ଆଶ୍ୱିନ ମଳମାସ ପାଳନର ସ୍ୱାତନ୍ତ୍ର୍ୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ

କନ୍ୟା ମାସ ଦି୩ନ ସେପ୍ଟେମ୍ବର ୧୭ ତାରିଖ ଦିବା ଘ୧୨.୫୪ମିନିଟ୍ ଠାରୁ ଆଶ୍ୱିନ ମଳମାସ ତଥା ପୁରୁଷୋତ୍ତମ ମାସ ଆରମ୍ଭ ହେଇଛି । ଉକ୍ତ ମଳ ଶୁକ୍ଳପକ୍ଷରେ ଜାତ ଶିଶୁର ସ୍ୱନକ୍ଷତ୍ର ପୂଜା ଆଗାମୀ ବର୍ଷମାନଙ୍କରେ ଆଶ୍ୱିନ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେବ । ମୃତବ୍ୟକ୍ତିଙ୍କ  ବାର୍ଷିକ ଶ୍ରାଦ୍ଧ ସେହିପରି  ଶୁକ୍ଳପକ୍ଷରେ କରାଯିବ । ଠିକ୍ ସେହିପରି ମଳକୃଷ୍ଣପକ୍ଷରେ ଜାତ ଶିଶୁର ପୂଜା ଓ ଶ୍ରାଦ୍ଧ ଆଗାମୀ ବର୍ଷର ଆଶ୍ୱିନ କୃଷ୍ଣପକ୍ଷରେ କରାଯିବ । ମାତ୍ର ଯେଉଁବର୍ଷ ପୁନଶ୍ଚ ଆଶ୍ୱିନ ମଳମାସ ହେବ ସେତେବେଳ ମଳମାସରେ ଉକ୍ତ କର୍ମ କରଣୀୟ । ଏହା ବିଧିସମ୍ମତ ।

ଯେଉଁ ସୌରମାସ ମଧ୍ୟରେ ଦୁଇଟି ଅମାବାସ୍ୟା ସହିତ ପରବର୍ତୀ ପ୍ରତିପଦା ତିଥି ପଡେ଼ ସେହି ମାସ ମଳମାସ ହୁଏ । ପ୍ରତ୍ୟେକ ସୌରବର୍ଷର ଦିନ ସଂଖ୍ୟାରୁ ଚାନ୍ଦ୍ରବର୍ଷର ଦିନ ସଂଖ୍ୟା ପ୍ରାୟ ୧୧ଦିନ ଊଣା । ଅନ୍ତତଃ ଦୁଇବର୍ଷ ଆଠମାସ ୧୬ଦିନ ୪ଦଣ୍ଡ ଅନ୍ତରରେ ମଳମାସ ପଡ଼ିଥାଏ । ସେଥିରେ କାମ୍ୟକର୍ମ ବା ନିଷେଧ । ଯେମିତିକି ବିବାହ, ବ୍ରତୋପନୟନ, ପ୍ରତିଷ୍ଠାଦି କର୍ମମାନ ହୁଏ ନାହିଁ । କାରଣ ଅଧିମାସ ସମୟରେ ୬୦ଦିନରେ ଏକ ଚାନ୍ଦ୍ରମାସ ହୁଏ । ଯେଉଁବର୍ଷ ୧ବର୍ଷ ମଧ୍ୟରେ ୨ଟି ଅସଂକ୍ରାନ୍ତିକ ମାସ ପଡେ଼ ତାହାର ପ୍ରଥମାର୍ଦ୍ଧଟିକୁ ସଂସର୍ପ କୁହାଯାଏ । ଯେମିତିକି ବର୍ତମାନ ଆଶ୍ୱିନ କୃଷ୍ଣପକ୍ଷ କୁ ପିତୃପକ୍ଷ ଭାବେ ପାଳନ କରାଯାଉଛି । ଏବଂ ମହାଳୟା ବା ଆଶ୍ୱିନ କୃଷ୍ଣଅମାବାସ୍ୟା ସେପ୍ଟେମ୍ବର ୧୭ତାରିକ ଗୁରୁବାର ପର୍ଯ୍ୟନ୍ତ ସଂସର୍ପ ପକ୍ଷ ଭାବେ ଗ୍ରହଣ କରାଯାଇଥାଏ ।

ଯେଉଁ ଚାନ୍ଦ୍ରମାସରେ ଦୁଇଟି ସଂକ୍ରାନ୍ତି ପଡେ଼ ତାହା ଅହଂସ୍ପତି ନାମରେ ଖ୍ୟାତ ଅଟେ । ଯେମିତିକି ବର୍ତମାନ ଆଶ୍ୱିନ କୃଷ୍ଣପକ୍ଷ ଚତୁର୍ଦ୍ଧଶୀ କନ୍ୟାମାସ ଦି୧ନ କନ୍ୟା ସଂକ୍ରମଣ ଆରମ୍ଭ ବା କନ୍ୟା ମାସର ବିଷ୍ଣୁପଦୀ ସଂକ୍ରାନ୍ତୀ ପତିତ ହେଉଛି । ଦ୍ୱିତୀୟ ସଂକ୍ରାନ୍ତୀ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିିପଦା ତୁଳା ସଂକ୍ରାନ୍ତୀ ବା ଗର୍ଭଣା ସଂକ୍ରାନ୍ତୀ ପତିତ ହେବ । ତେଣୁ ମଳମାସ ହେତୁ ଦୁଇମାସ ବା ୬୦ଦିନ ଚାନ୍ଦ୍ରମାସ ପାଳନ ହେତୁ ଦୁଇସଂକ୍ରାନ୍ତୀ  ହେତୁ ଉକ୍ତ ବର୍ଷ ଅହଂସ୍ପତି ପଡ଼ିବ ।

