ପ୍ରାୟ ୬୧ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ହେର୍ ଫେର୍: ଅଡିଟ ରିପୋର୍ଟ
ଜଗତସିଂହପୁର,(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାଲିଥିବା ମଧ୍ୟାହ୍ନ ଭୋଜନ(ଏମ୍ ଡି ଏମ୍)ରେ ମହା ଘୋଟଲା ହୋଇଥିବା ଅଡିଟି ରିପୋର୍ଟରୁ ଜଣାପଡିଛି। ତା.୦୧.୦୪.୨୦୧୫ରିଖ ଠାରୁ ତା ୩୧.୧୦.୨୦୧୭ରିଖ ପର୍ଯ୍ୟନ୍ତ ଅଡିଟି ରିପୋର୍ଟରେ ପାଖା ପାଖି ୬୧ ଲକ୍ଷ ତଥା ୬୦ଲକ୍ଷ ୯୩ହଜାର ୩୭୩ଟଙ୍କାର ଚାଉଳ ଉଭାନ ହୋଇ ଯାଇଥିବା ଅଡିଟ୍ ରେ ଜଣାପଡିଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ଚାଲିଥିବା ୧୪୭୧ଟି ବିଦ୍ୟାଳୟ ମଧ୍ୟରୁ ବାଲିକୁଦା, ବିରିଡି, ଜଗତସିଂହପୁର, ନାଉଗାଁ ଓ ରଘୁନାଥପୁର ବ୍ଲକର ୬୩ଟି ଏମ୍.ଡି.ଏମ୍ ଚାଲିଥିବା ବିଦ୍ୟାଳୟର ରେକର୍ଡ ଯାଂଚରେ ୯୧୩.୧୦ କୁଇଂଟାଲ ଚାଉଳର ହିସାବ ନଥିବା ଜଣାଯାଇଛି । ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ, ସମ୍ପୃକ୍ତ ୫ଟି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ଚିଠି ନଂ. ୬୪୫୭/ ତା୨୨.୦୬.୨୦୧୯ରେ ହିସାବ ନଥିବା ଚାଉଳ ବାବଦରେ ସମ୍ପୃକ୍ତ ୬୩ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କି.ଗ୍ରା ପିଛା ୨୮ଟଙ୍କା ୩୬ ପଇସା ହିସାବରେ ଡିଷ୍ଟିକ୍ ଏମ୍ଡିଏମ୍ ବ୍ୟାଙ୍କ ଆକାଉଂଟ ନଂ ୧୦୪୧୧୦୪୦୦୦୦୦୮୮୩୯ ତୁରନ୍ତ ଜମା କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ୬୩ଟି ବିଦ୍ୟାଳୟ ମଧ୍ୟରୁ କୌଣସି ବିଦ୍ୟାଳୟ ପକ୍ଷରୁ ଡେଫିସିଟି ଚାଉଳର ମୂଲ୍ୟ ଜମା ହୋଇ ନଥିବା ଜଣାଯାଇଛି । ଅଡିଟିରୁ ଏମଡିଏମ ଚାଉଳ ଡେପସିଟି ଥିବା ସମ୍ପୃକ୍ତ ୫ଟି ବ୍ଲକର ୬୩ଟି ବିଦ୍ୟାଳୟ ଗୁଡିକ ହେଲା, ଦବଣିଖିଆ ପ୍ରାଇମେରୀ ସ୍କୁଲରେ ୨୩୦କେଜି, ଜାମୁଗାଁ ପ୍ରାଇମେରୀ ସ୍କୁଲରେ ୨୯୦କିଗ୍ରା, ଗୋପବାନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୮୮କେଗ୍ରା, ତିରୁଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫କିଗ୍ରା, ତିରୁଣା ପ୍ରାଇମେରି ସ୍କୁଲ୯୩କିଗ୍ରା, ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟରେ ୪୨୧କିଗ୍ରା, ବିଚିତ୍ରା ନୋଡାଲ ୟୁପି ସ୍କୁଲରେ ୨୦୫କିଗ୍ରା, ନୟାସିଙ୍ଗଡା ପ୍ରାଇମେରି ସ୍କୁଲରେ ୯୦କିଗ୍ରା, ଚକୁଳିପଡା ପ୍ରାଇମେରୀ ସ୍କୁଲରେ ୧୫୮କିଗ୍ରା, ଉର ପ୍ରାଇମେରୀ ସ୍କୁଲରେ ୫୮କିଗ୍ରା, ଓଷକଣା ୟୁପି ସ୍କୁଲରେ ୬୨କିଗ୍ରା, ହରେକୃଷ୍ଣ ୟୁପି ସ୍କୁଲରେ ୪୧କିଗ୍ରା, ସୁଧାକର ପ୍ରାଇମେରୀ ସ୍କୁଲରେ ୫୩କିଗ୍ରା, ହରିଶପୁର ପ୍ରାଇମେରୀ ସ୍କୁଲରେ ୧୧୨କିଗ୍ରା, କୋରୁଅ ପ୍ରାଇମେରୀ ସ୍କୁଲରେ ୯୯୫କିଗ୍ରା, ପି.