ଆଜି ମୁକ୍ତିଲାଭ କରୁଛି ଦ୍ୱିଭାଷୀ "ମାୟାଦର୍ପଣ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି (ଜୁଲାଇ ୧୫ ତାରିଖ)ରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ । ଉଭୟ ଓଡିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି । ସାରା ଭାରତରେ ୫୦ଟି ପ୍ରେକ୍ଷାଳୟରେ ମାୟାଦର୍ପଣ ମୁକ୍ତିଲାଭ କରୁଛି ।
ମା’ର ସ୍ନେହ ମମତା ତାର ସୁନ୍ଦରତାରେ ନଥାଏ ହୃଦୟ ମଧ୍ୟରେ ଥାଏ । ଏହି ବିଷୟ ବସ୍ତୁକୁ ନେଇ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ପରିବାର ସହ ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି । ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବାବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ନଜର ଆସିଛନ୍ତି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ନେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ରାଜୀବ ମହାନ୍ତି । ରଂଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ, ସଂଳାପ ଓ ଗୀତିକାର ଥିଲାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଳା । ରୂପସଜ୍ଜା କରିଛନ୍ତି ସମ୍ରେଶ ପାଲ ।

0
0
0
s2sdefault