ଏହି ସଂସର୍ପ ଓ ଅହଂସ୍ପତି ଓ ଅଧିମାସରେ କାମ୍ୟକର୍ମ ବର୍ଜନୀୟ । ମଳମାସ ହେଲେ ରୋଗାଦି ଜନିତ ଔଷଧାଦି କରଣୀୟ କର୍ମ କୃଷିକର୍ମ ଗ୍ରହଣ ଜନିତ ସ୍ନାନାଦି କର୍ମ, ମଳବିହିତ ଦଶସ୍ରାଦ୍ଧାଦି କର୍ମ କରଣୀୟ । ଏହା ବାଦ୍ ଅନ୍ୟାନ୍ୟ କାମ୍ୟକର୍ମ ବର୍ଜନୀୟ ।

ପିତୃ ପୁରୁଷଙ୍କର ଏକୋଦ୍ଧିଷ୍ଟ ଓ ସାମ୍ବତ୍ସରିକ ଶ୍ରାଦ୍ଧ ହେବନାହିଁ । ମାତ୍ର ମଳମାସରେ ମୃତବ୍ୟକ୍ତିଙ୍କ ପକ୍ଷେ ନିମିତ କର୍ମ ତିଥିଯୁକ୍ତ ଶ୍ରାଦ୍ଧ ବା ଦ୍ୱାଦଶାହ ଶ୍ରାଦ୍ଧ କରାଯିବ ।

ଯଦ୍ୟପି ଅଶ୍ୱିନ ମଳମାସ ହୁଏ ତେବେ ପୂର୍ବରୁ ଘଟିଥିବା ଆଶ୍ୱିନ କୃଷ୍ଣପକ୍ଷରେ ମହାଳୟା ବିଧିରେ ଶ୍ରାଦ୍ଧତର୍ପଣ କାର୍ଯ୍ୟ କରାଯିବ । କୌଣସୀ ଶୁଭକାର୍ଯ୍ୟ ମଳମାସରେ ଆରମ୍ଭ କିମ୍ବା ଶେଷ କରିବ ନାହିଁ । କିନ୍ତୁ ଯେଉଁ କାର୍ଯ୍ୟ ମଳମାସ ପୂର୍ବରୁ ଆରମ୍ଭ ହୋଇଥିବ ଓ ଅତ୍ୟାବଶ୍ୟକ ନିତ୍ୟ କର୍ମମାନ ମଳମାସରେ କରାଯାଇପାରିବ । ଯଜ୍ଞ ବ୍ରତାଦି କର୍ମାରମ୍ଭ ବା କର୍ମ ସମାପ୍ତ ମଳମାସରେ କରିହୁଏ ନାହିଁ । ହୋମାଗ୍ନି ଚାନ୍ଦ୍ରାୟଣ ବ୍ରତ, ବିଶ୍ୱଦେବ ପୂଜା ଓ ମହାଳୟା ଶ୍ରାଦ୍ଧ ମଳମାସ ମଧ୍ୟରେ ନିଷେଧ । 

ଜାଣିରଖିବା ଉଚିତ୍ କନ୍ୟା, ତୁଳା, ବିଛା, ଧନୁ, ମକର ଓ କୁମ୍ଭାଦି ସୌରମାସ ମଳମାସ ହୁଏନାହିଁ । 

ଚନ୍ଦ୍ରଗ୍ରହଣ ଓ ସୂର୍ଯେ୍ୟାପରାଗ ପକ୍ଷେ ଶ୍ରାଦ୍ଧାଦି କର୍ମ କର୍ତବ୍ୟ । ଶିଶୁ ଜନ୍ମ ହେଲେ ଜାତକର୍ମ ଆଦି ସଂସ୍କାର କର୍ମ କରଣୀୟ । ମଳମାସରେ ତ୍ରୈପାକ୍ଷିକ ଶ୍ରାଦ୍ଧ, ସାମ୍ବତ୍ସରିକ ଶ୍ରାଦ୍ଧ ମୃତବ୍ୟକ୍ତିଙ୍କ ପକ୍ଷେ ହେଲେ ତାହାର କାର୍ଯ୍ୟ କରଣୀୟ ।  ଅଧିମାସରେ ଗୟାଶ୍ରାଦ୍ଧ, ସିଂହ ବୃହସ୍ପତି ଜନିତ ଗୋଦାବରୀ ଶ୍ରାଦ୍ଧ କରଣୀୟ । ନାମକରଣ, ପୁଂସବନ, ସୀମାନ୍ତୋନ୍ନୟନ, ଜାତକର୍ମ, ନବଶ୍ରାଦ୍ଧ ଆଦି ମଳମାସରେ କରାଯିବ ।

କାର୍ତିକ ମାର୍ଗଶିର ପୌଷ ଏହି ତିନିମାସ କ୍ଷୟମାସ ହୁଏ । ଯେଉଁ ବର୍ଷ କ୍ଷୟମାସ ହୁଏ ତାହା ପୂର୍ବ ଓ ପରଭାଗରେ ମାସ ଦୁଇଟି ମଳମାସ ହୁଏ । ସେହି ବର୍ଷଟି ୧୩ମାସ ହୋଇଥାଏ । 

                                                                                                                                                                                                                 ଭୃଗୁ ଜ୍ୟୋତିଷ- ୯୪୩୭୨୩୧୩୯୭

0
0
0
s2sdefault