କେ.ସରକାରୀ ୟୁପି ସ୍କୁଲରେ ୧୨୫୪କିଗ୍ରା, ଶୁଆକଣ ପ୍ରାଇମେରୀ ସ୍କୁଲରେ ୭୩କିଗ୍ରା, କଣ୍ଟୁଣିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୧୬୩୭କିଗ୍ରା, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ-ଗାରୋଇରେ ୧୧୮୫କିଗ୍ରା, କଣୁ୍ଟଣିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୪୫୨କିଗ୍ରା, ମଧୁପୁର ସରକାରୀ ପ୍ରାଇମେରୀ ବିଦ୍ୟାଳରେ ୪୧କିଗ୍ରା, ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ୧୫୦କିଗ୍ରା, ଘଡେଶ୍ୱର ୟୁ.ପି ସ୍କୁଲରେ ୨୩୪କିଗ୍ରା, ଘୋଡାଂଶ ପ୍ରାଇମେରୀ ସ୍କୁଲରେ ୧୧୬କିଗ୍ରା. ରୋହିଆ ପ୍ରାଇମେରୀ ସ୍କୁଲରେ ୨୪୩କିଗ୍ରା, ନୁଆପଡା ପ୍ରଜେକ୍ଟ ପ୍ରାଇମେରୀ ସ୍କୁଲରେ ୧୯୨କିଗ୍ରା, ମଠସାହି ପ୍ରାଇମେରୀ ସ୍କୁଲରେ ୪୧କିଗ୍ରା, ଡେରିକି ପ୍ରାଇମେରୀ ସ୍କୁଲରେ ୫୦କିଗ୍ରା, ମୁଣ୍ଡାଳ ପ୍ରାଇମେରୀ ସ୍କୁଲରେ ୮୩କିଗ୍ରା, କୁଣ୍ଡିଗାଁ ପ୍ରାଇମେରୀ ସ୍କୁଲରେ ୨୪୮କିଗ୍ରା, ସାଥିଭଉଣୀ ପୂର୍ଣ୍ଣଚନ୍ଦ୍ର ବିଦ୍ୟାପୀଠରେ ୩୦୭କିଗ୍ରା, ଅନନ୍ତପୁର ପ୍ରାଇମେରୀ ସ୍କୁଲରେ ୯୧କିଗ୍ରା, କାଳିଦାସ ୟୁପି ସ୍କୁଲରେ ୫୪୮କିଗ୍ରା, ଶିଖରଘାଟ ୟୁପି ସ୍କୁଲରେ ୧୩୫କିଗ୍ରା, ଗୋପାଲଜୀଉ ୟୁପି ସ୍କୁଲରେ ୭୨୩କିଗ୍ରା, ତେନ୍ତୋଇ ୟୁପି ସ୍କୁଲରେ ୧୦୨୦କିଗ୍ରା, ପୁରୁଣା ଭଟଣା ପ୍ରାଇମେରୀ ସ୍କୁଲରେ ୧୨୫୦କିଗ୍ରା, ଗୋପାଲପୁର ପ୍ରାଇମେରୀ ସ୍କୁଲରେ ୧୮୫୦କିଗ୍ରା, ଡାବର ପ୍ରାଇମେରୀ ସ୍କୁଲରେ ୩୯୫୦କିଗ୍ରା, ଚନ୍ଦଖାନ ପାଟଣା ପ୍ରୋଜେକ୍ଟ ୟୁପି ସ୍କୁଲରେ ୪୬୦୦କିଗ୍ରା, ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୨୯୯କିଗ୍ରା, କୁଣ୍ଡେଶ୍ୱର ୟୁପି ସ୍କୁଲରେ ୬୨୦୦କିଗ୍ରା, କୁରିକି ପ୍ରାଇମେରୀ ସ୍କୁଲରେ ୮୦୦କିଗ୍ରା, ସାଲିଜଙ୍ଗ/ ନାଳଗାଁ ପ୍ରାଇମେରୀ ସ୍କୁଲରେ ୬୦୦କିଗ୍ରା, କଣିଆ ୟୁପି ସ୍କୁଲରେ ୭୫୫୦କିଗ୍ରା, ନାଳନ୍ଦା ପ୍ରାଇମେରୀ ସ୍କୁଲରେ ୧୨୫୦କିଗ୍ରା, ଅଲଣା-୨ ପ୍ରାଇମେରୀ ସ୍କୁଲରେ ୩୦୦୦କିଗ୍ରା, ବାଲି ମଝିପଡା ପ୍ରାଇମେରୀ ସ୍କୁଲରେ ୩୮୦୦କିଗ୍ରା, ଗୋବରିକୂଳ ପ୍ରାଇମେରୀ ସ୍କୁଲରେ ୧୩୦୦କିଗ୍ରା, ଅରଖପାରି ପ୍ରାଇମେରୀ ସ୍କୁଲରେ ୧୮୫୦କିଗ୍ରା, ତୋଟାପଡା ପ୍ରାଇମେରୀ ସ୍କୁଲରେ ୧୧୦୦କିଗ୍ରା, ଗଜରାଜପୁର ପ୍ରାଇମେରୀ ସ୍କୁଲରେ ୩୯୦୦କିଗ୍ରା, ଶ୍ରୀ ନିଳକଣ୍ଠେଶ୍ୱର ବିଦ୍ୟାପୀଠରେ ୫୬୫୦କିଗ୍ରା, ଖଇରଙ୍ଗ ପ୍ରାଇମେରୀ ସ୍କୁଲରେ ୧୩୦୦କିଗ୍ରା, ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୪୦୦କିଗ୍ରା, ଅଙ୍ଗେଶ୍ୱରପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୯୫୦କିଗ୍ରା, ନରସିମା ପ୍ରାଇମେରୀ ସ୍କୁଲରେ ୧୯୫୦କିଗ୍ରା, ଗନ୍ଧନ ପ୍ରାଇମେରୀ ସ୍କୁଲରେ ୧୨୫୦କିଗ୍ରା, ଦନ୍ତୁଆଳ ପ୍ରାଇମେରୀ ସ୍କୁଲରେ ୬୫୦କିଗ୍ରା, ପାଟେଣିଗାଁ ପ୍ରାଇମେରୀ ସ୍କୁଲରେ ୧୬୦୦କିଗ୍ରା, ଅଲଣାହାଟ ପ୍ରୋଜେକ୍ଟ ୟୁପି ସ୍କୁଲରେ ୬୭୫୦କିଗ୍ରା ମୋଟ ୬୩ଟି ସ୍କୁଲରୁ ୯୧୩୧୦କିଗ୍ରାର ହିସାବ ନଥିବା ଅଡିଟି ରିପୋର୍ଟରୁ ଜଣାଯାଇଛି । ଯାହାର ମୁଲ୍ୟ ହେବ ୨୫ଲକ୍ଷ ୮୯୫୫୧ଟଙ୍କା । ବାକି ୩୫ଲକ୍ଷ ୩ହଜାର ୮୨୧ଟଙ୍କାର ଚାଉଳ ଡେପସିଟି ଜିଲ୍ଲାରେ ଥିବା ୧୪୭୧ଟି ଏମଡିଏମ ସ୍କୁଲ ମଧ୍ୟରୁ ୧୪୦୮ଟି ସ୍କୁଲକୁ ଅଡିଟି କରାଗଲେ କେଉଁ ସ୍କୁଲରେ କେତେ ଡେପସିଟି ଆଛି ସଠିକ୍ ଜଣାପଡିବ ବୋଲି ଜଣାଯାଇଛି ।ଅପର ପକ୍ଷରେ ଏତେ ପରିମାଣରେ ଚାଉଳ ଘୋଟାଲା ହେବା ଜିଲ୍ଲାରେ ଏମଡିଏମ କାର୍ଯ୍ୟକ୍ରମ କିପରି ଚାଲୁଛି ତାହା ସ୍ପଷ୍ଟ ବାରି ହେଉଅଛି । ଏ ସମ୍ପର୍କରେ ଚାଉଳ ଡେଫିସିଟି ଥିବା ନାଉଗାଁ ବ୍ଲକର ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ କୁହନ୍ତି, ଉକ୍ତ ଚିଠି ଆମେ ମଙ୍ଗଳବାର ପାଇଅଛୁ । ହେଲେ ଏହା ଅଡିଟର ଭୁଲ୍ ରିପୋର୍ଟ ପଦାନ କରିଛନ୍ତି । ଆମ ସ୍କୁଲ ଯେତେବେଳେ ଅଡିଟ ହୋଇଥିଲା, ସମ୍ପୃକ୍ତ ଅଡିଟର ସ୍କୁଲର ଚାଉଳ ଷ୍ଟକ ଓ ଖର୍ଚ୍ଚ ହିସାବ ନଦେଖି ତାଙ୍କ ମନମୁଖି ଭାବେ ଡେଫିସିଟି ଦେଖାଇଛନ୍ତି । ଆମ୍ଭେ କାହିକି ଏ ବାବଦରେ ଟଙ୍କା ଜମା କରିବୁ, କମ୍ପଲାଏ କରିବା ପରେ ସଠିକ୍ ତଥ୍ୟ ମିଳିବ ବୋଲି ସୁଚନା ପ୍ରଦାନ କରିଛନ୍ତି । ଅପର ପକ୍ଷରେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ କୁହନ୍ତି, ଅଡିଟ ଯେଉଁ ସମୟରେ ହୋଇଥିଲା, ସେ ସେହି ସମୟରେ ଜିଲ୍ଲାରେ ଡିଇଓ ନଥିଲେ । ଅଡିଟର ଆମକୁ ଯାହା ରିପୋର୍ଟ ଦେଲେ, ଉକ୍ତ ଚାରଳ ରିକଭରି ନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ଭିଇଓ ମାନଙ୍କୁ ଚିଠି କରାଯାଇ ଥିବା ସୂଚନା ପ୍ରଦାନ କରିଥିଲେ ।