ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ଚାଷୀଙ୍କ ଧାରଣା
ନୂଆପଡ଼ା,(ଅମିତ ପୁରୋହିତ) : ଜିଲ୍ଲାରେ ଖରିପ ଧାନ ସଂଗ୍ରହର ବନ୍ଦ ହୋଇଗଲା । ଏବେ ବି ଜିଲ୍ଲାର ଅନେକ ମଣ୍ଡି ଓ ଘରେ ହଜାର ହଜାର ବସ୍ତା ପଡି ରହିଛି । ଏଭଳି ସ୍ଥିତିରେ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଥିଲେ । ଅପରାହ୍ନରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଚାଷୀ ଆଲୋଚନା ହୋଇଥିଲେ ବି କୌଣସି ସମାଧାନର ବାଟ ବାହାରିନଥିଲା । ଧାନ ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ କୌଣସି ବ୍ୟବସ୍ଥା ନ କଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାନ ବସ୍ତା ଗଦାଇ ଆନେ୍ଦାଳନ କରିବାକୁ ଚାଷୀ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇ ଫେରି ଯାଇଛନ୍ତି ।
ଗତ ମଇ ୨୭ ତାରିଖରୁ ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ମଣ୍ଡିରେ ଅଚଳାବସ୍ଥା ଲାଗି ରହିଥିଲା । ମାସେରୁ ଉର୍ଦ୍ଧ ଧାନ ମଣ୍ଡି ଚାଳିଥିଲେ ବି ଟାର୍ଗେଟ ଅନୁସାରେ ଧାନ ଉଠି ନ ଥିଲା । ଏମିତି ପ୍ରତିଦିନ ମଣ୍ଡିରେ ବଳକା ଧାନ ପରିମାଣ ବଢି ଚାଳିଥିଲା । ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ହୋଇ ଯାଇଛି । ଏବେ ବି ସଦର ବ୍ଲକ ପରକୋଡ, ବେଲଟୁକୁରୀ, ଡୁମେରପାଣି, ସାରାବଙ୍ଗ, କୋମନା ବ୍ଲକ ଜଡାମୁଣ୍ଡା ମଣ୍ଡିରେ ହଜାର ହଜାର ବସ୍ତା ଧାନକୁ ପକାଇ ରଖିଛନ୍ତି । ଅନ୍ୟପକ୍ଷେ ଚାଷୀଙ୍କ ଟୋକନ ନ ମିଳିବାରୁ ବର୍ଷାରେ ଧାନ ଭିଜିଯିବା ଆଶଙ୍କା କରି ମଣ୍ଡିକୁ ଆଣି ନ ଥିଲେ । ଏଭଳି ସ୍ଥିତିରେ ଚାଷୀ ଅମଳ ଧାନକୁ ବିକ୍ରି ଅପେକ୍ଷାରେ ଘରେ ଧାନକୁ ଗଦାଇ ରଖିଛନ୍ତି । ବର୍ଷା ଋତୁ ଆସି ଯାଇଥିବାରୁ ପ୍ରତିଦିନ ବର୍ଷାରେ ଚାଷୀଙ୍କ ଧାନ ଭିଜିବାରେ ଲାଗିଛି । ଶହ ଶହ ବସ୍ତା ଧାନ ବର୍ଷାରେ ଭିଜି ଗଜା ହୋଇ ନଷ୍ଟ ହୋଇ ସାରିଛି । ଏବେ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀ ଚାତକ ଭଳି ଚାହିଁ ବସିଛନ୍ତି । ଏଭଳି ସ୍ଥିତିରେ ବିଜେପି ରାଜ୍ୟ ଉପ ସଭାପତି ପ୍ରଶନ୍ନ ପାଢିଙ୍କ ନେତୃତ୍ୱରେ ପରକୋଡ, ବେଲଟୁକୁରୀ, ଡୁମେରପାଣି, ସାରାବଙ୍ଗ, ଜଡାମୁଣ୍ଡା ମଣ୍ଡିର ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋÂରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ଓ ଯୋଗାଣ ଅଧିକାରୀ ଅଶୋକ ଦାସଙ୍କ ସହ ଧାନ ବିକ୍ରିକୁ ନେଇ ଆଲୋଚନା କରିଥିଲେ । ସେଠାରେ ଏଡିଏମ୍ ଓ ସିଏସ୍ଓ ସନ୍ତୋଷ ଜନକ ଉତ୍ତର ନ ଦେବାରୁ ପ୍ରକୋÂ ସମ୍ମୁଖରେ ଚାଷୀ ଧାରଣାରେ ବସିଥିଲେ । ଧାନ ସଂଗ୍ରହରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି ଓ ଏଥି ପାଇଁ ନିରିହ ଚାଷୀ ଦୁଃଖ ଭୋଗୁଛନ୍ତି । ଏଥି ପାଇଁ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଦାୟୀ ବୋଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଏଡିଏମ ଓ ସିଏସଓ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଥିଲେ । ସେଠାରେ ଚାଷୀ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ନିତି ଯୋଗୁଁ ଛତିଶଗଡ ରାଜ୍ୟର ଧାନ ଜିଲ୍ଲାରେ ବିକ୍ରି ହୋଇଛି । ଅନେକ ମଣ୍ଡିରେ ମିଲର୍ସ ମାନେ ପେକ୍ସ କର୍ମଚାରୀଙ୍କୁ ହାତ ବାରିଶି କରି ଫଲ୍ସ ଏଣ୍ଟ୍ରି କରିଛନ୍ତି । ମିଲର୍ସ ମାନେ ଜାଣି ଶୁଣି ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି କରି ରାଜ୍ୟ ବାହାର ଧାନକୁ ମିଲରେ ପୁରାଇ ରଖିଥିଲେ । ଜିଲ୍ଲାର ସମସ୍ତ ରାଉସ ମିଲରେ ଜିଲ୍ଲା ପ୍ରଶାସନ ଚଢାଉ କରି ଧାନ ଗଚ୍ଛିତ ରିପୋର୍ଟ ପ୍ରସ୍ତୁତ କରିବା ସହ ପେକ୍ସରେ ଧାନ କିଣା ରିପୋର୍ଟକୁ ମିଶାଇଲେ ସଠିକ ତଥ୍ୟା ସମାନାକୁ ଆସିବ ବୋଲି ଚାଷୀ ଦାବୀ କରିଥିଲେ । ଏବେ ଜିଲ୍ଲାରେ କେତେ ଧାନ ବିକ୍ରି ହେବାକୁ ବାକି ରହିଛି ତାର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ପୁନଃ ମଣ୍ଡି ଖୋଳି ଚାଷୀଙ୍କ ଧାନ କିଣିବାକୁ ରାଜ୍ୟ ସରକାରଙ୍କୁ ଜଣାଇବାକୁ ଏଡିଏମ ଓ ସିଏସଓଙ୍କ ନିକଟରେ ଚାଷୀ ଉପସ୍ଥାପନା କରିଥିଲେ । ଜିଲ୍ଲାରେ ରବି ଧାନ ସଂଗ୍ରହ ଟାର୍ଗେଟ ପୁରଣ ହୋଇ ସାରିଛି । ଏବେ ରାଜ୍ୟ ସରକାର ପୁନଃ ଧାନ କିଣିବାକୁ ଅନୁମତି ଦେବା ସମ୍ଭବନା ନାହିଁ ବୋଲି ଅଧିକାରୀ ମାନେ କହିଥିଲେ । ଏମିତି ଘଣ୍ଟାଏରୁ ଅଧିକ ସମୟ ଧରି ଅଧିକାରୀ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲେ ବି କୌଣସି ସମାଧାନର ବାଟ ବାହାରିନଥିଲା । ଶେଷରେ ଚାଷୀ ମଙ୍ଗଳବାର ପୂର୍ବାହ୍ନ ୧୦ ପର୍ଯ୍ୟନ୍ତ ସମୟ ଦେଇ ଚାଲିଯାଇଥିଲେ । ମଙ୍ଗଳ ବାର ସକାଳ ୧୦ ସମୟ ଭିତରେ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଠାରୁ କୌଣସି ମତେ ଟାର୍ଗେଟ ଆଣି ପୁନଃ ମଣ୍ଡି ଖୋଳି ଧାନ କିଣା ପ୍ରକ୍ରିୟା ଆରମ୍ଭ ନକଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ହଜାର ହଜାର ବସ୍ତା ଧାନ ଗଦାଇ ରାଜରାସ୍ତା ଅବରୋଧ କରି ଭୟାବହ ଆନେ୍ଦାଳନ କରିବାକୁ ଜିଲ୍ଲା ପ୍ରଶାସନକୁ ଚାଷୀ ଚେତାବନୀ ଦେଇଛନ୍ତି । ଏଠାରେ ଯୁବ ନେତା ରବି ମଙ୍ଗରାଜ, ଚାଷୀ ନେତା ଚତୁଭୁର୍ଜ ଶର୍ମା, ଇଂହୋମସିଂ ମାଝି, ଅଶୋକ ମିତ୍ର, ଚଗଲୁ ମିଶ୍ର, ବିନୟ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ । ହେଲେ ଆଜି ଖବର ଲେଖା ହେବ ପର୍ଯ୍ୟନ୍ତ କଣ୍ଟ ସମୟ ସାରି ଯାଇଥିଲେ ମଧ୍ୟ କିଛି ଫଳାଫଳ ଜଣାପଡ଼ିନଥିଲା |