ହେଡଲାଇନସ୍:

ବଡ଼ବିଲରେ ଚାଞ୍ଚଲ୍ୟ : ପିତ୍ତଳ ଦେଇ ମାରିନେଲେ ସୁନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୨ ଲକ୍ଷ ଟଙ୍କାର ସୁନାଗହଣା ନେଇ ଚମ୍ପଟ ମାରିଲା ଦୁର୍ବୁତ୍ତ 

ବଡ଼ବିଲ/ଚିତ୍ତରଞ୍ଜନ କର 

 ବଡ଼ବିଲ ମୁଖ୍ୟ ବଜାର ହନୁମାନ ମନ୍ଦିର ନିକଟରେ ଥିବା ଭଗବାନ ଦାସ ଜୁଏଲରରେ ଆଜି ଅଭିନବ ଉପାୟରେ ୬୦ ଗ୍ରାମର ସୁନାଗହଣା ଠକେଇ ହୋଇଛି। ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଜଣେ ବ୍ୟକ୍ତି ଏକ ସୁନା ବାର ଆଣି ବଦଳରେ କିଛି ସୁନା ଗହଣା ନେବାକୁ ଆସିଥିଲେ। ଦୋକାନୀ ଜଣକ ଉକ୍ତ ସୁନାକୁ ନିଜ ୱାର୍କସପକୁ ତନଖି କରିବାକୁ କର୍ମଚାରୀଙ୍କ ହାତରେ ପଠାଇବା ସହ  ଉକ୍ତ ବ୍ୟକ୍ତିକୁ ସୁନା ଗହଣା ଦେଖାଉଥିଲେ। କିଛି ସମୟ ପରେ ଦୋକାନୀ ଅନ୍ୟମନସ୍କ ଥିବା ସମୟରେ ଉକ୍ତ ବ୍ୟକ୍ତି ସୁନା ଗହଣା ଯାହାର କି ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ହେବ ଧରି ଚମ୍ପଟ ମାରିଥିଲେ। ଠକ ଦେଇଥିବା ବାରଟି ସୁନା ପାଣି ଦିଆ ପିତଳ ବୋଲି ଜଣାପଡିଛି। ଖବର ପାଇ ବଡ଼ବିଲ ଥାନାଧିକାରୀ ଅନୀଲ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛନ୍ତି।

 

0
0
0
s2sdefault