘ସୀତାଠାବ୍’ ଓ ଶ୍ରୀରାମ କଳାପରିଷଦ, ଚନ୍ଦ୍ରପୁର, ବଲାଙ୍ଗୀର ଦ୍ୱାରା ଲୀଳା ନାଟକ ‘ସୀତା ହରଣ’ । ସେହିପରି ୩୦ ତାରିଖ ଦିନ ଆର୍ଟିଷ୍ଟ ଏସୋସିଏସନ ପରିଚୟ, ସମ୍ବଲପୁର ଦ୍ୱାରା ନାଟକ ‘ଶର୍ମିଷ୍ଠା ’, ସୌଖିନ କଳାକାର ସଂଘ, ବରଗଡର ନାଟକ ‘ପେଟ୍’ ଓ ଜୟ ହନୁମାନ ନାଟ୍ୟ କଳା ପରିଷଦ, ଚିକଲବାହାଲ, ବଲାଙ୍ଗୀର ଦ୍ୱାରା ‘ଲଙ୍କାପୋଡି’ । ୩୧ ତାରିଖ ଦିନ ଉଦ୍ୟାପନୀ ସମାରୋହ ଓ ପୁରସ୍କାର ବିତରଣୀ ସହିତ ଚଳିତ ବର୍ଷର ପ୍ରଦର୍ଶିତ ନାଟକ ମାନଙ୍କୁ ନେଇ ସ୍ମରଣିକା ଚାନ୍ଦଲି - ୮ ଲୋକାର୍ପିତ ହେବ ବୋଲି ନାଟବାଦୀର ଅଧ୍ୟକ୍ଷ ହରିନାରାୟଣ ପୁଜାରୀ ଓ ସଭାପତି ଡ. ଶ୍ରୀକର ମିଶ୍ର ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସାଇଟ ସାଂସ୍କୃତିକ ପରିଷଦର ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର, ନିଦେ୍ର୍ଧଶକ, ଅଧ୍ୟାପକ ପ୍ରଶାନ୍ତ ଖମାରୀ, ସଂଯୋଜକ ପ୍ରହଲ୍ଲାଦ ଦର୍ଜୀ ଉପସ୍ଥିତ ଥିବା ବେଳେ ଆବାହକ ହିମାଂଶୁ ଶେଖର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ । 

0
0
0
s2sdefault