ହେଡଲାଇନସ୍:

 ବିଜୟ ଓ୍ୱାଡ଼ାର ପଥର ଖାଦାନ ମେସିନ ରେ ଚାପି ହୋଇ ଦାଦନ ଶ୍ରମିକଙ୍କ ମୁତ୍ୟୁ, ମୁତ ଦେହ ଫେରିଲାନି ଗାଁ କୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ୍ଧା ପଡ଼ିଛନ୍ତି ୧୦ ରୁ ଉର୍ଦ୍ଧ ଶ୍ରମିକ : ପ୍ରଶାସନର ଦରଦ ନାହିଁ, ପରିବାରରେ ଶୋକା କୁଳ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଗରଗଡବାହାଳ ପଞ୍ଚାୟତ କୂଆଖୋଲ ଗ୍ରାମର ମୁନା ପ୍ରଧାନ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟ ର ବିଜୟ ଓ୍ୱାଡ଼ା ରେ ଦାଦନ ଖଟିବାକୁ ଯାଇ ମେସିନରେ ଚାପି ହୋଇ ଜୀବନ ଯାଇଛି l ବୁଧବାର ସନ୍ଧ୍ୟାରେ ବିଜୟଓ୍ୱାଡାରେ ମୁତଦେହ ଅନ୍ତିମ ସଂସ୍କାର କରାଯାଇଛି l ହେଲେ ସୋମବାର ସେଠାକାର ପଥର ଖାଦାନ ରେ କାମ କରୁଥିବା ବେଲେ ମେସିନ ରେ ଚାପି ହୋଇ ମୁନା ଙ୍କ ମୁତ୍ୟୁ ଘଟିଥିଲା l ସେହିପରି ସେଠାରେ ଅନ୍ୟ ଜଣେ ଶ୍ରମିକ ଅନିଲ ଘୁଟୁ ଆହତ ହୋଇଥିଲେ l ମାଲିକଙ୍କ ଠାରୁ ମୁତ୍ୟୁ ଖବର ପାଇବା ପରେ ମୁନା ଙ୍କ ବାପା ଗୋବିନ୍ଦ ପ୍ରଧାନ ,ଶ୍ରୀବତ୍ସ ପ୍ରଧାନ ,ପ୍ରଶାନ୍ତ ପ୍ରଧାନ ଓ ବାବୁଲା ପ୍ରଧାନ ପ୍ରମୁଖ ବିଜୟଓ୍ୱାଡ଼ାରେ ମଙ୍ଗଳବାର ପହଞ୍ଚିଥିଲେ l ହେଲେ ଖାଦାନ ମାଲିକ ମୁନାଙ୍କ ମୁତ ଦେହକୁ ଯାଇଥିବା ପରିବାର ଓ ଗାଁ ଲୋକଙ୍କୁ ନଦେଇ ସେଠାରେ ଶବ ଦାହ କରିବାକୁ ବାଧ୍ୟ କରିଥିଲେ l ମୁତ ଦେହକୁ ଲୋକମାନେ ଗାଁ କୁ ଆଣିବାକୁ ଜିଦଧରିବାରୁ ଖାଦାନ ମାଲିକ ଧମକ,ଚମକ ଦେଇଥିଲେ l ଏହା ପରେ ଖାଦାନ ମିଲିକ କ୍ଷତି ପୂରଣ ବାବଦରେ ମୁନାଙ୍କ ବାପା ଗୋବିନ୍ଦ ପ୍ରଧାନ ଙ୍କୁ ୩ଲକ୍ଷ ଟଙ୍କାର ଚେକ୍ ଦେଇ ଅନ୍ତିମ ସଂସ୍କାର କରିବାକୁ ଜଣାଯାଇଛି l ସେହିପରି ମୁନାଙ୍କ ସହ ଯାଇଥିବା କୁଆଖୋଲ ଗ୍ରାମର ଲବଣୀ ପ୍ରଧାନ,ସୁନୀଲ ପ୍ରଧାନ,ବିକାଶ ଧରୁଆ,ଦିଲୁ ଧରୁଆ,ଅନୀଲ ଘୁଟ,ସୁନ୍ଦର ମଣି ଘୁଟ,ଶରତ ଭୋଇ,ଫିରୋଜ ଭୋଇଙ୍କ ସମେତ ୧୦ ରୁ ଉର୍ଦ୍ଧ ଶ୍ରମିକ ଙ୍କୁ ଖାଦାନ ମାଲିକ ଅଟକ ରଖିଛନ୍ତି l ଅନ୍ୟ ଦୁଇ ଜଣ ଶ୍ରମିକ ସେଠାରୁ କୌଶଳ କ୍ରମେ ଖସି ଆସି ଏଇ ସୂଚନା ଦେଇଥିବା ଗ୍ରାମ ବାସୀ ମାନେ ପ୍ରକାଶ କରିଛନ୍ତି l ଏହି ଶ୍ରମିକ ମାନଙ୍କ ମଧ୍ୟରୁ କେତେକ ନାବାଳକ ହୋଇଥିବା ବେଳେ ଆଉକେତେକ ୨୦ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି l ବନ୍ଧା ପଡ଼ିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଗରଗଡବାହାଲ ସରପଞ୍ଚଙ୍କୁ ଅନୁରୋଧ କରିଛନ୍ତି l କୁଆଡ଼େ ଶ୍ରମିକ ଦଲାଲ୍ କାବୁଲାଲ ମହାକୁଡ଼ ଖାଦାନ ମାଲିକଙ୍କ ଠାରୁ ଶ୍ରମିକଙ୍କ ପାଉଣା ବାବଦରେ ଅଗ୍ରିମ ଅର୍ଥ ଆଣିଛନ୍ତି l ହେଲେ ସେ ଶ୍ରମିକ ମାନଙ୍କୁ ଦେଇନଥିବା ଜଣାପଡ଼ିଛି l ସେଇଥି ପାଇଁ ମାଲିକ ଦେଇଥିବା ଟଙ୍କା ଭରଣା ନ ହେବା ପର୍ଯ୍ୟନ୍ତ ଶ୍ରମିକ ମାନେ ସେଠାରେ କାମ କରିବାକୁ ବାଧ୍ୟ ବୋଲି ଜଣା ପଡ଼ିଛି l ଜାନୁଆରୀ ୨୫ ତାରିଖରେ କୁଆଖୁଲ ଗ୍ରମରେ ଏକ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ଯୋଗଦେବାକୁ ମୁନା ଗାଁ କୁ ଆସିବେ ବୋଲି ଫୋନ କରି ମାଁ କୁ କହିଥିଲେ lହେଲେ ଏଭଳି ଦୁଃଖଦ ଘଟଣା ଶୁଣି ସେ ବିଶ୍ୱାସ କରିପାରୁ ନାହାନ୍ତି l ପୁଅର ମୁତ ଦେହକୁ ଦେଖିନପାରି ମାଁ ବାହୁନି ହୋଇ କାନ୍ଦୁଛନ୍ତି l ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି l ପ୍ରଶାସନ ପକ୍ଷରୁ ବନ୍ଧକ ପଡ଼ିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀ ଙ୍କୁ ବ୍ୟଥିତ କରିଛି l ସୂଚନା ଥାଉକି , ଗତ ଏକ ମାସ ତଳେ ଗ୍ରମର ଅନ୍ୟ ଶ୍ରମିକ ମାନଙ୍କ ସହିତ ମୁନା ବିଜୟଓ୍ୱାଡ଼ା ଏକ ପଥର ଖାଦାନ ରେ କାମ କରିବାକୁ ଯାଇଥିଲେ l ପଟୁ ପାଲି ଗ୍ରାମର ବାବୁଲା ମହାକୁଡ଼ ନାମକ ଜଣେ ଦଲାଲ ଏହି ଶ୍ରମିକ ମାନଙ୍କୁ ପ୍ରଲୋଭି ତ କରି ଆନ୍ଧ୍ରପେରଦେଶ କୁ ନେଇଯାଇଥିଲେ l

 

 

0
0
0
s2sdefault