ହେଡଲାଇନସ୍:

ବଜରଙ୍ଗ କ୍ଲବର  ୨୧ତମ ବାର୍ଷିକୋତ୍ସବ ପାଳିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ(ଶାସକ ପ୍ରଶାସକ)-  ବଜରଙ୍ଗ କ୍ଲବ  ତରଫରୁ ପଂଚାୟତ  ହାଇସ୍କୁଲ୍ ପରିସରରେ ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବଜରଙ୍ଗ କ୍ଲବ୍ ଦ୍ୱାରା ଅନୁଷ୍ଠିତ  ହୋଇଥିବା ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ  ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମ ସଭାପତି ଦେବରାଜ ବେହେରା, ସରପଂଚ ବିଜୟ କୁମାର ବେହେରା, ସମିତସଭ୍ୟ ମହେଶ୍ୱର ବେହେରା, ସ୍ୱେଚ୍ଛାସେବୀ ଦିଲ୍ଲୀପ ଶତପଥୀ, ଗଣେଶ ପ୍ରସାଦ ସାହୁ, ସରୋଜ ଚନ୍ଦ୍ର ମହାପାତ୍ର, ପ୍ରଧାନଶିକ୍ଷକ ଲିଙ୍ଗରାଜ ବେହେରା, ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ଇନ୍ଦ୍ରମଣି ବେହେରା, ଢେଙ୍କାନାଳ ବିଜେଡି ଆଇନଜୀବୀ  ସାମୁଖ୍ୟ ସଭାପତି ଗୋପାଳ ପାତ୍ର,  ଢେଙ୍କାନାଳ ବିଜୁ ଜନତା ଦଳର ସଦର ବ୍ଲକ୍ ସଭାପତି ଲଗନ ନାୟକ, ବଜରଙ୍ଗ କ୍ଲବ୍ ସଭାପତି ଜିତେନ୍ଦ୍ର ବେହେରା, ସଂପାଦକ ବିଶ୍ୱଜିତ୍ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ । ସଂଧ୍ୟା ୫ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ  ବିଦ୍ୟାଳୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ବହୁ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ସାଂସଦ ମହେଶ ସାହୁ ସ୍କୁଲର  ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ କଙ୍କଡାହାଡ ଗ୍ରାମର ସୁଯୋଗ୍ୟ ସନ୍ତାନ ଶ୍ରୀମାନ୍ ଜିତ୍ ପ୍ରମିତ୍ ପ୍ରଧାନ ନୃତ୍ୟ ପାଇଁ, ମଳୟ କୁମାର ବିନ୍ଧାଣୀ, ମନୋଜ କୁମାର ସାହୁ, ଦିଲ୍ଲୀପ କୁମାର ଶତପଥୀ ସ୍ୱେଚ୍ଛାସେବୀ ଭାବେ,  ନରେନ୍ଦ୍ର ନାୟକ ଗୋ ସେବା ପାଇଁ, ବିଦ୍ୟାଧର ସାହୁ ସେବା ପାଇଁ ଓ ସଚ୍ଚିଦାନନ୍ଦ ସାହୁ ଫୁଟବଲ ପ୍ରଶିକ୍ଷକ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜନସମାଗମ ହୋଇଥିଲେ ଏବଂ କ୍ଲବର  ଶତାଧିକ ସଦସ୍ୟ ସହଯୋଗ କରିଥିଲେ ।

0
0
0
s2sdefault