ହେଡଲାଇନସ୍:

ଆଇବିସିଏସରେ “ଉତମ ଶୈଳୀ, ଉତମ ଜୀବନ”ଉପରେ ଏକ ଆଲୋଚନା ଚକ୍ର  : ଯୋଗ ମାନସିକ ଚାପକୁ ଦୂରେଇଥାଏ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁଟର ଷ୍ଟଡିଜରେ ଗୁରୁବାର ଦିନ “ଉତମ ଶୈଳୀ, ଉତମ ଜୀବନ”ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ  ହୋଇଯାଇଛି । ଏହି ଆଲୋଚନାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ମୁଖ୍ୟ ଶ୍ରୀମତି ବିଜୟଲକ୍ଷ୍ମୀ ମହାନ୍ତି ଯୋଗ ଦେଇ ଶାରୀରିକ ପରିଶ୍ରମ, ଯୋଗ ଓ ବ୍ୟାୟାମ ମଣିଷର ମାନସିକ ଚାପକୁ ଦୂରେଇଥାଏ ବୋଲି କହିଛନ୍ତି । 

ସୋଆ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବୁ୍ୟରୋ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀମତି ମହାନ୍ତି କହିଥିଲେ ଯେ ଯୋଗ ଦ୍ୱାରା ପ୍ରତ୍ୟେକେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଥାନ୍ତି । ବୈଷୟିକ ଶିକ୍ଷା କ୍ଷେତ୍ରରେ ହେଉ ବା ସରକାରୀ କାର୍ଯ୍ୟକ୍ଷେତ୍ରରେ ହେଉ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ହସିବା, ଚାଲିବା, ଗୀତ ଗାଇବା, ସାଧନା କରିବା, ସମୟ ସହ ନିଜ ଜୀବନ ପ୍ରତି ଆଲୋକପାତ କରିବା, ସେବା କରିବା ଓ ବିଶ୍ୱାସ କରିବା ଦ୍ୱାରା ହିଁ ଜୀବନରେ ସର୍ବଦା ଖୁସିରେ ରହିପାରିବେ ଓ ଶାନ୍ତି ମଧ୍ୟ ପାଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କିଛି ସହଜ ଓ ସରଳ ଯୋଗ ଶିଖାଇଥିଲେ । 

ଏହି କାର୍ଯ୍ୟକ୍ରମରେ ଆଇବିସିଏସ୍ ଡିନ୍ ପ୍ରଫେସର୍ ଅନୁପ କୁମାର ସାମନ୍ତରାୟ ଯୋଗ ଦେଇ କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି କ୍ରୋଧ, ମାନସିକ ଚାପ ଓ ଆବେଗକୁ ନିୟନ୍ତ୍ରଣ କରିପାରିଲେ ଏକ ଉତମ ଜୀବନ କାଟିପାରିବେ । ସେହିପରି ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର୍ ହରିଶ ଚନ୍ଦ୍ର ଦାସ ଯୋଗ ଦେଇ କହିଥିଲେ ଯେ ପ୍ରତିଦିନ ପରିବେଶକୁ ପରିଷ୍କାର କରିବା, ନିତିଦିନିଆ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିବା, ପୁଷ୍ଟିକର ଖାଦ୍ୟ ଖାଇବା, ଯୋଗ କରିବା, ବିଶ୍ରାମ କରିବା ଓ ନିଶା ଠାରୁ ଦୂରେଇ ରହିବା ଦ୍ୱାରା ମନ ଓ ଶରୀର ସୁସ୍ଥ ରହିପାରିବ । ଏନ୍ଏସ୍ଏସ୍ ବ୍ୟୁରୋ ସଂଯୋଜକ ଡ. ନଚିକେତା ଶର୍ମା ଯୋଗ ଦେଇ ସନ୍ତୁଳିତ ଜୀବନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅତିରିକ୍ତ ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗର ପ୍ରାଧାନ୍ୟ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇବିସିଏସ୍ର ନୋଡାଲ୍ ଅଫିସର୍ ପ୍ରଫେସର୍ ରିତା ପୃଷ୍ଟି ପରିଚାଳନା କରିଥିଲେ । 

 

0
0
0
s2sdefault